trending ଇନଭେଷ୍ଟମେଣ୍ଟ

ଆଇଡିବିଆଇରେ ୯୨୫୭ କୋଟି ନିବେଶକୁ ମିଳିଲା କ୍ୟାବିନେଟ୍‌ ମଞ୍ଜୁରୀ

ଆଜି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଏ ପ୍ରସଙ୍ଗରେ କହିଛନ୍ତି, ଉଭୟ ଏଲଆଇସି ଏବଂ କେନ୍ଦ୍ର ସରକାର ଏଥିରେ ପୁଞ୍ଜି ନିବେଶ କରିବେ। ସେ ଆହୁରି ମଧ୍ୟ କହିଛନ୍ତି, ଏହି ବ୍ୟାଙ୍କର ଅନାଦାୟ ଋଣର ମାତ୍ରା ହ୍ରାସ ପାଇଥିବାବେଳେ ପ୍ରୋଭିଜନ୍‌ କଭରେଜ୍‌ ରେସିଓ ମଧ୍ୟ ବୃଦ୍ଧି ପାଇଛି। ସରକାର ଏହି ବ୍ୟାଙ୍କରେ ୧୬.୬% ଅଂଶଧନ ରଖିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତି ଥିଲେ।

ସରକାର ଏକ ବିବୃତିରେ କହିଛନ୍ତି, ଏହା ଆଇଡିବିଆଇ ବ୍ୟାଙ୍କର ସ୍ଥିତି ସୁଧାରିବାରେ ଯଥେଷ୍ଟ ସହାୟକ ହେବ। ଏହାଫଳରେ ବ୍ୟାଙ୍କ ଲାଭଜନକ ସ୍ଥିତିକୁ ଆସିପାରିବ ଏବଂ ସରକାରଙ୍କ ନିବେଶ ଫେରିପାରିବ।

Leave a Reply

Your email address will not be published. Required fields are marked *