ରୋଷେଇ

‘ଆଳୁ ଲଚ୍ଛା ପରଟା’ କେମିତି ତିଆରି ହୁଏ ଜାଣିଛନ୍ତି?

ଆବଶ୍ୟକ ସାମଗ୍ରୀ: ଆଳୁ, ବେସନ, ଅଦା ଓ ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, କଟା ପରିବା (ଗାଜର, ଟମାଟୋ, ବିନ୍ସ, କ୍ୟାପସିକମ୍), କଟା କଞ୍ଚା ଲଙ୍କା, ଜୁଆଣି, ଲଙ୍କାଗୁଣ୍ଡ, କଟା ଧନିଆ ପତ୍ର ଏବଂ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆଳୁକୁ ଭଲ ଭାବେ ଧୋଇ ଚୋପା ଛଡ଼େଇ ଦିଅନ୍ତୁ। ଏବେ ଏହାକୁ ଏକ ପାତ୍ରରେ ଗ୍ରେଟ୍‌ କରି ରଖନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଆଳୁର ଲଚ୍ଛା। ଏବେ ଏଥିରେ ବେସନ, ଅଦାରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, କଟା କଞ୍ଚା ଲଙ୍କା, ଜୁଆଣି, ଲୁଣ ଓ କଟା ଧନିଆ ପତ୍ର ପକାଇ ବିନା ପାଣିରେ ଭଲ ଭାବେ ଗୋଳାଇ ଦିଅନ୍ତୁ।

ଏହା ପରେ ଗ୍ୟାସ୍‌ରେ ଏକ ତାୱା ଗରମ କରନ୍ତୁ। ତାୱାରେ ଅଳ୍ପ ତେଲ ଦେଇ ଚାରିଆଡ଼କୁ ଖେଳାଇ ଦିଅନ୍ତୁ। ତେଲ ଗରମ ହେବା ପରେ ଆଳୁ ମିଶ୍ରଣକୁ ମୋଟା ପିଠା ପରି ଖେଳାଇ ପକାନ୍ତୁ। ଏହା ଉପରେ କଟା ପରିବା ମଧ୍ୟ ପକାନ୍ତୁ। କିଛି ସମୟ ପରେ ଏହାକୁ ଓଲଟାଇ ଦିଅନ୍ତୁ। ଦୁଇପାର୍ଶ୍ୱ ହାଲକା ଲାଲ୍‌ ହୋଇଗଲେ ଏହାକୁ ପ୍ଲେଟ୍‌କୁ କାଢ଼ି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ଆଳୁ ଲଚ୍ଛା ପରଟା’। ଏହାକୁ ଚଟଣି କିମ୍ବା ସସ୍‌ ସହ ପରଷନ୍ତୁ।

Leave a Reply

Your email address will not be published. Required fields are marked *