ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ସୁନା ଦାମ୍ ହ୍ରାସ ପାଇଛି। ଏଥିପାଇଁ ଘରୋଇ ବଜାରରେ ସୁନା ଦର ହ୍ରାସ ପାଇଛି। ସୁନା ସହ ରୂପା ଦାମ୍ ମଧ୍ୟ ଖସିଛି । ଏକ କିଲୋଗ୍ରାମ ରୂପା ଦାମ୍ ୧୦୮ ଟଙ୍କା କମ୍ ହୋଇଯାଇଛି ।
ସୁନା ନୂଆ ଦର
ମଙ୍ଗଳବାର ଦିଲ୍ଲୀ ସର୍ରୋଫା ବଜାରରେ ସୁନାର ଦାମ୍ ୪୧,୩୮୧ ଟଙ୍କାରୁ ହ୍ରାସ ପାଇ ୪୧,୨୬୯ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଛି । ଅନ୍ତର୍ଜାତୀୟ ବଜାରରେ ସୁନାର ଦାମ୍ ମଧ୍ୟ ୧୫୬୮ ଡଲାର୍ ପ୍ରତି ଆଉନ୍ସ ଓ ରୂପା ଦାମ୍ ୧୭.୭୨ ଡଲାର୍ ପ୍ରତି ଆଉନ୍ସ ରହିଛି ।
ରୁପାର ନୂଆ ଦର
ଡିମାଣ୍ଡରେ ହ୍ରାସ ପାଇବା ଯୋଗୁଁ ଦିଲ୍ଲୀ ସର୍ରୋଫା ବଜାରରେ ରୂପା ଦାମ୍ ୪୭,୨୬୦ ଟଙ୍କାରୁ ହ୍ରାସ ପାଇ ୪୭,୧୫୨ ଟଙ୍କା ପ୍ରତି କିଲୋଗ୍ରାମ ହୋଇଛି ।