ଅନ୍ତର୍ଜାତୀୟ

ଭାରତୀୟ ଦୂତାବାସ ଉପରେ ଆକ୍ରମଣ ଦୁଃଖଦାୟକ: ବ୍ରିଟିଶ୍‌ ବିଦେଶ ମନ୍ତ୍ରୀ

ଲଣ୍ଡନ: ଲଣ୍ଡନରେ ଅବସ୍ଥାପିତ ଭାରତୀୟ ଦୂତାବାସ ଉପରକୁ ଗତକାଲି ଅଣ୍ଡା ଓ ଚପଲ ମାଡ଼ ଘଟଣାରେ ଦୁଇ ଜଣ ଗିରଫ ହୋଇଛନ୍ତି। ଏଭଳି ଘଟଣାକୁ ନିନ୍ଦା କରିବା ସହିତ ଦୁଃଖଦ ବୋଲି ବ୍ରିଟେନର ବୈଦେଶିକ ସଚିବ ଡୋମିନିକ୍ ରଆବ୍ କହିଛନ୍ତି।

ବ୍ରିଟେନ ସଂସଦରେ ଉଦବୋଧନ ଦେବା ଅବସରରେ ବୈଦେଶିକ ସଚିବ କହିଛନ୍ତି କୌଣସି ହିଂସା ଘଟଣା ଦୁଃଖଜନକ। ବ୍ରିଟେନ୍ ହେଉ କିମ୍ୱା ଅନ୍ୟ କୌଣସି ଦେଶରେ ଗୋଟିଏ ସମ୍ପ୍ରଦାୟ ବିରୋଧରେ ହିଂସା ଘଟଣା ଘଟିବା ନିନ୍ଦନୀୟ। ଏଥିସହ କଶ୍ମୀର ପ୍ରସଙ୍ଗର ସମାଧାନ ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ସଠିକ୍ ଆଲୋଚନା ଦେବା ଦରକାର ବୋଲି ବୈଦେଶିକ ସଚିବ ଡୋମିନିକ୍ ରଆବ୍ କହିଛନ୍ତି।

Leave a Reply

Your email address will not be published. Required fields are marked *