ଅନ୍ୟାନ୍ୟ

ଶୁଟିଂ ବିଶ୍ୱକପ୍: ୫ ସ୍ୱର୍ଣ୍ଣ ପଦକ ସହ ଅଭିଯାନ ଶେଷ କଲା ଭାରତ

ରିଓ ଡି ଜେନେରୋ: ଭାରତର ଷ୍ଟାର୍ ଶୁଟର ମନୁ ଭାକର ଓ ସୌରଭ ଚୌଧୁରୀ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ଶୁଟିଂ ବିଶ୍ୱକପରେ ଭାରତର ଅଭିଯାନ ଶେଷ କରିଛନ୍ତି। ଏହି ଇଭେଣ୍ଟରେ ଭାରତର ଯଶସ୍ୱିନୀ ଦେସୱାଲ ଏବଂ ଅଭିଷେକ ବର୍ମାଙ୍କ ଯୋଡ଼ି ରୌପ୍ୟ ପଦକ ଜିତିଥିଲେ। ଏହିପରି ଭାବେ ଟୁର୍ଣ୍ଣାମେଣ୍ଟର ଶେଷଦିନରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଛି।

ଏହା ପୂର୍ବରୁ ଟୁର୍ଣ୍ଣାମେଣ୍ଟର ଶେଷ ଦିନରେ ୧୦ ମିଟର୍ ଏୟାର ରାଇଫଲ୍ ଇଭେଣ୍ଟରେ ବିଶ୍ୱର ଏକ ନମ୍ବର ମହିଳା ଶୁଟର୍ ଅପୂର୍ବୀ ଚାନ୍ଦେଲା ଓ ତାଙ୍କ ଯୋଡ଼ିଦାର ଦୀପକ କୁମାର ଭାରତ ପାଇଁ ଚତୁର୍ଥ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହି ଯୋଡ଼ି ମିକ୍ସଡ୍ ଏୟାର୍ ରାଇଫଲ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଛନ୍ତି। ଅଞ୍ଜୁମ ମୁଦଗିଲ୍ ଏବଂ ଦିବ୍ୟାଂଶ ସିଂହ ପନୱର ହଙ୍ଗେରୀର ଇସ୍ତର ମେସଜାରୋସ୍ ଓ ପିଟର୍ ସିଦଙ୍କ ଯୋଡ଼ିକୁ ୧୬-୧୦ରେ ହରାଇ ବ୍ରୋଞ୍ଜ ପଦକ ଜିତିଛନ୍ତି।

ଭାରତ ଚଳିତ ଶୁଟିଂ ବିଶ୍ୱକପରେ ୫ ସ୍ୱର୍ଣ୍ଣ, ୨ ରୌପ୍ୟ ଏବଂ ୨ ବ୍ରୋଞ୍ଜ ସହ ଶୀର୍ଷରେ ରହି ଅଭିଯାନ ଶେଷ କରିଛି। ଏହିପରି ଭାବେ ଭାରତ ଜୁନିୟର ବିଶ୍ୱକପ୍ ସମେତ ସମସ୍ତ ଚାରୋଟି (ଆଇଏସଏସଏଫ୍ ବିଶ୍ୱକପ୍) ରାଇଫଲ୍/ପିସ୍ତଲ ବିଶ୍ୱକପ୍ ପର୍ଯ୍ୟାୟରେ ଅଭୁତପୂର୍ବ ପ୍ରଦର୍ଶନ କରି ଶୀର୍ଷରେ ରହିଛି।

ଭାରତ ଚଳିତ ଆଇଏସଏସଏଫ୍ ବିଶ୍ୱକପର ଚାରୋଟି ପର୍ଯ୍ୟାୟରେ ମୋଟ ୨୨ ପଦକ ଜିତିସାରିଛି, ଯେଉଁଥିରେ ୧୬ଟି ସ୍ୱର୍ଣ୍ଣ ପଦକ ସାମିଲ୍ ଅଛି। ଏହାର ପୂର୍ବରୁ ଭାରତ ମୋଟ ୧୯ ସ୍ୱର୍ଣ୍ଣ ପଦକ ଜିତିଥିଲା, ୧୯ ସ୍ୱର୍ଣ୍ଣ ପଦକ ଜିତିଥିଲା, ଯେଉଁଥିରେ ୧୧ ରାଇଫଲରେ ହାସଲ କରିଥିଲା।

Leave a Reply

Your email address will not be published. Required fields are marked *