ରାଜନୀତି ହାଲ୍‌ଚାଲ୍‌

ଟ୍ରାଫିକ୍‌ ନିୟମ ଉଲ୍ଲଂଘନ, ଅଟୋ ଚାଳକ ଗଣିବେ ୪୭ ହଜାର ଜରିମାନା

ଭୁବନେଶ୍ୱର: ନୂଆ ମୋଟରଯାନ ଆଇନ୍‌ ଲାଗୁ ହେବାର ୩ ଦିନ ପରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀ ଭୁବନେଶ୍ୱରର ଜଣେ ଅଟୋ ଚାଳକଙ୍କ ଉପରେ ଲାଗୁ ହୋଇଛି ମୋଟା ଅଙ୍କର ଜରିମାନା । ଗୋଟିଏ କି ଦୁଇଟି ନୁହେଁ, ଏକାଧିକ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ରାଜଧାନୀର ଏହି ଅଟୋ ଚାଳକଙ୍କୁ ଗଣିବାକୁ ପଡ଼ିବ ୪୭ ହଜାର ୫୦୦ ଟଙ୍କା।

ଅଟୋଚାଳକ ଜଣକ ଆଚାର୍ଯ୍ୟ ବିହାରର ବୋଲି ଜଣାପଡ଼ିଛି। ସାଧାରଣ ନିୟମ ଭାଙ୍ଗିଥିବାରୁ ୫୦୦ ଟଙ୍କା, ଅଣଅଧିକୃତ ବ୍ୟକ୍ତି ଅଟୋ ଚଲାଉଥିବା ଅଭିଯୋଗରେ ୫୦୦୦ ଟଙ୍କା, ବିନା ଲାଇସେନ୍ସରେ ଚଳାଉଥିବାରୁ ୫୦୦୦ ଟଙ୍କା, ମଦ ପିଇ ଡ୍ରାଇଭିଂ କରୁଥିବାରୁ ୧୦ ହଜାର, ପ୍ରଦୂଷଣ ପ୍ରମାଣପତ୍ର ନ ଥିବାରୁ ୧୦ ହଜାର ଟଙ୍କା, ଆରସି ବୁକ୍ ଓ ଫିଟନେସ୍ ସାର୍ଟିଫିକେଟ ନ ଥିବାରୁ ୫୦୦୦ ଟଙ୍କା, ପରମିଟ୍ ସର୍ତ୍ତ ଖିଲାପ କରି ଗାଡ଼ି ଚଲାଉଥିବାରୁ ୧୦ ହଜାର ଟଙ୍କା, ଗାଡ଼ିର ଇନ୍‌ସ୍ୟୁରାନ୍ସ ନ ଥିବାରୁ ତାଙ୍କ ଉପରେ ୨୦୦୦ ଟଙ୍କା ଜରିମାନା ଲଗା ଯାଇଛି।

Leave a Reply

Your email address will not be published. Required fields are marked *