ଅନ୍ୟାନ୍ୟ

ଦିଲ୍ଲୀ ଛାଡ଼ିଲେ ଉନ୍ମୁକ୍ତ ଚାନ୍ଦ

ନୂଆଦିଲ୍ଲୀ: ୨୦୧୨ରେ ନିଜର ବଳିଷ୍ଠ ନେତୃତ୍ୱ ଦ୍ୱାରା ଭାରତକୁ ଅଣ୍ଡର-୧୯ ବିଶ୍ୱକପ୍ ଜିତାଇ ଚର୍ଚ୍ଚାକୁ ଆସିଥିବା ଉନ୍ମୁକ୍ତ ଚାନ୍ଦ ଏବେ ଦିଲ୍ଲୀ ବଦଳରେ ଉତ୍ତରାଖଣ୍ଡ ପକ୍ଷରୁ ଖେଳିବେ। ୨୬ ବର୍ଷୀୟ ଚାନ୍ଦ ରଣଜୀ ଟ୍ରଫିରେ ଉତ୍ତରାଖଣ୍ଡ ଟିମର ନେତୃତ୍ୱ ନେବେ। ଉତ୍ତରାଖଣ୍ଡରେ ଜନ୍ମିତ ଚାନ୍ଦଙ୍କୁ ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ) ଉତ୍ତରାଖଣ୍ଡ ପକ୍ଷରୁ ଖେଳିବା ପାଇଁ ଅନୁମତି ପତ୍ର ଜାରି କରିଛି।

ମଙ୍ଗଳବାର ଟ୍ୱିଟ୍ କରି ଉନ୍ମୁକ୍ତ ଆସୋସିଏସନକୁ ଧନ୍ୟବାଦ ଜଣାଇଛି। ସେ କହିଛନ୍ତି, ମୋ ପାଇଁ ଦିଲ୍ଲୀ ଟିମକୁ ଅଲବିଦା କହିବା ବହୁତ କଷ୍ଟକର ଥିଲା। କାରଣ ଏହି ଟିମ୍ ପାଇଁ ମୁଁ ଆଜି ସବୁକିଛି ପାଇଛି। ଚାନ୍ଦ ରଣଜୀ ଟ୍ରଫିରେ ଦିଲ୍ଲୀ ପକ୍ଷରୁ ଖେଳୁଥିଲେ। ନିଜର ଚତୁର୍ଥ ରଣଜୀ ମ୍ୟାଚରେ ସେ ରେଲୱେ ବିପକ୍ଷରେ ୧୫୧ ରନର ଦମଦାର ଇନିଂସ୍ ଖେଳିଥିଲେ।

ସେ ୬୦ ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳି ୩୪.୨୩ ହାରରେ ୩୧୮୪ ରନ୍ କରିଛନ୍ତି। ୨୦୧୭ରେ ତାଙ୍କୁ ଦିଲ୍ଲୀ ଟିମରୁ ବାଦ୍ ଦିଆଯାଇଥିଲା। ଚାନ୍ଦ ଅଷ୍ଟ୍ରେଲିଆ ବିପକ୍ଷ ୨୦୧୨ ଅଣ୍ଡର୍-୧୯ ବିଶ୍ୱକପ୍ ଫାଇନାଲରେ ୧୧୧ ରନର ଶତକୀୟ ଇନିଂସ୍ ଖେଳିଛନ୍ତି। ତାଙ୍କର ଏହି ପ୍ରଦର୍ଶନ ଦ୍ୱାରା ଭାରତ ଚାମ୍ପିଅନ୍ ହୋଇଥିଲା।

Leave a Reply

Your email address will not be published. Required fields are marked *