ବେଜିଂ: ଚୀନରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ହୁହୁ ହୋଇ ବଢ଼ିଚାଲିଛି। ୩୦ଟି ସହରରେ ଏହା ଆତଙ୍କ ଖେଳାଇଛି। ଏବେ ସ୍ଥିତି ଏଭଳି ହୋଇଛି କରୋନା ସନ୍ଦିଗ୍ଧରେ ଚୀନ ସରକାର ଲୋକଙ୍କୁ ନିର୍ଯାତନା ଦେଉଥିବା ଖବର ମିଳିଛି। ଏଭଳି ଏକ ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଘୂରି ବୁଲୁଛି। ଚୀନ ସରକାରଙ୍କ ସ୍ବାସ୍ଥ୍ୟ ଅଧିକାରୀ ଜଣେ କରୋନା ସନ୍ଦିଗ୍ଧଙ୍କୁ ଜବରଦସ୍ତ ତାଙ୍କ ଘରୁ ଘୋଷାଡ଼ି ଘୋଷାଡ଼ି ନେଉଥିବା ଏହି ଭିଡ଼ିଓରେ ଦେଖବାକୁ ମିଳୁଛି। ଏହି ଭିଡ଼ିଓ ଉହାନ୍ର ଚାଇନିଜ୍ ଗାର୍ଡେନଠାରେ ରହୁଥିବା ଜଣେ ବ୍ୟକ୍ତିଙ୍କର ବୋଲି କୁହାଯାଉଛି। ସେହିପରି ଅନ୍ୟ ଜଣେ ବ୍ୟକ୍ତିଙ୍କୁ କିଛି ପୁଲିସ ଟେକି ନେଉଥିବାର ଭିଡ଼ିଓ ଭାଇରାଲ ହୋଇଛି। ସେହିପରି ଅନ୍ୟ ଏକ ଭିଡ଼ିଓରେ ଜଣେ ମହିଳାଙ୍କୁ ପୁଲିସ ଘରୁ ଟେକି ଆଣୁଥିବା ଦେଖିବାକୁ ମିଳିଛି। ଏହି ଭିଡ଼ିଓଗୁଡ଼ିକ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେଉଛି।
Related Articles
Hello world!
Welcome to WordPress. This is your first post. Edit or delete it, then start writing!
ଦିଲ୍ଲୀ କଂଗ୍ରେସ ସଭାପତିଙ୍କ ଇସ୍ତଫା
ନୂଆଦିଲ୍ଲୀ: ଲଗାତର ଭାବେ ୧୫ ବର୍ଷ ସରକାର କରି ମଧ୍ୟ କଂଗ୍ରେସ ପାଇଁ ଦିଲ୍ଲୀ ଦୁରେଇ ଯାଇଛି। ଦିଲ୍ଲୀ ବିଧାନସଭା ଭୋଟରେ ଦ୍ବିତୀୟ ଥର ଲାଗି ଦଳ ଖାତା ଖୋଲି ପାରିନି। ଶୀଲା ଦୀକ୍ଷିତଙ୍କ ନେତୃତ୍ବରେ ଦିଲ୍ଲୀରେ କଂଗ୍ରେସ ଲଗାତର ବିଜୟୀ ହେଉଥିଲା। ୨୦୧୫ ରେ ଶୀଲାଙ୍କ ପରାଜୟ ପରଠୁ ଆଉ ଅଣ୍ଟା ସଲଖି ଛିଡା ହୋଇପାରୁନି କଂଗ୍ରେସ । ଏ ଥର ଏହି ସ୍ଥିତି ଅଧିକ ଯନ୍ତ୍ରଣାଦାୟକ ହୋଇଛି ସବୁଠୁ ପୁରୁଣା ଦଳ ପାଇଁ । […]
ବିଶ୍ୱକୁ ‘କରୋନା’ ଆତଙ୍କ: ଚୀନରେ ମୃତ୍ୟୁ ସଂଖ୍ୟା ଛୁଇଁଲା ୭୨୩
ବେଜିଂ: ଚୀନରେ କରୋନା ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁସଂଖ୍ୟା ୭୨୩ରେ ପହଞ୍ଚିଛି। ସଂକ୍ରମଣକାରୀଙ୍କ ସଂଖ୍ୟା ୩୪, ୮୦୦କୁ ବୃଦ୍ଧିପାଇଛି। ହୁବେଇ ପ୍ରଦେଶ ପରିସ୍ଥିତି ସାଂଘାତିକ ହୋଇପଡ଼ିଛି। ଏଠାରେ ୮୧ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। କରୋନା ଏବେ ଅଧିକ ଭୟଙ୍କର ହେବାରେ ଲାଗିଛି। ଏହା ବିଶ୍ୱବାସୀଙ୍କୁ ଆତଙ୍କିତ କରିପକାଇଛି। ବର୍ତ୍ତମାନ ସୁଦ୍ଧା ୨୭ ଦେଶକୁ କରୋନା ଭାଇରସ୍ ସଂକ୍ରମଣ ହୋଇସାରିଛି। ଜାପାନର କ୍ରୁସ୍ ଲାଇନର ଜାହାଜରେ ଥିବା ୩,୭୦୦ ଯାତ୍ରୀଙ୍କୁ କରୋନା ଭାଇରସ୍ […]