ବରେଲି: ଉତ୍ତରପ୍ରଦେଶର ବରେଲି ସହର ଖୁବ୍ ଚର୍ଚ୍ଚିତ। ହୀନ୍ଦି ଫିଲ୍ମ ‘ମେରା ଶାୟା’ର ‘ଝୁମ୍କା ଗିରାରେ ବରେଲି କି ବାଜାର ମେ’ ଗୀତକୁ କିଏ ବା ଭୁଲି ପାରିବ ! ଏ ଗୀତ ଯିଏ ଶୁଣେ, ସିଏ ପଚାରେ ବରେଲିରେ ହଜିଥିବା ଝୁମକା ମିଳିଲା ନା ନାହିଁ ? ଏହି ଉତ୍ତର ଦୀର୍ଘ ୫୪ ବର୍ଷ ପରେ ମିଳିଛି। ବରେଲିରେ ହଜିଥିବା ଝୁମକା ମିଳିଯାଇଛି। ବରେଲିରେ ଏକ ପୋଲ ତିଆରି ହେବା ପରେ ଲୋକେ କହୁଛନ୍ତି ହଜିଥିବା ଝୁମକା ମିଳିଯାଇଛି। ସେହି ପୋଲ ନିକଟରେ ଏକ ଝୁମକା ଆକୃତି ନିର୍ମାଣ କରାଯାଇଛି। ଏହା ଦେଖେଣାହାରୀଙ୍କୁ ଖୁବ୍ ଆକର୍ଷିତ କରୁଛି। ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ବରେଲି ଜିଲାର ଏନ୍ଏଚ୍ ୨୪ରେ ଥିବା ଜିରୋ ପଏଣ୍ଟ ଏବେ ଲୋକଙ୍କୁ ଆକର୍ଷିତ କରୁଛି। ଏଠାରେ ଏହି ଝୁମକା ନିର୍ମାଣ କରାଯାଇଛି।
Related Articles
୭୦ ବର୍ଷରେ ସବୁଠୁ ଖରାପ ଅର୍ଥବ୍ୟବସ୍ଥାରେ ଦେଶ: ନୀତି ଆୟୋଗ ଉପାଧ୍ୟକ୍ଷ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଥିଙ୍କ୍ ଟ୍ୟାଙ୍କ୍ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଦେଶର ଅର୍ଥବ୍ୟବସ୍ଥାକୁ ନେଇ ନିଜର ମତ ରଖିଛନ୍ତି। ଦୀର୍ଘ ୭୦ ବର୍ଷ ଭିତରେ ସବୁଠାରୁ ଖରାପ ସ୍ଥିତି ଦେଇ ଦେଶର ଅର୍ଥ ବ୍ୟବସ୍ଥା ଗତି କରୁଛି ବୋଲି ସେ କହିଛନ୍ତି। ଦେଶର ଅର୍ଥବ୍ୟବସ୍ଥା ଆଗକୁ ନେବାକୁ ହେଲେ ପୁଞ୍ଜି ନିବେଶ ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଦେଶରେ ଦେଖାଦେଇଥିବା ଆର୍ଥିକ ସଙ୍କଟର ପ୍ରଭାବ ଆର୍ଥିକ ବିକାଶରେ ବାଧକ […]
କରୋନା ଭୟ: ସନ୍ଦୀଗ୍ଧଙ୍କୁ ଘରୁ ଟେକି ଆଣୁଛି ପୁଲିସ
ବେଜିଂ: ଚୀନରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ହୁହୁ ହୋଇ ବଢ଼ିଚାଲିଛି। ୩୦ଟି ସହରରେ ଏହା ଆତଙ୍କ ଖେଳାଇଛି। ଏବେ ସ୍ଥିତି ଏଭଳି ହୋଇଛି କରୋନା ସନ୍ଦିଗ୍ଧରେ ଚୀନ ସରକାର ଲୋକଙ୍କୁ ନିର୍ଯାତନା ଦେଉଥିବା ଖବର ମିଳିଛି। ଏଭଳି ଏକ ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଘୂରି ବୁଲୁଛି। ଚୀନ ସରକାରଙ୍କ ସ୍ବାସ୍ଥ୍ୟ ଅଧିକାରୀ ଜଣେ କରୋନା ସନ୍ଦିଗ୍ଧଙ୍କୁ ଜବରଦସ୍ତ ତାଙ୍କ ଘରୁ ଘୋଷାଡ଼ି ଘୋଷାଡ଼ି ନେଉଥିବା ଏହି ଭିଡ଼ିଓରେ ଦେଖବାକୁ ମିଳୁଛି। ଏହି ଭିଡ଼ିଓ ଉହାନ୍ର […]