ପଶାପାଲି

ଭଡ଼ାରେ ଲାଗିଛି ‘ଆବାସ’ ଘର, ବାସହୀନଙ୍କ ପାଇଁ ପଲିଥିନ ଚାଳି!

ବିନିକା (ଦିଲୀପ ସାହୁ): ଥିଲାବାଲାଙ୍କୁ ମିଳୁଛି ପକ୍କା ଘର। ଆଉ ସେମାନେ ସେଥିରେ ନରହି ଭଡ଼ା ସୂତ୍ରରେ ଅନ୍ୟମାନଙ୍କ ଦେଉଛନ୍ତି। ହେଲେ ନ ଥିଲାବାଲା ଖୋଲା ଆକାଶ ତଳେ ନଚେତ୍ ପଲିଥିନ୍‌ ତଳେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହେଉଛନ୍ତି। ବାରମ୍ବାର ଆବେଦନ ଓ ଅନୁରୋଧ ସତ୍ତ୍ୱେ ଏପରି ବହୁ ହିତାଧିକାରୀ ଆବାସ ଯୋଜନା ପାଇବାରୁ ବଞ୍ଚିତ ହେଉଛନ୍ତି। ଏଭଳି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବିଜ୍ଞାପିତ ଅଞ୍ଚଳରୁ।

କାହାର ଘର ଭାଙ୍ଗି ଯାଇଛି ତ ଆଉ କିଏ ପଲିଥିନ ତଳେ ମୁଣ୍ଡ ଗୁଞ୍ଜିଛି । ଦୀର୍ଘ ବର୍ଷ ହେବ ଏପରି ସମସ୍ୟା ସହ ସଂଘର୍ଷ କରୁଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ପାତିକାରପଡ଼ା ଓ ବେତ୍ରାପଡ଼ାର ବହୁ ପରିବାର। ବାଉଁଶ କାରିଗରୀ କରି ଜୀବନ ବିତାଉଥିବା ଏହି ଗରିବ ପରିବାରଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇନାହିଁ। ଫଳରେ ସେମାନେ ଦୟନୀୟ ଭାବେ ଜୀବନ ବଞ୍ଚୁଥିବା ବେଳେ ସରକାରୀ ଯୋଜନା ସେମାନଙ୍କ ଲାଗି ପ୍ରହସନ ପାଲଟିଛି।

Leave a Reply

Your email address will not be published. Required fields are marked *