trending ନୂଆ ପ୍ରଡକ୍ଟ

ଶାଓମି ଲଞ୍ଚ୍ କଲା Mi A3: ଦାମ୍‌ ୧୨,୯୯୯ ଟଙ୍କା

ନୂଆଦିଲ୍ଲୀ: ଚାଇନିଜ୍‌ ମୋବାଇଲ୍‌ ଫୋନ୍‌ ନିର୍ମାତା କମ୍ପାନୀ ଶାଓମି ଆଜି ଭାରତରେ Mi A3 ଲଞ୍ଚ୍‌ କରିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏହାକୁ ଲଞ୍ଚ୍ କରାଯାଇଛି। ଏହା କମ୍ପାନୀର ଆଣ୍ଡ୍ରଏଡ୍‌ ୱାନ୍‌ ସିରିଜ୍‌ର ସ୍ମାର୍ଟଫୋନ୍‌, ଯାହାକୁ ଗତ ସପ୍ତାହରେ ସ୍ପେନ୍‌ରେ ଲଞ୍ଚ୍‌ କରାଯାଇଥିଲା। ଏହି ସ୍ମାର୍ଟଫୋନ୍‌ଟି ଆସନ୍ତାକାଲିଠୁ ଆମାଜନ୍‌ ଇଣ୍ଡିଆରେ ବିକ୍ରି ପାଇଁ ଉପଲବ୍ଧ ହେବ।

ଦାମ୍‌

୪ଜିବି ରାମ୍ ଓ ୬୪ ଜିବି ଷ୍ଟୋରେଜ୍ ଏବଂ ୬ ଜିବି ରାମ୍‌ ଓ ୧୨୮ ଜିବି ଷ୍ଟୋରେଜ୍‌ରେ ଏହି ଫୋନ୍‌ ଉଲବ୍ଧ ହେବ। ୪ ଜିବି ରାମ୍ ଓ ୬୪ ଜିବି ଷ୍ଟୋରେଜ୍ ବିଶିଷ୍ଟ Mi A3ର ମୂଲ୍ୟ ୧୨ ହଜାର ୯୯୯ଟଙ୍କା ରହିଛି। ସେହିପରି  ୬ ଜିବି ରାମ୍‌ ଓ ୧୨୮ ଜିବି ଷ୍ଟୋରେଜ୍ ବିଶିଷ୍ଟ  Mi A3ର ମୂଲ୍ୟ ୧୫ ହଜାର ୯୯୯ ଟଙ୍କା ରହିଛି।

ଅଫର୍‌

ଏହି ଫୋନ୍‌ରେ ‘ଲଞ୍ଚ୍‌ ଅଫର୍‌’ ରହିଛି। କିଛି ସପ୍ତାହ ଯାଏ କମ୍ପାନୀ HDFC କାର୍ଡରେ ୧ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଦେବ। କ୍ରେଡିଟ୍‌ କାର୍ଡରେ କିଣିଲେ ୭୫୦ ଟଙ୍କାର କ୍ୟାଶ୍‌ବ୍ୟାକ୍‌ ସହ EMI ଟ୍ରାଞ୍ଜାକ୍‌ଶନ୍‌ରେ ଆଉ ୨୫୦ ଟଙ୍କାର କ୍ୟାଶ୍‌ବ୍ୟାକ୍‌ ମିଳିବ। ଏଥିସହ ଏୟାରଟେଲ୍‌ ସିମ୍‌ରେ ମାତ୍ର ୨୪୯ ଟଙ୍କା ରିଚାର୍ଜରେ ଡବଲ୍‌ ଡାଟା ଓ ଅନ୍‌ଲିମିଟେଡ୍‌ କଲିଂ ସୁବିଧା ମିଳିବ।

ପାଣି ପଶିବନି

ଏହି ଫୋନ୍‌ର 6.08 ଇଞ୍ଚ୍ HD+ (720×1560 ପିକ୍ସଲ) AMOLED ଡିସ୍‌ପ୍ଲେ, ଗରିଲା ଗ୍ଲାସ୍ 5 ପ୍ରୋଟେକ୍ସନ୍, ଇନ୍‌ ଡିସ୍‌ପ୍ଲେ ଫିଙ୍ଗର୍‌ ପ୍ରିଣ୍ଟ ସେନ୍‌ସର୍‌, କ୍ୱାଲକମ୍ ସ୍ନାପଡ୍ରାଗନ୍‌ ୬୬୫ ପ୍ରୋସେସର, ୧୨୮ଜିବି ଯାଏ ଷ୍ଟୋରେଜ୍ ଓ 4,030mAhର ବ୍ୟାଟେରୀ ସହ ୧୮ୱାଟ୍‌ ଫାଷ୍ଟ୍‌ ଚାର୍ଜିଂ ସପୋର୍ଟ ଦିଆଯାଇଛି। ଏହି ଫୋନ୍‌ରେ p2i କୋଟିଂର ଫ୍ଲାସ୍‌ ପ୍ରୋଟେକ୍ଶନ୍‌ ଦିଆଯାଇଛି ଯାହା ଫୋନ୍‌କୁ ପାଣି ପଶିବାରୁ ରକ୍ଷା କରିବ।

କ୍ୟାମେରା

ଫଟୋ ଉଠାଇବା ପାଇଁ ଏଥିରେ ଟ୍ରିପଲ୍‌ ରିୟର କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ଏହି ସେଟ୍‌ଅପ୍‌ରେ 48mpର ପ୍ରାଇମେରୀ ସେନ୍‌ସର୍‌, 8mpର ସେକେଣ୍ଡାରୀ ସେନ୍‌ସର୍‌ ଓ 2mpର ଡେପ୍‌ଥ ସେନ୍‌ସର୍‌ ଦିଆଯାଇଛି। ସେଲ୍‌ଫି ପାଇଁ ଏହି ଫୋନ୍‌ରେ 32mpର ଫ୍ରଣ୍ଟ୍‌ କ୍ୟାମେରା ଦିଆଯାଇଛି।

 

Leave a Reply

Your email address will not be published. Required fields are marked *