କାର୍ଟୁନ୍

ବିଜେଡି ସଭ୍ୟ ସଂଗ୍ରହ ଆରମ୍ଭ: ନବୀନ ହେଲେ ପ୍ରଥମ ସଭ୍ୟ

ଭୁବନେଶ୍ୱର : ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ ଆଜିଠୁ ଆରମ୍ଭ ହୋଇଛି। ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବାକୁ ଥିବା ଏହି ସଭ୍ୟ ସଂଗ୍ରହ ଅଭିଯାନରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ସଭ୍ୟ ହୋଇଛନ୍ତି। ଦଳ ଚଳିତଥର ୫୦ ଲକ୍ଷ ନୂଆ ସଭ୍ୟଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛି।

ଆଜି ବିଜେଡି ମୁଖ୍ୟାଳୟରେ ଆୟୋଜିତ ଏହି ସଭ୍ୟ ସଂଗ୍ରହ ଅଭିଯାନକୁ ଆରମ୍ଭ କରି ଦଳର ସୁପ୍ରିମୋ ଶ୍ରୀ ପଟ୍ଟନାୟକ ବିଜେଡିର ପ୍ରଥମ ସଭ୍ୟ ପାଲଟିଛନ୍ତି। ଦଳୀୟ ପଦାଧିକାରୀ ଓ କର୍ମୀଙ୍କୁ ସମ୍ବୋଧିତ କରି ନବୀନ କହିଛନ୍ତି ଯେ, ରାଜ୍ୟର ସାଢ଼େ ୪ କୋଟି ଲୋକ ହେଉଛନ୍ତି ବିଜେଡିର ପରିବାର। ରାଜ୍ୟର ପ୍ରତି ଗାଁ ଓ ପ୍ରତି ଘରୁ ବିଜେଡି ଆର୍ଶୀବାଦ ପାଇଆସିଛି। ଓଡ଼ିଶାବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗରେ ଆମ ସଭ୍ୟ ସଂଗ୍ରହ ଅଭିଯାନ ସଫଳତ ହେବ। ଏହି ସଭ୍ୟ ସଂଗ୍ରହ ଅଭିଯାନ ମାଧ୍ୟମରେ ପୁଣିଥରେ ସାଧାରଣ ଲୋକମାନଙ୍କୁ ଭେଟିବାର ସୁଯୋଗ ମିଳିବ। ଚାଷୀ ଭାଇଭଉଣୀ, ଯୁବକ ଓ ମହିଳାମାନଙ୍କୁ ଭେଟି ସେମାନଙ୍କର ଭଲମନ୍ଦ ବୁଝି ଦଳକୁ ସୁଦୃଢ଼ କରିବାକୁ ଶ୍ରୀ ପଟ୍ଟନାୟକ ଦଳୀୟ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଏହି ସଭ୍ୟ ସଂଗ୍ରହ ଅଭିଯାନ ଉଭୟ ଅଫଲାଇନ୍ ଓ ଅନଲାଇନରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଦଳ ପକ୍ଷରୁ ସ୍ୱତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଦଳରେ ଏବେ ପ୍ରାୟ ୪୭ଲକ୍ଷ ସଭ୍ୟ ଅଛନ୍ତି। ଚଳିତଥର ଏହାକୁ ଦ୍ୱିଗୁଣ କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି।

ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କାର୍ଯ୍ୟକ୍ରମରେ ଭୁବନେଶ୍ୱରର ୩ ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତଙ୍କ ସମେତ ଦଳୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *