କାର୍ଟୁନ୍

ସ୍କୁଲ ବେଳର ଖେଳାଳି ନବୀନ !

ନବୀନ ବାବୁ ପିଲାଟି ଦିନରୁ କୁଆଡ଼େ ଭଲ ଖେଳାଳି। ସ୍କୁଲରେ ପଢ଼ିବା ବେଳେ ସେ କୁଆଡ଼େ ହକି ଖେଳୁଥିଲେ ଆଉ ଡେଙ୍ଗା ହୋଇଥିବାରୁ ତାଙ୍କୁ ଗୋଲକିପର କରାଯାଇଥିଲା…ଏ କଥା ସେ ୱାର୍ଲଡ କପ ହକି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ହଠାତ ଘୋଷଣା କରିଥିଲେ। ଏବେ ହକି ଫାଇନାଲ ମ୍ୟାଚ ଦେଖିବାକୁ ସଚିନ ତେନ୍ଦୁଲକର ଆସିବା କଥା ଉଠିବାରୁ ବିଜୁ ଯୁବ ବାହିନୀର ଜଣେ ଉତ୍ସାହୀ କର୍ମୀ ସେଦିନ କଳିଙ୍ଗ ଷ୍ଟାଡିୟମରେ କହୁଥିଲେ, ” ନବୀନ ସାର୍ ଆମର ବଡ଼ ଖେଳାଳି ଥିଲେ। ସେ ହକି, କ୍ରିକେଟ, ଫୁଟବଲ ସବୁ ଖେଳୁଥିଲେ …ଅବଶ୍ୟ ସ୍କୁଲରେ ପଢ଼ୁଥିବା ବେଳେ।” ତହୁଁ ସେଠାରେ ଥିବା ଆଉ ଜଣେ ଯୁବକ କହିଲେ, ” ହଁ, ହେଇଥିବ,ସାର୍ ଏତେ ଡେଙ୍ଗା ଯେ କ୍ରିକେଟ ଖେଳିବା ବେଳେ ସେ ଯେତେବେଳ ପେସ୍ ବୋଲିଂ କରିଥିବେ ନା, ବ୍ୟାଟ୍ସମ୍ୟାନ ତ୍ରାହି ତ୍ରାହି ଡାକିଥିବେ।”

 

Leave a Reply

Your email address will not be published. Required fields are marked *