ଓଡ଼ିଶା ସ୍ୱତନ୍ତ୍ର

ଝାଉଁ ଗଛ କାଟୁଥିଲେ, ପଡ଼ିଲା ଛାତ୍ରୀଙ୍କ ଉପରେ

କେନ୍ଦ୍ରାପଡା(ମନୋଜ କୁମାର ସ୍ୱାଇଁ): କେନ୍ଦ୍ରାପଡା ଜିଲ୍ଲା ତିନିମୁହାଣୀ ବସଷ୍ଟାଣ୍ଡ ରାସ୍ତା ରକେନ୍ଦ୍ରାପଡା ଅରବାନ କୋପେରଟିଭି ବ୍ୟାଙ୍କ ସମ୍ମୁଖରେ ଛାତ୍ରୀଙ୍କ ଶବ ରଖି କ୍ଷତିପୂରଣ ଦାବିରେ ପରିବାର ସହ ସ୍ଥାନୀୟ ଲୋକମାନେ ରାସ୍ତା ରୋକ କରିଛନ୍ତି । କଜଳା ଗ୍ରାମର ଶେଜଲ ବଳ ଗତକାଲି ସକାଳେ ଟିଉସନ୍ ସାରି ଘରକୁ ଫେରୁଥିବା ବେଳେ କଜଳା ଅର୍ବାନ୍‌ ବ୍ୟାଙ୍କ ପଛ ରାସ୍ତାରେ ଥିବା ଏକ ଝାଉଁ ଗଛକୁ ସ୍ଥାନୀୟ ଲୋକେ କାଟୁଥିଲେ ।

ତେବେ ଗଛ କଟାଯିବା ନେଇ କୌଣସି ସୂଚନା ଦିଆଯାଇ ନ ଥିଲା । ଛାତ୍ରୀ ଜଣଙ୍କ ନିଜ ସାଇକେଲ ଯୋଗେ ରାସ୍ତାରେ ଫେରୁଥିବା ବେଳେ ହଠାତ୍ ତାଙ୍କ ଉପରେ ଗଛଟି ଭାଙ୍ଗି ପଡ଼ିଥିଲା । ଏଥିରେ ଛାତ୍ରୀ ଜଣକ ଗୁରୁତର ହୋଇଥିବା ବେଳେ ସାଇକେଲଟି ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇ ଯାଇଥିଲା। ତେବେ ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ହସ୍ପିଟାଲ ଓ ପରେ କଟକ ନିଆଯାଇଥିଲା । କଟକରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା।

Leave a Reply

Your email address will not be published. Required fields are marked *