ଯଲିଉଡ୍

ରହମାନ୍‌ଙ୍କ ଅଫିସ୍‌ରୁ ରାନୁଙ୍କୁ ଫୋନ୍‌

ମୁମ୍ବାଇ: ରାତାରାତି ଷ୍ଟାର୍ ପାଲଟି ଯାଇଥିବା ରାନୁ ମଣ୍ଡଳଙ୍କ ପାଖକୁ ଏବେ ଅଫର୍‌ର ସୁଅ ଛୁଟୁଛି। ଏକ ନ୍ୟୁଜ୍ ୱେବ୍‌ସାଇଟ୍‌ରେ ପ୍ରକାଶିତ ଖବର ଅନୁସାରେ ହିନ୍ଦୀ ସହିତ ବଙ୍ଗାଳୀ ଓ ଦକ୍ଷିଣ ଭାରତୀୟ ଫିଲ୍ମରେ ଗୀତ ଗାଇବା ପାଇଁ ତାଙ୍କ ପାଖକୁ ଅଫର୍ ଆସୁଛି। ଏହି ୱେବ୍‌ସାଇଟ୍ ଅନୁଯାୟୀ, ରାନୁ ସେଲେବ୍ରିଟି ହୋଇଯିବା ପରେ ତାଙ୍କର ମ୍ୟାନେଜର ସାଜିଥିବା ଅତୀନ୍ଦ୍ର ଚକ୍ରବର୍ତ୍ତୀ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ବଲିଉଡ୍ ସହିତ ବଙ୍ଗାଳୀ ଓ ସାଉଥ୍ ଇଣ୍ଡିଆନ୍ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ରାନୁଙ୍କ ପାଖକୁ ଗୀତ ଗାଇବାକୁ ପ୍ରସ୍ତାବ ଆସୁଛି। ସୋନୁ ନିଗମଙ୍କ ଭଳି ବଡ଼ ଗାୟକ ବି ତାଙ୍କ ସହିତ ଗୀତ ଗାଇବାକୁ ଇଚ୍ଛା ଜାହିର କରିଛନ୍ତି। ଏମିତିକି ଏ.ଆର୍‌ ରହମାନ୍‌ଙ୍କ ଅଫିସ୍‌ରୁ ରାନୁଙ୍କ ପାଖକୁ ଫୋନ୍ ଆସିଥିଲା। ସେହିଭଳି ଲାଇଭ୍ ଫରଫର୍ମାନ୍ସ ପାଇଁ ବି ଅଫର୍ ଆସିଛି। ଏସବୁ ଅଫର୍ ବିଷୟରେ ଏବେ ଆମେ ବିଚାର କରୁଛୁ। ତେବେ ସଲ୍‌ମାନ୍ ଖାନ୍‌ଙ୍କ ଫିଲ୍ମ ‘ଦବଙ୍ଗ- ୩’ରେ ଗୀତ ଗାଇବାକୁ ରାନୁଙ୍କୁ ଅଫର୍ ମିଳିଥିବା ଖବରକୁ ସେ ଖଣ୍ଡନ କରିଛନ୍ତି।

Leave a Reply

Your email address will not be published. Required fields are marked *