ଭାଇରାଲ୍

ହାକିମଙ୍କ ପସନ୍ଦ ଦଇତାଙ୍କ ମାଛ ବେସର

ପୁରୀ, ୧୭/୭: ମହାପ୍ରଭୁଙ୍କ ନୀଳାଦ୍ରୀ ବିଜେ ଠାରୁ ଆଜିଯାଏ ଏବେ ଗୋଟିଏ କଥା ବଡ଼ ଦେଉଳ ଓ ଆଖପାଖରେ ଭାଇରାଲ ହେଉଛି । ହାକିମଙ୍କର ଭାରି ପସନ୍ଦ ଦଇତାଙ୍କ ମାଛ ବେସର । ନୀଳାଦ୍ରୀବିଜେ ଠାକୁରଙ୍କ ପହଣ୍ଡି ସରିବା ପରେ ସମସ୍ତେ ଭିତରେ ବସିଥାନ୍ତି । ବେଶ ହସ ମଜାକ ଚାଲିଥିଲା । ଦଇତା ପୁଞ୍ଜାଏ ବସି ହାକିମଙ୍କ ବାଃ ବାଃ କରୁଥାନ୍ତି । ହାକିମ କହୁଥାନ୍ତି,ହଉ ହେଲା ମାଛ ବେସରଟା ଚଖେଇବ । ଦଇତାଙ୍କ ମାଛ ବେସରଟା ଭାରି ସୁଆଦିଆ ।
ଏକଥା ଶୁଣି କିଛି ସେବକ ଚିଇଁକି ପଡ଼ିଥିଲେ । ହାକିମ କ’ଣ ଦଇତାଙ୍କ ବେସରକୁ ମନ ବଳେଇଛନ୍ତି । ହାକିମ ଭାରି ଖୁସି ଅଛନ୍ତି । ହଁ ଖୁସି ନହେବେ ବା କେମିତି? ଏଥର ପୂରା ରଥଟା ଭଲରେ ହୋଇଗଲା । ପୂର୍ବବର୍ଷ ମାନଙ୍କରେ ଏତେ ସମସ୍ୟା ହୁଏ, ଏଥର କାହିଁ ହେଲାନି ତ? ସେଥିପାଇଁ ବୋଧେ ମାଛ ବେସରଟା…
ଏକଥା ଶୁଣି କିଛି ସେବକ କହୁଥାନ୍ତି ଏଥର ରଥଯାତ୍ରାରେ ଯେତେ ପରମ୍ପରା ଓ ଆଇନ୍ ଭାଙ୍ଗୁ ପଛେ ଏକାଧିକ ରେକର୍ଡ ହୋଇଛି । ଠାକୁରଙ୍କୁ ମନଇଚ୍ଛା ବାବୁ ମାନେ ନଚାଇଥିଲେ ମଧ୍ୟ ରେକର୍ଡ କରି ଦେଖାଇ ଦେଇଛନ୍ତି । ଦିନ ୧୨ଟାରେ ରାତି୍ର ଭୋଜନ ଠାକୁରଙ୍କୁ ଦିଅନ୍ତୁ କି ଘଣ୍ଟାଏ ଭିତରେ ମଧ୍ୟାହ୍ନ ଭୋଜ ଓ ରାତ୍ରି ଭୋଜନ ଦିଅନ୍ତୁ କିଛି ଯାଏ ଆସେ ନାହିଁ । ରେକର୍ଡ ଭିତରେ ଠାକୁରଙ୍କୁ ଆଉଜି ଦଇତାଙ୍କ ଶୋଇବା, ଭକ୍ତ ଦିଅଁଙ୍କୁ ଛୁଇଁବା, ଟାହିଆ ଛିଣ୍ଡାଇ ନେବା ଭଳି ଅନେକ ଘଟଣା ଲୁଚିଗଲାଣି । ଏସବୁ ଉପରୁ ହାକିମଙ୍କ ନଜର ଦୂରେଇବାକୁ ରାମଚଣ୍ଡୀରେ ମାଛ ବେସର ଟା ଭଲକି ଚଖେଇବାକୁ ପଡ଼ିବ…

Leave a Reply

Your email address will not be published. Required fields are marked *