ହଲିଉଡ୍

ସିରିୟସ୍‌ ବୟଫ୍ରେଣ୍ଡ ଚାହୁଁଛନ୍ତି ଏଞ୍ଜେଲିନା ଜୋଲି !

ଲସ୍‌ ଏଞ୍ଜେଲସ୍‌: ହଲିଉଡ୍‌ ଅଭିନେତ୍ରୀ ଏଞ୍ଜେଲିନା ଜୋଲିଙ୍କ ସ୍ୱାମୀ ବ୍ରାଡ୍‌ ପିଟ୍‌ଙ୍କଠାରୁ ଅଲଗା ହୋଇ ସାରିଛନ୍ତି। ତାଙ୍କ ହାତରେ ଏବେ ଏତେ ଫିଲ୍ମ ମଧ୍ୟ ନାହିଁ। ସେ ବାଛି ବାଛି ଫିଲ୍ମ କରୁଛନ୍ତି। ସେହିପରି ତାଙ୍କ ବଡ଼ ପୁଅ ମାଡ଼ୋକ୍ସ କଲେଜ ଯାଉଛନ୍ତି। ତେଣୁ ଏଞ୍ଜେଲିନାଙ୍କ ହାତରେ ପ୍ରଚୁର ଖାଲି ସମୟ ରହୁଛି। ଆଉ ଏକା ରହି ସେ ବୋର୍ ହୋଇଯାଉଛନ୍ତି। ସେଥିପାଇଁ ଏବେ ସେ ଜଣେ ବୟଫ୍ରେଣ୍ଡ ଖୋଜୁଛନ୍ତି। ତେବେ ସେ ଜଣେ ସିରିୟସ୍ ବୟଫ୍ରେଣ୍ଡ୍ ଖୋଜୁଛନ୍ତି ବୋଲି ହଲିଉଡ୍‌ରେ ଚର୍ଚ୍ଚା ଚାଲିଛି।

ଏଞ୍ଜେଲିନାଙ୍କ ଜଣେ ସଂପର୍କୀୟଙ୍କ କହିବା ଅନୁଯାୟୀ, ସେ ଏବେ ଏକ ସିରିୟସ୍ ରିଲେସନ୍‌ସିପ୍‌ରେ ରହିବା ପାଇଁ ଚାହୁଁଛନ୍ତି। ଏହା ଠିକ୍ ସମୟ ବୋଲି ସେ କହୁଛନ୍ତି। ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ ଏଞ୍ଜେଲିନା ସପ୍ତାହରେ ଦୁଇ ଥର ବୟଫ୍ରେଣ୍ଡଙ୍କ ସହିତ ଡେଟ୍‌ରେ ଯିବା ପାଇଁ ବି ଯୋଜନା ରଖିଛନ୍ତି।

ହଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଏଞ୍ଜେଲିନା ଜୋଲି ଶିଶୁ କଳାକାର ଭାବରେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହା ପରେ ସେ ‘ସାଇବୋର୍ଗ ୨’ ଫିଲ୍ମ ଜରିଆରେ ହଲିଉଡ୍‌ରେ ଅଭିନେତ୍ରୀ ଭାବେ ପ୍ରବେଶ କରିଥିଲେ। ତାଙ୍କ ଅଭିନୀତ ଅନେକ ହଲିଉଡ୍‌ ଫିଲ୍ମ ସୁପରହିଟ୍‌ ହୋଇଛି।

Leave a Reply

Your email address will not be published. Required fields are marked *