ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦ୍ମୀ ପାର୍ଟି (AAP) ପୁଣିଥରେ ବିଶାଳ ବିଜୟ ହାସଲ କରିଛି। ଦିଲ୍ଲୀ ବିଧାନସଭାର ୭୦ଟି ଆସନ ମଧ୍ୟରୁ ଆମ ଆଦମୀ ପାର୍ଟି ୬୨ଟି ଆସନ ଦଖଲ କରିବା ପରେ ପୁଣିଥରେ ଦିଲ୍ଲୀରେ ସରକାର ଗଠନ କରିବା ପଥ ପରିସ୍କାର ହୋଇଯାଇଛି। ଏହି ବିଜୟ ସହ ପୁଣି ଥରେ ଅରବିନ୍ଦ କେଜରିଓ୍ବାଲ ମୁଖ୍ୟମନ୍ତ୍ରୀ ହେବେ। ମୁଖ୍ୟମନ୍ତ୍ରୀ ଭାବେ ସେ ଫେବ୍ରୁଆରି ୧୪ ତାରିଖ ଅର୍ଥାତ୍ ଭାଲେଣ୍ଟାଇନ୍ସ ଡେ’ରେ ଶପଥ ନେବେ ବୋଲି ଆଲୋଚନା ହେଲାଣି। ଭାଲେଣ୍ଟାଇନ୍ସ ଡେ’ ସହ କେଜରିଓ୍ବାଲଙ୍କ ଭିନ୍ନ ସମ୍ପର୍କ ରହିଛି। ୨୦୧୩ରେ କେଜରିଓ୍ବାଲଙ୍କ ନେତୃତ୍ୱରେ ଆପ ଦିଲ୍ଲୀରେ ସରକାର ଗଠନ କରିଥିଲା। ସେତେବେଳେ କଂଗ୍ରେସ ସହ ମେଣ୍ଟ କରି ସରକାର ଗଠନ କରିଥିବା ବେଳେ କେଜରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ। କିନ୍ତୁ ଏହା ବେଶୀ ଦିନ ତିଷ୍ଠି ନ ଥିଲା। ୪୯ ଦିନ ପରେ ଏହି ସରକାର ଭାଙ୍ଗି ଯାଇଥିଲା। ଆଉ ଫେବ୍ରୁଆରି ୧୪ରେ କେଜରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ୨୦୧୫ରେ ୬୭ ଆସନରେ ଜିତି କେଜରିଓ୍ବାଲ ପୁଣିଥରେ ସରକାର ଗଠନ କରିଥିଲେ। ୨୦୧୫ ଫେବ୍ରୁଆରି ୧୪ରେ କେଜରିଓ୍ବାଲ ଶପଥ ନେବାକୁ ନିଷ୍ପତ୍ତି ନେଇଥିଲେ। ଏଥିରୁ ଅନୁମାନ କରାଯାଉଛି ସେ ୧୪ ଭାଲେଣ୍ଟାଇନ୍ସ ଡେ’ରେ ଶପଥ ନେଇପାରନ୍ତି। ଉଲ୍ଲେଖଯୋଗ୍ୟ, ଚଳିତ ବିଧାନସଭା ନିର୍ବାଚନରେ ଆମ୍ ଆଦ୍ମୀ ପାର୍ଟି ୬୨ଟି ଆସନ ଦଖଲ କରିଥିଲା ବେଳେ ବିଜେପିର ମାତ୍ର ୮ଜଣ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏହି ନିର୍ବାଚନରେ କଂଗ୍ରେସ ଦଳ ଲଗାତର ଦ୍ବିତୀୟଥର ମୂଳପୋଛ ହୋଇଯାଇଛି।
Related Articles
କହିଥିଲେ ଦାଶିଆ ଅଜା, ଯେତେ ପାରୁଛ ମଣିଷ ଧର
ଭୁବନେଶ୍ୱର : ସାଦାସିଧା, ପତଳା ଓ ଡେଙ୍ଗା ମଣିଷଟିଏ, ବସ୍ତ୍ର କହିଲେ ଖଣ୍ଡେ ଆଣ୍ଠୁଲୁଚା ଗେରୁଆ ଧୋତି ଆଉ ମୁଣ୍ଡରେ ଖଣ୍ଡେ ନାଲି ଗାମୁଛା। ହାତରେ ଠେଙ୍ଗା, ମୁହଁରେ ମେଞ୍ଚାଏ ଦାଢ଼ି ଏବଂ ପୁଳେ ହସ। ଆଉ ଆଖିରେ ଅସରନ୍ତି ସ୍ୱପ୍ନ, ନିଜେ ପଢ଼ିବେ ଆଉ ଅନ୍ୟମାନଙ୍କୁ ପଢ଼ାଇବେ। ସେଥିରୁ ଜନ୍ମ ନେଇଥିଲା, ବାଞ୍ଛାନିଧି ପାଠାଗାର, ଶ୍ରୀ ଅରବିନ୍ଦ ସଂଗ୍ରହାଳୟ ଏବଂ ଯଦୁମଣି ସାହିତ୍ୟ ସଂସଦ। ଆଉ ସେ ହେଉଛନ୍ତି ଘରେ ଘରେ ପରିଚିତ ପିଲାଙ୍କଠୁ ବୁଢ଼ା […]
ଭାରତରେ ଲଞ୍ଚ୍ ହେଲା Google Nest Hub
ନୂଆଦିଲ୍ଲୀ: ‘ଗୁଗୁଲ୍’ ଭାରତରେ ନିଜର ନୂଆ ସ୍ମାର୍ଟ ଡିଭାଇସ୍ Google Nest Hub ଲଞ୍ଚ୍ କରିଛି। ଏହା ଏକ ସ୍ମାର୍ଟ ଡିସ୍ପ୍ଲେ। ଗୁଗୁଲ୍ ଏହି ଡିଭାଇସ୍ ସହ ତା’ର Nest ସିରିଜ୍ ଆରମ୍ଭ କରିଛି। ଆମେରିକା ସମେତ ଅନେକ ଦେଶରେ ଏହି ଡିଭାଇସ୍ ଅନେକ ଦିନରୁ ଉପଲବ୍ଧ ହେଉଛି। ଆଉ ଏବେ ଏହା ଭାରତକୁ ମଧ୍ୟ ଆସିଛି। କେଉଁଠାରୁ କେତେ ଟଙ୍କାରେ କିଣିବେ? ଭାରତରେ ଏହି ଡିଭାଇସ୍ର ମୂଲ୍ୟ ୯ ହଜାର ୯୯୯ ଟଙ୍କା ରଖାଯାଇଛି। ଏହକୁ ଫ୍ଲିପ୍କାର୍ଟ, କ୍ରୋମା, […]
ଟିକଟକ୍ ଓ ହେଲୋ ହୋଇପାରେ ବ୍ୟାନ୍
ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୋଶାଲ ମିଡିଆ ପ୍ଲାଟଫର୍ମ ଟିକଟକ୍ ଏବଂ ହେଲୋକୁ ବ୍ୟାନ କରିପାରନ୍ତି। ଏଥିପାଇଁ ଏହି ଦୁଇ ସଂସ୍ଥା ପାଖରୁ ୨୧ଟି ପ୍ରଶ୍ନର ଜବାବ ମାଗିଛନ୍ତି। ଯଦି ସରକାର ଉତ୍ତରରେ ସନ୍ତୋଷ ନହୁଅନ୍ତି ତାହେଲେ ଏହା ବ୍ୟାନ ହୋଇଯାଇପାରେ।ସୂଚନାଯୋଗ୍ୟ, ଆରଏସଏସ ସହ ଜଡିତ ଥିବା ସ୍ୱଦେଶୀ ଜାଗରଣ ମଞ୍ଚ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ଏକ ଅଭିଯୋଗ କରିଛନ୍ତି। ଯେଉଁଥିରେ ଉଲ୍ଲେଖ ରହିଛି ଯେ ଟିକଟିକ ଏବଂ ସ୍ୱଦେଶୀ ସୋଶାଲ ମିଡିଆ କମ୍ପାନୀ ଦେଶ ବିରୋଧୀ […]