ରାଜନୀତି ହାଲ୍‌ଚାଲ୍‌

ବିଜେଡି ମୁଖପାତ୍ର, ମିଡିଆ ଟିମ୍‌ ଓ ପାନେଲିଷ୍ଟଙ୍କ ସାନି ତାଲିକା, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ଭୁବନେଶ୍ୱର : ବିଜେଡି ପକ୍ଷରୁ ଏହାର ଜାତୀୟ ମୁଖପାତ୍ର, ମିଡିଆ ଟିମ୍‌ ସଦସ୍ୟ ଓ ପାନେଲିଷ୍ଟଙ୍କ ନାଁ ଘୋଷଣା କରାଯାଇଛି।

ଦଳର ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତ ହୋଇଛନ୍ତି ଏମ୍‌ପି ପିନାକୀ ମିଶ୍ର, ଅନୁଭବ ମହାନ୍ତି, ଡ. ଅମର ପଟ୍ଟନାୟକ, ଡ. ସସ୍ମିତ ପାତ୍ର ଓ ସତ୍ୟନାରାୟଣ ସାହୁ।

ସେହିପରି ଦଳର ନବନିଯୁକ୍ତ ମୁଖପାତ୍ର ଟିମ୍‌ରେ ୧୪ ଜଣ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ଏମ୍‌ପି ସ୍ଥାନ ପାଇଛି। ଏହି ଟିମ୍‌ର ସଦସ୍ୟମାନେ ହେଲେ ବିଧାୟକ ପ୍ରତାପ କେଶରୀ ଦେବ, ଦେବୀ ପ୍ରସାଦ ମିଶ୍ର, ଏମ୍‌ପି ପ୍ରଶାନ୍ତ ନନ୍ଦ, ଏ଼ମ୍‌ପି ରମେଶ ଚନ୍ଦ୍ର ମାଝି, ବିଧାୟକ ବ୍ୟୋମକେଶ ରାୟ, ସୁବାସ ଚୌହାନ, ସୁବାସ ସିଂ, ଆକାଶ ଦାସନାୟକ, ଅନୁଭବ ପଟ୍ଟନାୟକ, ଲେନିନ୍‌ ମହାନ୍ତି, ସୁଲତା ଦେଓ, ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧା ମିଶ୍ର ଓ ଭରଦ୍ୱାଜ ମିଶ୍ର।

ସେହିପରି ପାନେଲିଷ୍ଟ ତାଲିକାରେ ସାମିଲ ହୋଇଛନ୍ତି ୧୦ ଜଣ। ସେମାନେ ହେଲେ ମିହିର ମହାନ୍ତି, ଡ. ସନ୍ତୋଷ ଲେଙ୍କା, ବିଶ୍ୱଜିତ ମହାନ୍ତି, ସଞ୍ଜୟ ବାବୁ, ଡ.ହରିଶ ଚୌଧୁରୀ, ତପନ ଦାସ, ଦୁର୍ଗା ସାମନ୍ତରାୟ, ପ୍ରିୟବ୍ରତ ମାଝି, ଚକ୍ରଧର ଦାସ ଓ ଓମ୍‌ ପ୍ରକାଶ ସାହୁ।

Leave a Reply

Your email address will not be published. Required fields are marked *