କ୍ରିକେଟ୍

କୁନି ପ୍ରଶଂସକଙ୍କଠାରୁ ଅଟୋଗ୍ରାଫ୍ ନେଲେ ବିରାଟ୍, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ମଇଦାନରେ ହୁଏତ ଆକ୍ରମଣାତ୍ମକ ଲାଗନ୍ତି, କିନ୍ତୁ ମଇଦାନ ବାହାରେ ତାଙ୍କ ବ୍ୟବହାର ସମ୍ପୂର୍ଣ୍ଣ ଅଲଗା। କୋହଲିଙ୍କର ପ୍ରଶଂସକ କେବଳ ଦେଶରେ ଦୁହେଁ ସାରା ବିଶ୍ୱରେ ଅଛନ୍ତି। ଏହି ତାଲିକାରେ କୁନି ପ୍ରଶଂସକ ମଧ୍ୟ ସାମିଲ ଅଛନ୍ତି। ଏବେ ବିରାଟଙ୍କର ଏକ ଭିଡିଓ ସୋଶାଲ ମିଡିଆରେ ଖୁବ୍ ହେବାରେ ଲାଗିଛି, ଯେଉଁଥିରେ ସେ ଜଣେ କୁନି କ୍ରିକେଟ୍ ପ୍ରଶଂସକଠାରୁ ଅଟୋଗ୍ରାଫ୍ ନେଉଛନ୍ତି।

ଅମିତ୍ ନାମକ ଜଣେ ୟୁଜର୍ ଟ୍ୱିଟରରେ ଏହି ଭିଡିଓ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ମୋର ୭ ବର୍ଷର ଭଣଜା, ଟେଷ୍ଟ ମ୍ୟାଚ୍ ବେଳେ ଜାମାଇକାରେ ଥିଲା। ମ୍ୟାଚ୍ ପରେ ଅନାଚକ୍ ମୋ ଭଣଜା ବିରାଟଙ୍କ ପାଖରେ ପହଞ୍ଚିଯାଇଥିଲା ଏବଂ କହିଲା, ‘କ’ଣ ଆପଣ ମୋର ଅଟୋଗ୍ରାଫ୍ ନେଇପାରିବେ କି?’

Leave a Reply

Your email address will not be published. Required fields are marked *