trending ଗ୍ୟାଜେଟ

ଭାରତରେ ଲଞ୍ଚ୍‌ ହେଲା Google Nest Hub

ନୂଆଦିଲ୍ଲୀ: ‘ଗୁଗୁଲ୍‌’ ଭାରତରେ ନିଜର ନୂଆ ସ୍ମାର୍ଟ ଡିଭାଇସ୍‌ Google Nest Hub ଲଞ୍ଚ୍ କରିଛି। ଏହା ଏକ ସ୍ମାର୍ଟ ଡିସ୍‌ପ୍ଲେ। ଗୁଗୁଲ୍‌ ଏହି ଡିଭାଇସ୍‌ ସହ ତା’ର Nest ସିରିଜ୍‌ ଆରମ୍ଭ କରିଛି। ଆମେରିକା ସମେତ ଅନେକ ଦେଶରେ ଏହି ଡିଭାଇସ୍‌ ଅନେକ ଦିନରୁ ଉପଲବ୍ଧ ହେଉଛି। ଆଉ ଏବେ ଏହା ଭାରତକୁ ମଧ୍ୟ ଆସିଛି।

କେଉଁଠାରୁ କେତେ ଟଙ୍କାରେ କିଣିବେ?

ଭାରତରେ ଏହି ଡିଭାଇସ୍‌ର ମୂଲ୍ୟ ୯ ହଜାର ୯୯୯ ଟଙ୍କା ରଖାଯାଇଛି। ଏହକୁ ଫ୍ଲିପ୍‌କାର୍ଟ, କ୍ରୋମା, ରିଲାଏନ୍ସ ଓ ଟାଟା କ୍ଲିକ୍‌ରୁ କିଣିପାରିବେ। ଅନ୍ୟ ଦେଶରେ ଏହି ଡିଭାଇସ୍‌ ୪ଟି କଲର୍‌ ଅପସନ୍‌ରେ ଉପଲବ୍ଧ ହେଉଛି। ହେଲେ ଭାରତରେ ଏହା କେବଳ ଚକ୍ ହ୍ୱାଇଟ୍‌ ଓ ଚାର୍‌କୋଲ୍‌ ବ୍ଲାକ୍‌ କଲର୍‌ରେ ମିଳିବ।

ଅଫର୍‌

ଲଞ୍ଚ୍‌ ଅଫର୍‌ରେ ଏହି ଡିଭାଇସ୍‌ ସହ ଆପଣଙ୍କୁ Xiaomi Mi ସିକ୍ୟୁରିଟି କ୍ୟାମେରା ମିଳିବ, ଯାହାର ପ୍ରକୃତ ମୂଲ୍ୟ ୧,୭୯୯ ଟଙ୍କା। ତେବେ ଫ୍ଲିପ୍‌କାର୍ଟ ଓ ଟାଟା କ୍ଲିକ୍‌ରୁ କିଣିଲେ ଏହାକୁ ପାଇପାରିବେ।

କେଉଁ ସବୁ ସୁବିଧା ଉପଲବ୍ଧ?

ଏଥିରେ YouTube, Google Search, Google Photos ସହ Google Assistant ବ୍ୟବହାର କରିପାରିବେ। ଯେମିତି ସ୍ମାର୍ଟ ସ୍ପିକର୍‌ ଭଏସ୍‌ କମାଣ୍ଡରେ କାମ କରେ ଏହା ମଧ୍ୟ ସେହିଭଳି କମାଣ୍ଡକୁ ଫଲୋ କରେ। ଆର୍ଥାତ୍‌ ଆପଣ ଏହାକୁ କମାଣ୍ଡ ଦେଇ ଗୀତ ଶୁଣିପାରିବେ, ଆଲାରାମ୍‌ ସେଟ୍‌ କରିପାରିବେ, ଲାଇଟ୍‌ ଅନ୍‌ କିମ୍ବା ଅଫ୍‌ କରିପାରିବେ କିମ୍ବା ଫ୍ୟାନ୍‌କୁ କଣ୍ଟ୍ରୋଲ୍‌ ମଧ୍ୟ କରିପାରିବେ। ହେଲେ ଏଥିପାଇଁ ଆପଣଙ୍କୁ ଏହି ଡିଭାଇସ୍‌ ସହ ଲାଇଟ୍‌ ଓ ଫ୍ୟାନ୍‌କୁ କନେକ୍ଟ କରିବାକୁ ପଡ଼ିବ।

Google Nest Hub ରେ ୭ ଇଞ୍ଚ୍‌ର ଡିସ୍‌ପ୍ଲେ ସ୍କ୍ରିନ୍‌ ଦିଆଯାଇଛି। ଏଥିରେ Bluetooth v5.0 ସପୋର୍ଟ ରହିଛି। ଆପଣ ଏହି ଡିଭାଇସ୍‌ରେ ମ୍ୟୁଜିକ୍‌ ଆପ୍‌ ମଧ୍ୟ ଇନ୍‌ଷ୍ଟଲ୍‌ କରିପାରିବେ। ଏହି ସ୍ମାର୍ଟ ଡିସ୍‌ପ୍ଲେରେ ଗୁଗୁଲ୍‌ Digital Wellbeing ଫିଚର୍‌ ଦିଆଯାଇଛି, ଯାହା ଏବେ ନୂଆ ଆଣ୍ଡ୍ରଏଡ୍‌ ଭର୍ସନ୍‌ ସହ ଦିଆଯାଉଛି। ଏହା ଜରିଆରେ ୟୁଜର ସ୍କ୍ରିନ୍‌ ଟାଇମ୍‌କୁ କଣ୍ଟ୍ରୋଲ୍‌ କରିପାରିବେ।

Leave a Reply

Your email address will not be published. Required fields are marked *