ଆଥଲେଟିକ୍ସ

୩୧ ବର୍ଷରେ ପାଦ ଦେଲେ ଈଶାନ୍ତ ଶର୍ମା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପେସ୍ ବୋଲର ଈଶାନ୍ତ ଶର୍ମା ଆଜି ୩୧ତମ ବୟସରେ ପଦାର୍ପଣ କରିଛନ୍ତି। ବର୍ତ୍ତମାନ ସେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଅଛନ୍ତି ଏବଂ ଟିମ୍ ଇଣ୍ଡିଆ ସହ କ୍ୟାରିବିୟାନ୍ ଟିମ୍ ବିପକ୍ଷରେ ଟେଷ୍ଟ ସିରିଜର ତଥା ଶେଷ ମ୍ୟାଚ୍ ଖେଳୁଛନ୍ତି। ଈଶାନ୍ତ ୨୦୦୬ରେ ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ ଅଣ୍ଡର୍-୧୯ ଟିମର ସଦସ୍ୟ ଥିଲେ।

ସେ ନିଜର ଦିନିକିଆ ଓ ଟେଷ୍ଟ (ଉଭୟ ଅଣ୍ଡର୍-୧୯) ଡେବ୍ୟୁ ବିରାଟ୍ କୋହଲିଙ୍କ ସହ କରିଥିଲେ। ଏହା ସହ ରଣଜୀ ଟ୍ରଫି ଏବଂ ପ୍ରଥମଶ୍ରେଣୀ କ୍ରିକେଟରେ ମଧ୍ୟ ଦୁହିଁଙ୍କର ଶୁଭାରମ୍ଭ ଏକାଠି ହୋଇଥିଲା। ୨୦୦୬-୦୭ ସିଜନରେ ଦୁହେଁ ତାମିଲନାଡୁ ବିପକ୍ଷ ମ୍ୟାଚ୍ ଖେଳିଥିଲେ। ଏହି ମ୍ୟାଚରେ ମୁରଲୀ ବିଜୟ ମଧ୍ୟ ନିଜର ଘରୋଇ କ୍ରିକେଟର ଆରମ୍ଭ କରିଥିଲେ।

ନିଜର ୩୧ତମ ଜନ୍ମଦିନର ଠିକ୍ ପୂର୍ବରୁ ଅର୍ଥାତ୍ ସେପ୍ଟେମ୍ବର ୧ ତାରିଖରେ ଈଶାନ୍ତ (୧୫୭*) ମହାନ୍ କ୍ରିକେଟର୍ କପିଲ୍ ଦେବଙ୍କ ରେକର୍ଡ ଭାଙ୍ଗିଥିଲେ। ଏସିଆ ବାହାରେ ଅର୍ଥାତ୍ ବିଦେଶରେ ଭାରତ ପକ୍ଷରୁ ସର୍ବାଧିକ ୱିକେଟ୍ ନେବା ମାମଲାରେ ଈଶାନ୍ତ ଏବେ ଅନୀଲ କୁମ୍ବଲେ (୨୦୦)ଙ୍କଠାରୁ ପଛରେ ଅଛନ୍ତି। ତେବେ ଈଶାନ୍ତ ଭାରତର ଏକମାତ୍ର ପେସ୍ ବୋଲର ଭାବେ ଏସିଆ ବାହାରେ ସର୍ବାଧିକ ୱିକେଟ୍ ନେଇଛନ୍ତି। ସେ ୪୬ ଟେଷ୍ଟରେ ୧୫୭ ୱିକେଟ୍ ନେଇଛନ୍ତି। କପିଲ୍ ଦେବଙ୍କ ନାଁରେ ୪୫ ମ୍ୟାଚରେ ୧୫୫ ୱିକେଟ୍ ଥିଲା।

Leave a Reply

Your email address will not be published. Required fields are marked *