ଘଟଣା

ଶ୍ରୀକ୍ଷେତ୍ର ଏବେ କୁରୁକ୍ଷେତ୍ର: ବିଜୟ

ଭୁବନେଶ୍ୱର : ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରସଙ୍ଗରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଆଜି ସରକାରଙ୍କ ଉପରେ ବର୍ଷିଛନ୍ତି।
ରାଜ୍ୟ ସରକାରଙ୍କୁ ଆକ୍ଷେପ କରି ସେ କହିଛନ୍ତି, ‘ଶ୍ରୀକ୍ଷେତ୍ର ଏବେ କୁରୁକ୍ଷେତ୍ର ପାଲଟିଛି। ୭ ଦିନ ହେଲା ଶ୍ରୀକ୍ଷେତ୍ରକୁ ଡୋଜର ଲଗାଇ ଓ ବ୍ୟାପକ ଫୋର୍ସ ଜଗାଇ ରଣକ୍ଷେତ୍ର ଭଳି କରି ଦିଆଯାଇଛି। ଶ୍ରୀକ୍ଷେତ୍ରକୁ କୁରୁକ୍ଷେତ୍ର କରିବା ସରକାରଙ୍କ ସାମ୍ବିଧାନିକ ଓ ମୌଳିକ ଅଧିକାର ନାହିଁ। ସରକାର ଏହି କଥା ବୁଝିବା ଦରକାର।’

ସେ ଆହୁରି କହିଛନ୍ତି, ‘୫୦ ପ୍ଲାଟୁନ ଫୋର୍ସ ଓ ୨୨ଟି ବୁଲଡୋଜର ଲଗାଇ ସରକାର ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କଳା ଭଳି ମଠମନ୍ଦିର ଉପରେ ଆକ୍ରମଣ ଆରମ୍ଭ କରିଦେଇଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ କରି ସରକାର କ’ଣ କରିବେ ସ୍ପଷ୍ଟ କରୁ ନାହାନ୍ତି।’

Leave a Reply

Your email address will not be published. Required fields are marked *