trending ମାର୍କେଟ୍

ପୂଜା ସିଜିନରେ କାର୍‌ କିଣିଲେ ଲାଭବାନ ହେବେ, ଲକ୍ଷାଧିକ ଟଙ୍କା ଡିସ୍‌କାଉଣ୍ଟ ଅଛି!

ନୂଆଦିଲ୍ଲୀ: ଦେଶରେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଛି। ଯାହାର ପ୍ରଭାବ ସମସ୍ତ ଶିଳ୍ପ ଉପରେ ପଡ଼ିଛି। ଏହି ମାନ୍ଦାବସ୍ଥାରୁ ବର୍ତ୍ତି ନାହିଁ ଦେଶର ଅଗ୍ରଣୀ କାର୍ ନିର୍ମାତା କମ୍ପାନୀ ମାରୁତି ସୁଜୁକି। ଲଗାତାର କାର୍‌ ବିକ୍ରି କମ୍ ହୋଇ ଚାଲିଛି। ଏଭଳି ସ୍ଥିତିରେ ପୂଜା ସିଜିନରେ ବଡ଼ ଡିସକାଉଣ୍ଟ ଦେଇ ଗ୍ରାହକଙ୍କ ଦୃଷ୍ଚି ଆକର୍ଷଣ କରିବାକୁ କମ୍ପାନୀ ଯୋଜନା କରିଛି।

ମାରୁତି ସୁଜୁକିର ମାର୍କେଟିଂ ଡିପାର୍ଟମେଣ୍ଟର ପରିଚାଳନା ନିର୍ଦ୍ଦେଶକ ଶଶାଙ୍କ ବହରହାଲ କହିଛନ୍ତି, ମାରୁତି ସୁଜୁକିର ଏସ-କ୍ରସ(S-Cross) କାର୍‌ ଉପରେ ୧. ୩ଲକ୍ଷ ଟଙ୍କାର ଡିସକାଉଣ୍ଟ, ସିଆଜ୍(Ciaz)ରେ ୯୫ ହଜାର, ବାଲେନୋ(Baleno)ରେ ୮୫ ହଜାର ଓ ଇଗନିସ (Ignis) କାର୍‌ ଉପରେ ୭୫ ହଜାର ଟଙ୍କାର ଡିସକାଉଣ୍ଟ ରହିବ। ତେବେ ଏହି ଡିସକାଉଣ୍ଟ ପରିମାଣ ସହର ଓ ସ୍ଥାନ ଅନୁସାରେ କମ୍‌ ବେଶୀ ହୋଇପାରେ।

ଅନ୍ୟପଟେ ଗତକାଲି ଅଟୋମୋବାଇଲ ଶିଳ୍ପରେ ମାନ୍ଦା ଅବସ୍ଥା ଦେଖି ଏହି ଲୋକପ୍ରିୟ କମ୍ପାନୀ ହରିଆନାର ମାନେସର ଏବଂ ଗୁରୁଗ୍ରାମରେ ଥିବା ତା’ର ଦୁଇଟି କାରଖାନା ଦୁଇ ଦିନ ପାଇଁ ବନ୍ଦ ରଖିବାକୁ ଘୋଷଣା କରିଛି। ଚଳିତ ମାସ ୭ ଓ ୯ ତାରିଖ ଏହି ଦୁଇଟି ପ୍ଲାଣ୍ଟରେ କାର୍‌ ନିର୍ମାଣ ହେବ ନାହିଁ। ଏହି ଦୁଇ ଦିନକୁ କମ୍ପାନୀ ‘ଶୂନ ଉତ୍ପାଦନ’ ନାମରେ ଘୋଷିତ କରିଛି।

Leave a Reply

Your email address will not be published. Required fields are marked *