grossing top4-3 ଯଲିଉଡ୍

ଦୈତାରୀ ପଣ୍ତା: ହୋଟେଲ ବୟରୁ ଯାତ୍ରା ସୁପରଷ୍ଟାର

ଦୈତାରୀ ପଣ୍ତା। ଏଇ ନାଁଟି ମନରେ ଉଚ୍ଚାରିତ ହେଲା ମାତ୍ରେ ଯଲିଉଡ୍‌ ଅର୍ଥାତ ଯାତ୍ରା ଜଗତ କଥା ସ୍ମରଣକୁ ଆସେ। ଯାତ୍ରାପ୍ରେମୀ ତ ଏଇ ନାଁ ଓ ତାଙ୍କ ସ˚ପର୍କରେ ଜାଣିବାକୁ ବ୍ୟାକୁଳ ହୁଅନ୍ତି। କିନ୍ତୁ ଯାତ୍ରା ସ˚ପର୍କରେ ଜାଣିବାକୁ ଆଗ୍ରହ ପ୍ରକାଶ କରୁ ନଥିବା ବ୍ୟକ୍ତିମାନେ ମଧୢ ଏ ନାଁରେ ଆକର୍ଷିତ ହୋଇଥାନ୍ତି। ପ୍ରକୃତରେ ଯଲିଉଡରେ ଦୈତାରୀ ପଣ୍ତାଙ୍କର ବିକଳ୍ପ ନାହାନ୍ତି। ତାଙ୍କ ପାଇଁ ପାର୍ଟିର ବେପାର ବଢେ଼, ନାଟକ ସଫଳ ହୁଏ। ସେଥିପାଇଁ ତ କୋଣାର୍କ ଗଣନାଟ୍ୟର ପ୍ରଯୋଜକ ଦୈତାରୀଙ୍କୁ ଅନ୍ୟତ୍ର ଛାଡ଼ିବାକୁ ନାରାଜ। ଦୈତାରୀ ମଧ୍ୟ ଅର୍ଥ ପ୍ରଲୋଭନ ଠାରୁ ଦୂରରେ ରହି କୋଣାର୍କ ଗଣନାଟ୍ୟର ମଙ୍ଗୁଆଳ ସାଜ୍ଜିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଦୈତାରୀଙ୍କୁ ଯଲିଉଡ ଏଭଳି ସ୍ଥାନରେ ପହଞ୍ଚାଇଛି, ଯାହାଙ୍କ ନାଁରେ ନାଟକର ଟାଇଟିଲ ବି ହୋଇଛି। ତାଙ୍କ ନାଁରେ ନାଟକ ‘ଦୈତାରୀ ପଣ୍ତା ବାହା ହଉଛି’ ପ୍ରସ୍ତୁତ ହୋଇଥିଲା ଏବ˚ ଏହି ନାଟକ କୋଣାର୍କ ଗଣନାଟ୍ୟକୁ ଅପୂର୍ବ ସଫଳତା ବି ଦେଇଥିଲା। ବାସ୍ତବିକ ନିଷ୍ଠା, ସାଧନା, ଅଧ୍ୟବସାୟ, ସର୍ବୋପରି ଭଗବାନଙ୍କ ଆଶୀର୍ବାଦ ପାଇ ସେ ଆଜି ଯାତ୍ରା ସୁପରଷ୍ଟାର ଭାବେ ପରିଗଣିତ ହେଉଛନ୍ତି। ସେମିତି କିଛି ଶିକ୍ଷାଗତ ଯୋଗ୍ୟତା ନାହିଁ। ଅଥଚ ତାଙ୍କ ଅଭିନୟରୁ ସେ ଖୁବ୍‌ ଉଚ୍ଚ ଶିକ୍ଷିତ ମନେ ହୁଅନ୍ତି। ହୋଟେଲ ବୟରୁ ଆଜି ଯାତ୍ରା ସୁପରଷ୍ଟାର‌୍‌ ଆସନରେ ବସିପାରିଥିବା ଦୈତାରୀ ପଣ୍ତାଙ୍କ ସ˚ପର୍କରେ ଆମେ ଏଠାରେ କିଛିଟା ବଖାଣୁଛୁ।

ବାଲେଶ୍ବର ଜିଲ୍ଲା ଔପଦା ଅ˚ଚଳର ବାସିନ୍ଦା ଦୈତାରୀ ପଣ୍ତା ପ୍ରଥମେ ନିଜର କୌଳିକ ବୃତ୍ତି ଯଯମାନ କାର୍ଯ୍ୟକୁ ଆପଣେଇ ନେଇଥିଲେ। ମାତ୍ର ସେଥିରେ ତାଙ୍କ ମନ ନ ମାନିବାରୁ ସେ ଚାକିରି ଉଦ୍ଦେଶ୍ୟରେ କୋଲକାତା ପଳାଇ ଯାଇଥିଲେ। ସେଠାରେ ସେ ଏକ ହୋଟେଲରେ ‘ହୋଟେଲ ବଏ’ ଭାବେ କାମ କଲେ। ସେଥିରେ ବି ତାଙ୍କ ମନ ମାନିଲା ନାହିଁ। ଶେଷରେ ଫେରିଆସିଲେ ଗାଁକୁ। ଗାଁରେ ପୁଣି କ’ଣ କରିବେ ବୋଲି ଚିନ୍ତାରେ ପଡ଼ି ଶେଷରେ ନାଟ୍ୟାଚାର୍ଯ୍ୟ ସ୍ବର୍ଗତ ରଘୁନାଥ ପଣ୍ତାଙ୍କ ‘ନୀଳଚକ୍ର ଅପେରା’ରେ ସେ ଯୋଗଦେଲେ। ସେଠାରେ ସେ ପ୍ରଥମେ ଯାତ୍ରା-ବଏ ଭାବେ ବୋଲ ହାକ ମାନି କାମ କରିବା ପରେ ଅଭିନୟରେ ସୁଯୋଗ ପାଇଲେ।

ବିଶେଷକରି ରଘୁନାଥ ପଣ୍ତାଙ୍କ ସାନ୍ନିଧ୍ୟ ଓ ଶିକ୍ଷା ପାଇ ସେ ଆଗକୁ ଯିବାକୁ ବାଟ ପାଇଗଲେ। ତା’ପର ଠାରୁ ସେ ଆଜିଯାଏଁ ପଛକୁ କେବେ ଫେରିନାହାନ୍ତି। ଆଗେଇଛନ୍ତି ଆଗକୁ ଆଗକୁ। ନୀଳଚକ୍ର ଅପେରା ପରେ ହରଗୌରୀ କଳାନିକେତନ, ଶ୍ରୀଦୁର୍ଗା ଅପେରା, ଅନ୍ନପୂର୍ଣ୍ଣା ଗଣନାଟ୍ୟ, ଓଡ଼ିଶା ଅପେରା, ତାରିଣୀ ଗଣନାଟ୍ୟ, ବାଣେଶ୍ବରୀ ଗଣନାଟ୍ୟ ପରେ 17 ବର୍ଷ ହେଲା କୋଣାର୍କ ଗଣନାଟ୍ୟର ମଙ୍ଗ ଧରି ପାର୍ଟିକୁ ଟାଣି ଧରିଛନ୍ତି। ତାରିଣୀ ଗଣନାଟ୍ୟରେ ଥିବା ବେଳେ ପଣ୍ତାପୁଅ ନିଜ ପାଇଁ ଯେତିକି ସଫଳତା ସାଉଁଟି ନଥିଲେ, ତା’ଠାରୁ ଅଧିକ ସଫଳତା ଦେଇଥିଲେ ଏହି ପାର୍ଟିକୁ। ଏକ ଅପ୍ରୀତିକର ପରିସ୍ଥିତିରେ ସେ ପାର୍ଟିକୁ  ଗୁଡ୍‌ବାଏ କରିବା ପରେ ତାରିଣୀ ଗଣନାଟ୍ୟର ବି ଏକପ୍ରକାର ପତନ ଘଟିଲା। ସେହିପରି ବାଣେଶ୍ବରୀ ଗଣନାଟ୍ୟରେ ଯେଉଁ ବର୍ଷେ ଦି’ ବର୍ଷ ସେ ଥିଲେ ସେଇ ପାର୍ଟିକୁ ସଫଳତାର ଶୀର୍ଷରେ ପହଞ୍ଚାଇଥିଲେ। ସେତେବେଳେ ପାର୍ଟିର ବହୁ ଚର୍ଚିତ ନାଟକ ‘କଥା ରହିଲା ମଗୁଶିରକୁ’ରେ ଦୈତାରୀ ଉଚ୍ଚକୋଟିର ଅଭିନୟ ପାଇଁ ରାଜ୍ୟ ସ˚ସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଯାତ୍ରା ଉତ୍ସବରେ ଶ୍ରେଷ୍ଠ ଖଳନାୟକ ଭାବେ ସମ୍ବର୍ଧିତ ହୋଇଥିଲେ। କହିବାକୁ ଗଲେ ଦୈତାରୀ ଯେଉଁ ପାର୍ଟିରେ ଯୋଗ ଦିଅନ୍ତି ସେ ପାର୍ଟି ରାତାରାତି ନମ୍ବର ୱାନ ଆସନରେ ପହଞ୍ଚେ, ଏବ˚ ଯେଉଁ ପାର୍ଟିକୁ ମୁହଁ ମୋଡ଼ନ୍ତି ସେ ଖସିଯାଏ ତଳକୁ ତଳକୁ। ସେଥିପାଇଁ କୋଣାର୍କ ଗଣନାଟ୍ୟ ପ୍ରଯୋଜକ 17 ବର୍ଷ ହେଲା ଦୈତାରୀଙ୍କୁ ଅନ୍ୟତ୍ର ଛାଡ଼ିବାକୁ ଚିନ୍ତା ବି କରିପାରୁ ନାହାନ୍ତି।

‘ଜୀଅନ୍ତା ଶବ’ ଓ ଦୈତାରୀ


ନାଟ୍ୟକାର ଅନନ୍ତ ଓଝାଙ୍କ ରଚିତ ବହୁ ଚର୍ଚିତ ନାଟକ ‘ଜୀଅନ୍ତ ଶବ’ ପାଇଁ ତାରିଣୀ ଗଣନାଟ୍ୟ ଯେତିକି ସଫଳତା ପାଇଛି, ଦୈତାରୀ ମଧୢ ଅନୁରୂପ ସଫଳତା ପାଇବା ପରେ ଯଲିଉଡରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ସେତେବେଳେ ଏହି ନାଟକ ଓ ଦୈତାରୀଙ୍କ ଅଭିନୟ କିଭଳି ପ୍ରଭାବଶାଳୀ ହୋଇଥିଲା ସେ ସ˚ପର୍କରେ ଏକ ଘଟଣାକୁ ଆମେ ଏଠାରେ ଉପସ୍ଥାନ କରୁଛୁ। ଏକ ମଫସଲ ଅ˚ଚଳରେ ଏହି ନାଟକ ମଞ୍ଚସ୍ଥ ହୋଇସାରିଥାଏ। ପରଦିନ ସକାଳେ ଅନ୍ୟ ସାଥୀ କଳାକାରଙ୍କ ସହିତ ଦୈତାରୀ ନିକଟସ୍ଥ ଏକ ପୋଖରୀରେ ଗାଧୋଇବାକୁ ଯାଇଥିଲେ। ହଠାତ ଜଣେ ବ୍ୟକ୍ତି ତାଙ୍କ ସାମ୍ନାକୁ ଆସି ଦୈତାରୀଙ୍କୁ ଅଟକାଇ କହିଲେ, ‘‘ତୁମେ ଏ ପୋଖରୀରେ ଗାଧୋଇପାରବି ନାହିଁ। ତୁମ ଭଳି ବାଜେ ଲୋକକୁ ଏ ପୋଖରୀ ମନା।’’ ତାହା ହିଁ ହେଲା। ଅନ୍ୟମାନେ ସେ ପୋଖରୀରେ ଗାଧୋଇଲେ। ମାତ୍ର ଦୈତାରୀ ଅନ୍ୟ ଏକ ପୋଖରୀରେ ଗାଧୋଇ ମେସ୍‌କୁ ଗଲେ। ହେଲେ ତାଙ୍କ ମନରେ ସେତେବେଳେ ଉଙ୍କି ମାରିଥିଲା ଅସୁମାରି ପ୍ରଶ୍ନ। ‘ମୁଁ କ’ଣ ଏତେ ଖରାପ ଯେ ମୋ ପାଇଁ ଗାଁ ପୋଖରୀ ମନା?’ ପରେ ଅବଶ୍ୟ ସେ ସବୁ ପ୍ରଶ୍ନର ଉତ୍ତର ପାଇଗଲେ। ଗତରାତିରେ ଏହି ଭଦ୍ରବ୍ୟକ୍ତି ଜଣକ ଦୈତାରୀଙ୍କ ଲୋକହର୍ଷକ ଖଳ ଅଭିନୟ ଦେଖି ତାଙ୍କୁ ସେ ବାସ୍ତବରେ ଜଣେ ଖଳ ପ୍ରକୃତିର ମଣିଷ ବୋଲି ଧରି ନେଇଥିଲେ।

ବହୁ ଚର୍ଚିତ ନାଟକ

ଦୈତାରୀଙ୍କ 38 ବର୍ଷର ଯାତ୍ରା ଜୀବନ ମଧ୍ୟରେ ସେ ଶତାଧିକ ନାଟକରେ ଅଭିନୟ କରିସାରିଲେଣି। କିନ୍ତୁ କେତୋଟି ନାଟକ ତାଙ୍କୁ ଆଜି ଯାତ୍ରା ସୁପରଷ୍ଟାର‌୍‌ ଭାବେ ପରିଚୟ ଦେଇଛି। ସେହି ଚର୍ଚିତ ନାଟକ ମଧୢରେ ‘କଥା ରହିଲା ମଗୁଶିରକୁ’, ‘ଜୀଅନ୍ତା ଶବ’, ‘କଉଡି ଖେଳ’, ‘କାରଗିଲ ଜଳୁଛି’, ‘ଦସ୍ୟୁ ବୀରାପାନ’, ‘କ˚ସେଇ ଖାନା’, ‘ନର ରାକ୍ଷସ’,  ‘ବିଧବା ସାବିତ୍ରୀ’, ‘ଅସୁରମାନଙ୍କ ସହର’, ‘ଭଙ୍ଗା ଅଇନା’, ‘ବାଘ କାନ୍ଦୁଛି’, ‘କହଲୋ ବଉଳ କିଏ ତୋ ବର’, ‘ବ୍ରହ୍ମ ଚଣ୍ତାଳ, ‘ବେଇମାନ’, ‘ଦୈତାରୀ ପଣ୍ତା ବାହାହଉଛି’ବେଶି ଚର୍ଚିତ ଓ ସଫଳ।

ଅଭିନୀତ ଫିଲ୍ମ

ତାଙ୍କ ଅଭିନୟରେ ଚକିତ ହୋଇ ଫିଲ୍ମ ପ୍ରଯୋଜକମାନେ ବି ଦୈତାରୀଙ୍କୁ ପରଦାରେ ଅଭିନୟ କରିବାର ସୁଯୋଗ ଦେଇଛନ୍ତି। ଯାତ୍ରା ଜଗତରେ ଘର କରିଥିବା ଦୈତାରୀ ପରଦା ପ୍ରେମରେ ବି ପଡ଼ିଛନ୍ତି। ‘ସପନର ନାୟିକା’ରେ ଜଙ୍ଗଲି ସର୍ଦାର ଭୂମିକାରେ ଚମକପ୍ରଦ ଅଭିନୟ କରିବା ପରେ ଦୈତାରୀଙ୍କୁ ଫିଲ୍ମରୁ ଆମନ୍ତ୍ରଣ ଆସିବାରେ ଲାଗିଛି। ପ୍ରସ୍ତୁତି ଚାଲିଥିବା ‘ପଗଲୁ’, ‘ଆରେ ମୋର ଟିକି ଚଢେ଼ଇ’ରେ ବି ସେ ଅଭିନୟ କରିଛନ୍ତି। ଏବେ ସୁଟି˚ ଚାଲିଥିବା ନୂଆ ଓଡ଼ିଆ ଫିଲ୍ମ ‘ଗଡ଼୍‌ଫାଦର’ରେ ସେ ପୁଲିସ ଇନ୍‌ସପେକ୍ଟର ଦୈତାରୀ ପଣ୍ତା ଚରିତ୍ରରେ ଅଭିନୟ କରିବାକୁ ବାହାରିଛନ୍ତି।

-ଭରତ ଚନ୍ଦ୍ର ବାରିକ

Leave a Reply

Your email address will not be published. Required fields are marked *