ଯଲିଉଡ୍

‘ଜାଗା ଦେଖି ଖେଳ କରିବି’

ଭୁବନେଶ୍ୱର : ବିବାଦର ଅନ୍ୟ ନାଁ ରାନୀ ପଣ୍ଡା। ଯାତ୍ରା ମହାକୁମ୍ଭ ଖଣ୍ଡଗିରିରେ ‘ଅଶ୍ଳୀଳ’ ନୃତ୍ୟ ପରିବେଷଣ କରିବା ଅଭିଯୋଗ ଆସିବା ପରେ ସାରା ଓଡ଼ିଶାରେ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ। ଆଉ ଅଜଣା ଓ ଅଚିହ୍ନା ଜଣେ ନାୟିକା ରାତାରାତି ବନି ଯାଇଥିଲେ ସେଲେବ୍ରିଟି। ଖବରର ଶିରୋନାମାରେ ସେ ରହିଥିଲେ। କିଏ ତାଙ୍କୁ ଓଡ଼ିଶାର ରାକ୍ଷୀ ସାୱନ୍ତ କହିଲେ, ତ ଆଉ କିଏ ହଟ୍‌ ସନ୍ନି ଲିଓନି। ଦୀର୍ଘଦିନର ନୀରବତା ପରେ ପୁଣି ଥରେ ଚର୍ଚ୍ଚାକୁ ଫେରିଛନ୍ତି ରାନୀ। ଏଥର କିନ୍ତୁ ଟିକେ ନିଆରା ଗେଟ୍‌ଅପ୍‌ରେ ସେ ଆସିଛନ୍ତି। ପିନ୍ଧି ନାହାନ୍ତି ଅର୍ଦ୍ଧ ନଗ୍ନ ଡ୍ରେସ୍‌। କିନ୍ତୁ ଠାଣି ଓ ଚାହାଣିରେ ଦେଇଛନ୍ତି ଇସାରା। ଷ୍ଟେଜ୍‌ରେ କହିଛନ୍ତି, ଜାଗା ଦେଖି ଖେଳ କରିବି।

ଅଗଷ୍ଟ ୧୫ ତାରିଖରେ କଟକରେ ଯାତ୍ରା ‘ନ୍ୟୁ ସଚ୍ଚିଦାନନ୍ଦ’ ନାଟକ ପରିବେଷଣ କରିଥିଲା। ନାଟକ ଆରମ୍ଭରୁ ରାନୀ ଷ୍ଟେଜ୍‌ ଉପରକୁ ଆସିଥିଲେ। ଏଥର ସେ ଅର୍ଦ୍ଧନଗ୍ନ ଡ୍ରେସ୍ ନୁହେଁ, ନୀଳ ରଙ୍ଗର ଶାଢ଼ି ଓ ବ୍ଲାଉଜ୍‌ ପିନ୍ଧିଥିଲେ। ଝିଲ୍‌ମିଲ୍‌ ଆଲୁଅରେ ଭିନ୍ନ ଅନ୍ଦାଜରେ ଦର୍ଶକଙ୍କୁ ସମ୍ୱୋଧିତ କରି ରାନୀ କହିଥିଲେ, “ଡ୍ୟାନ୍ସ ବା କୌଣସି କଥାବାର୍ତ୍ତାରେ ଭୁଲ ଭଟ୍‌କା ରହିଲେ ମାଆ ଓ ଭଉଣୀମାନେ ମୋତେ କ୍ଷମା କରିଦେବେ। କାରଣ ଏଇଟା ମୋର ପ୍ରଫେସନ୍‌। ଆଉ ପ୍ରଫେସନ୍‌ରେ ମୋର ବାପା, ମାଆ, ଭାଇ ଓ ଭଉଣୀ ଯିଏବି ସାମ୍ନାକୁ ଆସିଲେ, ମୁଁ ସେମାନଙ୍କୁ ଖାତିର କରେ ନାହିଁ। ଏଠି କେବଳ ମୁଁ ମୋର ଯାତ୍ରା ପ୍ରେମୀମାନଙ୍କୁ ଚିହ୍ନେ, ଆଉ କାହାକୁ ନୁହେଁ।

Leave a Reply

Your email address will not be published. Required fields are marked *