ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦ୍ମୀ ପାର୍ଟି (AAP) ପୁଣିଥରେ ବିଶାଳ ବିଜୟ ହାସଲ କରିଛି। ଦିଲ୍ଲୀ ବିଧାନସଭାର ୭୦ଟି ଆସନ ମଧ୍ୟରୁ ଆମ ଆଦମୀ ପାର୍ଟି ୬୨ଟି ଆସନ ଦଖଲ କରିବା ପରେ ପୁଣିଥରେ ଦିଲ୍ଲୀରେ ସରକାର ଗଠନ କରିବା ପଥ ପରିସ୍କାର ହୋଇଯାଇଛି। ଏହି ବିଜୟ ସହ ପୁଣି ଥରେ ଅରବିନ୍ଦ କେଜରିଓ୍ବାଲ ମୁଖ୍ୟମନ୍ତ୍ରୀ ହେବେ। ମୁଖ୍ୟମନ୍ତ୍ରୀ ଭାବେ ସେ ଫେବ୍ରୁଆରି ୧୪ ତାରିଖ ଅର୍ଥାତ୍ ଭାଲେଣ୍ଟାଇନ୍ସ ଡେ’ରେ ଶପଥ ନେବେ ବୋଲି ଆଲୋଚନା ହେଲାଣି। ଭାଲେଣ୍ଟାଇନ୍ସ ଡେ’ ସହ କେଜରିଓ୍ବାଲଙ୍କ ଭିନ୍ନ ସମ୍ପର୍କ ରହିଛି। ୨୦୧୩ରେ କେଜରିଓ୍ବାଲଙ୍କ ନେତୃତ୍ୱରେ ଆପ ଦିଲ୍ଲୀରେ ସରକାର ଗଠନ କରିଥିଲା। ସେତେବେଳେ କଂଗ୍ରେସ ସହ ମେଣ୍ଟ କରି ସରକାର ଗଠନ କରିଥିବା ବେଳେ କେଜରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ। କିନ୍ତୁ ଏହା ବେଶୀ ଦିନ ତିଷ୍ଠି ନ ଥିଲା। ୪୯ ଦିନ ପରେ ଏହି ସରକାର ଭାଙ୍ଗି ଯାଇଥିଲା। ଆଉ ଫେବ୍ରୁଆରି ୧୪ରେ କେଜରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ୨୦୧୫ରେ ୬୭ ଆସନରେ ଜିତି କେଜରିଓ୍ବାଲ ପୁଣିଥରେ ସରକାର ଗଠନ କରିଥିଲେ। ୨୦୧୫ ଫେବ୍ରୁଆରି ୧୪ରେ କେଜରିଓ୍ବାଲ ଶପଥ ନେବାକୁ ନିଷ୍ପତ୍ତି ନେଇଥିଲେ। ଏଥିରୁ ଅନୁମାନ କରାଯାଉଛି ସେ ୧୪ ଭାଲେଣ୍ଟାଇନ୍ସ ଡେ’ରେ ଶପଥ ନେଇପାରନ୍ତି। ଉଲ୍ଲେଖଯୋଗ୍ୟ, ଚଳିତ ବିଧାନସଭା ନିର୍ବାଚନରେ ଆମ୍ ଆଦ୍ମୀ ପାର୍ଟି ୬୨ଟି ଆସନ ଦଖଲ କରିଥିଲା ବେଳେ ବିଜେପିର ମାତ୍ର ୮ଜଣ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏହି ନିର୍ବାଚନରେ କଂଗ୍ରେସ ଦଳ ଲଗାତର ଦ୍ବିତୀୟଥର ମୂଳପୋଛ ହୋଇଯାଇଛି।
Related Articles
କହିଥିଲେ ଦାଶିଆ ଅଜା, ଯେତେ ପାରୁଛ ମଣିଷ ଧର
ଭୁବନେଶ୍ୱର : ସାଦାସିଧା, ପତଳା ଓ ଡେଙ୍ଗା ମଣିଷଟିଏ, ବସ୍ତ୍ର କହିଲେ ଖଣ୍ଡେ ଆଣ୍ଠୁଲୁଚା ଗେରୁଆ ଧୋତି ଆଉ ମୁଣ୍ଡରେ ଖଣ୍ଡେ ନାଲି ଗାମୁଛା। ହାତରେ ଠେଙ୍ଗା, ମୁହଁରେ ମେଞ୍ଚାଏ ଦାଢ଼ି ଏବଂ ପୁଳେ ହସ। ଆଉ ଆଖିରେ ଅସରନ୍ତି ସ୍ୱପ୍ନ, ନିଜେ ପଢ଼ିବେ ଆଉ ଅନ୍ୟମାନଙ୍କୁ ପଢ଼ାଇବେ। ସେଥିରୁ ଜନ୍ମ ନେଇଥିଲା, ବାଞ୍ଛାନିଧି ପାଠାଗାର, ଶ୍ରୀ ଅରବିନ୍ଦ ସଂଗ୍ରହାଳୟ ଏବଂ ଯଦୁମଣି ସାହିତ୍ୟ ସଂସଦ। ଆଉ ସେ ହେଉଛନ୍ତି ଘରେ ଘରେ ପରିଚିତ ପିଲାଙ୍କଠୁ ବୁଢ଼ା […]
ସମାଲୋଚନା ପରେ ଗୃହବନ୍ଦୀ ହେଲେ ଶ୍ରୀନଗର ମେୟର
ଶ୍ରୀନଗର: ଜମ୍ମୁ କଶ୍ମୀରରେ ସବୁକିଛି ଠିକଠାକ୍ ନାହିଁ ବୋଲି ମନ୍ତବ୍ୟ ଦେବା ଶ୍ରୀନଗର ମେୟର ଜୁନେଦ୍ ଅଜିମ୍ ମଟ୍ଟୁଙ୍କୁ ମହଙ୍ଗା ପଡ଼ିଛି। ଦିଲ୍ଲୀକୁ ସେ ଚିକିତ୍ସା ପାଇଁ ଆସିଥିବା ବେଳେ ଏହି ମନ୍ତବ୍ୟ ଦେଇଥିଲେ। ଏହାପରେ ଜମ୍ମୁ କଶ୍ମୀରକୁ ଫେରିବା ପରେ ଗୃହବନ୍ଦୀ ହୋଇଛନ୍ତି। ସୋମବାର କିଛି ଗଣମାଧ୍ୟମକୁ ଜମ୍ମୁ କଶ୍ମୀର ବାବଦରେ ନିଜର ମନ୍ତବ୍ୟ ଦେଇଥିଲେ ଜୁନେଦ୍ ଅଜିମ୍ ମଟ୍ଟୁ। ତାଙ୍କ ଦଳ ଜମ୍ମୁ କଶ୍ମୀର ପିପୁଲସ କନଫରେନସ୍ (ଜେକେପିସି)ର ମୁଖ୍ୟ ସଜଦ ଗନ୍ନୀ ଲୋନ୍ […]
ଆଇଡିବିଆଇରେ ୯୨୫୭ କୋଟି ନିବେଶକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ
ନୂଆଦିଲ୍ଲୀ: ଆଇଡିବିଆଇ ବ୍ୟାଙ୍କରେ ୯୨୫୭ କୋଟି ଟଙ୍କାର ନିବେଶକୁ ଆଜି କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ମିଳିଛି। ଏହି କ୍ରମରେ ସରକାରଙ୍କ ପକ୍ଷରୁ ୪,୫୫୭ କୋଟି ଟଙ୍କାର ନିବେଶ କରାଯିବାକୁ ଥିବାବେଳେ ଏହି ବ୍ୟାଙ୍କରେ ୫୧ ଅଂଶଧନ ରଖିଥିବା ଏଲଆଇସି ୪,୭୦୦ କୋଟି ଟଙ୍କା ନିବେଶ କରିବ। ଆଜି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଏ ପ୍ରସଙ୍ଗରେ କହିଛନ୍ତି, ଉଭୟ ଏଲଆଇସି ଏବଂ କେନ୍ଦ୍ର ସରକାର ଏଥିରେ ପୁଞ୍ଜି ନିବେଶ କରିବେ। ସେ ଆହୁରି ମଧ୍ୟ କହିଛନ୍ତି, ଏହି ବ୍ୟାଙ୍କର […]