ବଲିଉଡ୍

୩୬ ବର୍ଷ ପୁରୁଣା ଫଟୋରେ ଇମୋସ୍‌ନାଲ୍ ପୋଷ୍ଟ୍‌ ଶେଆର୍‌ କଲେ ଅନୀଲ୍‌ କପୁର୍‌

ମୁମ୍ବାଇ: ଅନୀଲ କପୁର ବଲିଉଡ୍‌ର ସେହି ଷ୍ଟାର୍‌ମାନଙ୍କ ମଧ୍ୟରୁ ଜଣେ ଯିଏ ଅନେକ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି। ଏବେ ମଧ୍ୟ ସେ ଆକ୍ଟିଭ୍ ଅଛନ୍ତି। ଏମିତି ଦିନ ଥିଲା ଯେତେବେଳେ ତାଙ୍କ ଫିଲ୍ମ ପରଦାକୁ ଆସିବା ପୂର୍ବରୁ ତାକୁ ସୁପର୍‌ହିଟ୍ ବୋଲି ଘୋଷଣା କରି ଦିଆଯାଉଥିଲା। ହେଲେ ଏମିତି ବି ସମୟ ଥିଲା ଯେତେବେଳେ ସେ ଗୋଟିଏ ହିଟ୍ ଫିଲ୍ମ ପାଇଁ ଝୁରି ହେଉଥିଲେ। ଆଉ ସେ ଦିନର କଥାକୁ ମନେ ପକାଇ ଅନୀଲ ଏକ ଟ୍ୱିଟ୍ କରିଛନ୍ତି। ଏଥିରେ ସେ ୩୭ ବର୍ଷ ତଳର ଏକ ଫଟୋ ଶେଆର୍ କରି ଏକ ଭାବବିହ୍ୱଳ ପୋଷ୍ଟ୍ ଲେଖିଛନ୍ତି।

ଅନୀଲ ‘ଓ ସାତ୍‌ ଦିନ୍‌’ ଫିଲ୍ମର ଏକ ଫଟୋ ଶେଆର କରି ଲେଖିଛନ୍ତି, “୧୯୭୭ରୁ ୧୯୮୩ ପର୍ଯ୍ୟନ୍ତ ମୁଁ କାମ କରିଥିଲି। ଏକ ଭଲ ସୁଯୋଗ ପାଇଁ ସଂଘର୍ଷ କରୁଥିଲି ଯାହା ସବୁ କିଛି ପରିବର୍ତ୍ତନ କରି ଦେଇଥା’ନ୍ତା। ଆଉ ‘ଓ ସାତ୍ ଦିନ୍‌’ ଥିଲା ସେହି ସୁଯୋଗ। ତା’ପରେ ସବୁ ସ୍ୱପ୍ନ ସତ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ଯାହା କରୁଛି ସେଥିପାଇଁ ମୁଁ ନିଜକୁ ଧନ୍ୟ ମନେ କରୁଛି।’’

ଅନୀଲ୍‌ କପୁର ଶେଷଥର ପାଇଁ ‘ଟୋଟାଲ୍‌ ଧମାଲ୍‌’ ଓ ‘ଏକ ଲଡ୍‌କୀ କୋ ଦେଖା ତୋ ଐସା ଲଗା’ ଫିଲ୍ମରେ ଅଭିନୟ କରିଥିଲେ। ତେବେ ଆଗକୁ ତାଙ୍କର ତିନିଟି ଫିଲ୍ମ ଆସୁଛି। ସେଗୁଡ଼ିକ ହେଉଛି- ‘ମଲଙ୍ଗ୍‌’, ‘ମୁମ୍ବାଇ ସାଗା’ ଓ ‘ପାଗଲ୍‌ପନ୍ତି’। ଏହି ଫିଲ୍ମଗୁଡ଼ିକ ୨୦୨୦ରେ ରିଲିଜ୍‌ ହେବ।

Leave a Reply

Your email address will not be published. Required fields are marked *