ସାଲେପୁର : ବଞ୍ଚି ରହିଛି ମଣିଷପଣିଆ ଓ ସାଧୁତା। ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗ ପାଇ ମଧ୍ୟ ଲୋଭର ବଶବର୍ତ୍ତୀ ହୋଇନାହନ୍ତି କଟକ ସାଲେପୁର ଅଂଚଳର ଏକ ଦମ୍ପତି। କଟକ ସାଲେପୁର ରାସ୍ତାରେ ବାଇକ୍ରେ ଆସୁଥିବାବେଳେ ସୁନା ଅଳଙ୍କାର ଓ ଟଙ୍କା ଭର୍ତ୍ତି ଥିବା ଏକ ବ୍ୟାଗ୍ ପାଇଥିଲେ ବିଜୟାନନ୍ଦ ମହାନ୍ତି ଓ ତାଙ୍କ ପତ୍ନୀ ।
ବ୍ୟାଗ ଭିତରେ ଥିବା ଏକ ମୋବାଇଲ୍ ଫୋନରୁ ନମ୍ବର ସଂଗ୍ରହ କରି ବ୍ୟାଗ୍ଟି କଟକ କମିଶନରେଟ ପୋଲିସର ଜଣେ କନଷ୍ଟେବଳଙ୍କର ବୋଲି ଜାଣିପାରିଥିଲେ।
ଏହାପରେ ସେମାନେ ଟଙ୍କା ଓ ସୁନା ଅଳଙ୍କାର ଥିବା ବ୍ୟାଗ୍ଟିକୁ ସମ୍ପୃକ୍ତ କନଷ୍ଟେବଳଙ୍କୁ ଫେରାଇ ଦେଇଛନ୍ତି। ବିଜୟାନନ୍ଦଙ୍କ ଏହି ବଦାନ୍ୟତା ପାଇଁ କଟକ ଡିସିପି ଅଖିଳେଶ୍ୱର ସିଂହ ତାଙ୍କୁ ସମ୍ମାନିତ କରିଛନ୍ତି।