ହଲିଉଡ୍

ହଲିଉଡ୍‌ ଆକ୍ସନ୍‌ ଫିଲ୍ମରେ ପ୍ରିୟଙ୍କା

ମୁମ୍ୱାଇ: ‘ସ୍କାଇ ଇଜ୍‌ ଲଭ୍’ ଫିଲ୍ମ ପରେ ପ୍ରିୟଙ୍କା ଚୋପ୍ରାଙ୍କୁ ହଲିଉଡ୍‌ରେ ଆଉ ଏକ ନୂଆ ପ୍ରୋଜେକ୍ଟ ମିଳିଛି। ଏକ ରିପୋର୍ଟ ଅନୁଯାୟୀ, ନେଟ୍‌ଫ୍ଲିକ୍ସର ‘We Can Be Heroes’ ଫିଲ୍ମରେ ସେ ଅଭିନୟ କରିବେ। ଏହି ଫିଲ୍ମର କାହାଣୀ ହଲିଉଡ୍‌ ଫିଲ୍ମ ମେକର୍‌ ରବର୍ଟ ରୋଡ୍ରିଜ୍‌ ଲେଖିବେ। ତା’ସହିତ ସେ ଏହି ଫିଲ୍ମର ପ୍ରଯୋଜନା ଓ ନିର୍ଦ୍ଦେଶନା ଭାର ବି ସମ୍ଭାଳିବେ। ଏହା ପୂର୍ବରୁ ସେ ‘ସ୍ପାଇ କିଡ୍‌ସ’ ଫିଲ୍ମ ନିର୍ମାଣ କରିଥିଲେ।

ଏ ଖବର ସହିତ ପ୍ରିୟଙ୍କାଙ୍କୁ ହଲିଉଡ୍‌ରେ ଆଉ ଫିଲ୍ମ ମିଳୁ ନାହିଁ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା, ସେଥିରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡ଼ିଛି।

ଅନ୍ୟପକ୍ଷରେ ପ୍ରିୟଙ୍କାଙ୍କ ଫ୍ୟାନ୍‌ମାନେ ଏବେ ତାଙ୍କର ଅପ୍‌କମିଂ ବଲିଉଡ୍‌ ଫିଲ୍ମ ‘ସ୍କାଇ ଇଜ୍‌ ଫିଙ୍କ୍‌’କୁ ଅପେକ୍ଷା କରିଛନ୍ତି। ସୋନାଲି ବୋଷ୍‌ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ପ୍ରିୟଙ୍କା ସହିତ ଫରହାନ୍‌ ଅଖତର୍‌, ଜାୟରା ୱସିମ୍‌ ଓ ରୋହିତ ସରାଫ୍‌ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ଫିଲ୍ମଟି ଅକ୍ଟୋବର ୧୧ ତାରିଖରେ ରିଲିଜ୍ ହେବ। ତେବେ ରିଲିଜ୍‌ ପୂର୍ବରୁ ଏହାକୁ ଟୋରୋଣ୍ଟୋ ଇଣ୍ଟର୍‌ନ୍ୟାସନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ କରାଯିବ।

Leave a Reply

Your email address will not be published. Required fields are marked *