ବଲିଉଡ୍

ମୋଦିଙ୍କୁ ମାରିବା ପାଇଁ ଧମକ ଦେଲେ ପାକିସ୍ତାନୀ ଗାୟିକା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାପରେ ଭାରତ ସରକାରଙ୍କ ଏହି ନିଷ୍ପତ୍ତିକୁ ପାକିସ୍ତାନ ବିରୋଧ କରୁଛି। କଶ୍ମୀରକୁ ନେଇ ପାକିସ୍ତାନ ଭାରତକୁ ବାରମ୍ୱାର ଧମକ ଦେବାରେ ଲାଗିଛି। ଏପରିକି ପାକିସ୍ତାନ କଳାକାର ମଧ୍ୟ ଭାରତକୁ ଧମକ ଦେଉଥିବାର ଦେଖାଯାଉଛି। ଏହି କ୍ରମରେ ପାକିସ୍ତାନ ଗାୟିକା ରବି ପିରଜାଦା ବି ଏଥିରେ ସାମିଲ ହୋଇଛନ୍ତି।

ପିରଜାଦା କଶ୍ମୀର ଉପରେ ହୋଇଥିବା ନିଷ୍ପତ୍ତିକୁ ବିରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇଛନ୍ତି। ଏକ ଭିଡିଓ ମାଧ୍ୟମରେ ସେ ଏପରି ଧମକ ଦେଇଛନ୍ତି। ସୋଶାଲ ମିଡିଆରେ ଏହି ଭିଡିଓଟି ଭାଇରାଲ୍‌ ହେବା ପରେ ୟୁଜର୍ସ ତାଙ୍କର ଖୁବ୍‌ ମଜାକ ଉଡାଇଛନ୍ତି।

ଭିଡିଓରେ ରବି ପିରଜାଦାଙ୍କୁ ଅଜଗର ସାପ ଓ କୁମ୍ଭୀର ସହିତ ଦେଖିବାକୁ ମିଳିଛି। ଏମାନଙ୍କୁ ଧରି ସେ କହିଛନ୍ତି, ‘ମୁଁ କଶ୍ମୀରର ଝିଅ, ମୋ ସାପମାନଙ୍କ ସହିତ ପ୍ରସ୍ତୁତ ରହିଛି। ଏସବୁ ସାପ ନରେନ୍ଦ୍ର ମୋଦିଙ୍କ ପାଇଁ। ମୋଦି ତୁମେ କଶ୍ମୀରବାସୀଙ୍କୁ ହଇରାଣ କରୁଛ, ତେଣୁ ଏବେ ନର୍କରେ ମରିବା ପାଇଁ ପ୍ରସ୍ତୁତ ରୁହ। ମୋର ସବୁ ସାଙ୍ଗ ଶାନ୍ତି ଚାହୁଁଛନ୍ତି।’

ଭିଡିଓରେ ଏପରି କହି ରବି ପିରଜାଦା ‘ହମ୍‌ ଦର୍ଦ୍‌ କେ ମାରୋଁ ସେ କଶ୍ମୀର ନା ଛିନୋ, ଏ ଜଲୀନ୍‌ ଜନ୍ନତ କି ତସ୍‌ବୀର୍‌ ନା ଛିନୋ’ ନାମରେ ଏକ ଗୀତ ଗାଇଥନ୍ତି।

ରବି ପିରଜାଦା ହେଉଛନ୍ତି ଜଣେ ପାକିସ୍ତାନୀ ପପ୍‌ ଗାୟିକା। ଅନେକ ଟେଲିଭିଜନ ଶୋ ସେ ହୋଷ୍ଟ୍‌ କରିସାରିଛନ୍ତି। ୨୦୧୭ରେ ରବି ଲୋକଲୋଚନକୁ ଆସିଥିଲେ, ଯେବେ ସେ ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ସଲମାନ୍‌ ଖାନ୍‌କୁ ବିରୋଧ କରିଥିଲେ। ରବିଙ୍କର କହିବା ଅନୁସାରେ ବଲିଉଡ୍‌ରେ ଅପରାଧକୁ ପ୍ରଶ୍ରୟ ଦିଆଯାଉଛି। ନିକଟରେ ରବି ପିରଜାଦା କଶ୍ମୀର ବିବାଦରେ ଏକ ଗୀତ ଗାଇ ମଧ୍ୟ ଚର୍ଚ୍ଚାରେ ରହିଥିଲେ।

Leave a Reply

Your email address will not be published. Required fields are marked *