ନୂଆଦିଲ୍ଲୀ: ଲଗାତର ଭାବେ ୧୫ ବର୍ଷ ସରକାର କରି ମଧ୍ୟ କଂଗ୍ରେସ ପାଇଁ ଦିଲ୍ଲୀ ଦୁରେଇ ଯାଇଛି। ଦିଲ୍ଲୀ ବିଧାନସଭା ଭୋଟରେ ଦ୍ବିତୀୟ ଥର ଲାଗି ଦଳ ଖାତା ଖୋଲି ପାରିନି। ଶୀଲା ଦୀକ୍ଷିତଙ୍କ ନେତୃତ୍ବରେ ଦିଲ୍ଲୀରେ କଂଗ୍ରେସ ଲଗାତର ବିଜୟୀ ହେଉଥିଲା। ୨୦୧୫ ରେ ଶୀଲାଙ୍କ ପରାଜୟ ପରଠୁ ଆଉ ଅଣ୍ଟା ସଲଖି ଛିଡା ହୋଇପାରୁନି କଂଗ୍ରେସ । ଏ ଥର ଏହି ସ୍ଥିତି ଅଧିକ ଯନ୍ତ୍ରଣାଦାୟକ ହୋଇଛି ସବୁଠୁ ପୁରୁଣା ଦଳ ପାଇଁ । କଂଗ୍ରେସ ଏଇ ନିର୍ବାଚନରେ ଆରଜେଡି ସହ ମେଣ୍ଟ କରିଥିଲା । ମୋଟ ୭୦ ବିଧାନସଭା ଆସନରୁ କଂଗ୍ରେସ ୬୬ ଏବଂ ଆରଜେଡି ୪ ଟି ଆସନରେ ପ୍ରାର୍ଥୀ ଦେଇଥିଲେ । କିନ୍ତୁ ମେଣ୍ଟ ଖାତାକୁ ଗୋଟିଏ ବି ଆସନ ଆସି ପାରିନି। ୬୩ କଂଗ୍ରେସ ପ୍ରାର୍ଥୀ ସେମାନଙ୍କ ଅମାନତ ହରାଇଛନ୍ତି। ଦଳର ଏପରି ବଡ଼ ପରାଜୟ ପାଇଁ ନିଜକୁ ଦାୟୀ କରି ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ସୁଭାଷ ଚୋପ୍ରା ଇସ୍ତଫା ଦେଇଛନ୍ତି ।
Related Articles
“ମାଟିର ମଲାଟ ତଳେ”
ମାଟିର ମଲାଟ ତଳେ ଲୁଚେଇଛି କେତେ ଯାତନା ହୁଁ ହୁଁ ହେଇ ଜଳୁଛି ଅନବରତ କେତେ ନିଆଁ ପିଜୁଳି ଗଛରେ କେତେ ସ୍ମୃତିକୁ କଣ୍ଟାରେ ବାଡେ଼ଇଛି ଗୋଟି ଗୋଟି କରି॥ ଲଣ୍ଠନ ଆଲୁଅରେ କେତେ ଥର ପଢ଼ିଛି ଖେଣ୍ଟି ବୁଢ଼ୀର ଅଛପା କୋହକୁ ଜେଜେ ମା’, ଜେଜେ ମା’ ରେବତୀର ହୃଦଥରା ଡାକକୁ, ବୋଧ ହୁଏ ସଭିଏଁ ଲୋ ରେବୀ, ଲୋ ଚୁଲି, ଲୋ ନିଆଁ ଶୁଣିଥିବେ କିନ୍ତୁ ସେ ସିରସ୍ତାର ଘରଟା ଶୁଣିଥିବ ଆଉ କିଛି […]
ବରେଲିରେ ହଜିଥିବା ‘ଝୁମ୍କା’ ମିଳିଲା
ବରେଲି: ଉତ୍ତରପ୍ରଦେଶର ବରେଲି ସହର ଖୁବ୍ ଚର୍ଚ୍ଚିତ। ହୀନ୍ଦି ଫିଲ୍ମ ‘ମେରା ଶାୟା’ର ‘ଝୁମ୍କା ଗିରାରେ ବରେଲି କି ବାଜାର ମେ’ ଗୀତକୁ କିଏ ବା ଭୁଲି ପାରିବ ! ଏ ଗୀତ ଯିଏ ଶୁଣେ, ସିଏ ପଚାରେ ବରେଲିରେ ହଜିଥିବା ଝୁମକା ମିଳିଲା ନା ନାହିଁ ? ଏହି ଉତ୍ତର ଦୀର୍ଘ ୫୪ ବର୍ଷ ପରେ ମିଳିଛି। ବରେଲିରେ ହଜିଥିବା ଝୁମକା ମିଳିଯାଇଛି। ବରେଲିରେ ଏକ ପୋଲ ତିଆରି ହେବା ପରେ ଲୋକେ କହୁଛନ୍ତି […]
ଉଚ୍ଛେଦ ବନ୍ଦ ଦାବିକୁ ଜିଲ୍ଲାପାଳଙ୍କ ପ୍ରତ୍ୟାଖ୍ୟାନ, ଆଲୋଚନା ବିଫଳ
ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳଙ୍କ ସହ ୧୫ ଜଣିଆ ପ୍ରତିନିଧି ଦଳର ଆଲୋଚନା ବିଫଳ ହୋଇଛି। ଉଚ୍ଛେଦ ବନ୍ଦ ପାଇଁ ପ୍ରତିନିଧି ଦଳର ଦାବିକୁ ଅଗ୍ରାହ୍ୟ କରିଛନ୍ତି ଜିଲ୍ଲାପାଳ । ବୈଠକ ପରେ ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂହ କହିଛନ୍ତି,‘ଶ୍ରୀମନ୍ଦିର ମେଘନାଦ ପାଚେରି ସଂଲଗ୍ନ ବ୍ୟାବସାୟିକ ପ୍ରତିଷ୍ଠାନ ଉଚ୍ଛେଦ ଚାଲୁ ରହିବ। ମନ୍ଦିରର ସୁରକ୍ଷା ଓ ଭକ୍ତଙ୍କ ସୁବିଧାକୁ ଗୁରୁତ୍ୱ ଦିଆଯାଉଥିବାରୁ ଉଚ୍ଛେଦ ନେଇ ସଂପୂର୍ଣ୍ଣ ବ୍ଲୁ ପ୍ରିଣ୍ଟ ରହିଛି।’