ପାଗଳା ପାଞ୍ଜି

ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ରଘୁ ମହାନ୍ତି, ବସ୍ତାରୁ ହେବେ ପ୍ରାର୍ଥୀ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ଉପସଭାପତି ରଘୁନାଥ ମହାନ୍ତି ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କୁ ବସ୍ତା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ କରିବାର ସମ୍ଭାବନା ରହିଛି। ଶ୍ରୀ ମହାନ୍ତିଙ୍କ ସମେତ ଅନ୍ୟ ବରିଷ୍ଠ ନେତା ଓ ଶତାଧିକ କର୍ମୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ଓ ରାଷ୍ଟ୍ରୀୟ ପ୍ରବକ୍ତା ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ପୂର୍ବତନ ମନ୍ତ୍ରୀ ରଘୁ ମହାନ୍ତି ଏବଂ ତାଙ୍କ ପରିବାର ସଦସ୍ୟ ରାଜା ଓ ବର୍ଷା ସୋନିଙ୍କ ସମେତ ବିଜେଡିର ସହସ୍ରାଧିକ କାର୍ଯ୍ୟକର୍ତ୍ତା ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ପୂର୍ବତନ ବିଧାୟକ ମନୋରଞ୍ଜନ ସେଠୀ, ପୂର୍ବତନ ବିଜେଡି ଜିଲ୍ଲା ସଭାପତି ଯଯାତି ଦାସ, କର୍ଣ୍ଣେଲ ବିଶ୍ୱାଳ, ରାଧାକୃଷ୍ଣ ମେକାପ, ପ୍ରଦୀପ ପ୍ରଧାନ, କୈଳାସ ନାୟକ, ଅତୁଳ ଜେନା, ମନୋରଞ୍ଜନ ଦାସ, ସରସ୍ୱତୀ ଦାସ ମହାପାତ୍ର, ରାଧାଶ୍ୟାମ ମହାପାତ୍ର, ସତ୍ୟ ମହାପାତ୍ରଙ୍କ ସମେତ ପୂର୍ବତନ ସରପଞ୍ଚ, ସମିତିସଭ୍ୟଙ୍କ ସମେତ ଶତାଧିକ ଲୋକ କଂଗ୍ରେସ ଓ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି।

Leave a Reply

Your email address will not be published. Required fields are marked *