ଟେଲି ଦୁନିଆ

‘ସ୍ୱାମୀଙ୍କୁ ଇମ୍ପ୍ରେସ୍‌ କରିବା ପାଇଁ ରୋଷେଇ କରିଥାଏ’

ମୁମ୍ୱାଇ : ଟେଲିଭିଜନ୍‌ ଶୋ ‘ୟେ ହୈ ମୋହବତେଁ’ର ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ୱେବ୍‌ ସିରିଜ୍‌ ‘କୋଲ୍ଡ୍‌ ଲସି ଓ ଚିକେନ୍‌ ମସାଲା’ ସହିତ ଡିଜିଟାଲ୍‌ ସ୍ପେସ୍‌ରେ ଡେବ୍ୟୁ କରିଛନ୍ତି। ଏହି ଡେବ୍ୟୁକୁ ନେଇ ଦିବ୍ୟଙ୍କା ଖୁବ୍‌ ଖୁସି ଅଛନ୍ତି। ଏହି ୱେବ୍‌ ସିରିଜ୍‌ରେ ସେ ଶେଫ୍‌ ଭୂମିକାରେ ଅଭିନୟ କରିଛନ୍ତି। କିନ୍ତୁ ଅସଲ ଜୀବନରେ ଦିବ୍ୟଙ୍କା ବିଲକୁଲ୍‌ ଅଲଗା। ସେ ରୋଷେଇ କରିବାକୁ ପସନ୍ଦ କରନ୍ତି ନାହିଁ। ଦିବ୍ୟଙ୍କାଙ୍କ କହିବା ଅନୁସାରେ, ଏହି ୱେବ୍‌ସିରିଜ୍ ପାଇଁ ରୋଷେଇ ଶିଖିବାକୁ ତାଙ୍କୁ ଏକ ଲମ୍ୱା ୱାର୍କସପ୍‌ରେ ସାମିଲ ହେବାକୁ ପଡ଼ିଥିଲା।

ନ୍ୟୁଜ୍ ଏଜେନ୍ସୀ ଆଇଏଏନ୍ଏସ୍‌କୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି, ‘ଅସଲ ଜୀବନରେ ମୁଁ ଜଣେ ଭଲ କୁକ୍‌ ନୁହେଁ। ୱେବ୍‌ ସିରିଜ୍‌ରେ ଶେଫ୍‌ ଚରିତ୍ରରେ ଅଭିନୟ କରିବା ମୋ ପାଇଁ ଏକ ଚ୍ୟାଲେଞ୍ଜ୍‌। ସ୍ୱାମୀଙ୍କୁ ଇମ୍ପ୍ରେସ୍‌ କରିବା ପାଇଁ ହିଁ ମୁଁ ଘରେ ଖାଇବା ତିଆରି କରିଥାଏ। ତେବେ ଏହି ଶେଫ୍‌ ଚରିତ୍ର ପାଇଁ ମୋତେ ବହୁତ କିଛି ଶିଖିବାକୁ ପଡ଼ିଛି। ଏହି ସିରିଜ୍‌ରେ କଞ୍ଚା ଚିକେନ୍ ଓ ମାଛକୁ ଧରିବା ଏବଂ କାଟିବା ମୋ ପାଇଁ ସବୁଠାରୁ କଷ୍ଟକର ଥିଲା। ଏହାର କାରଣ ମୁଁ ଜଣେ ଶାକାହାରୀ।”

ଦିବ୍ୟଙ୍କାଙ୍କ ଏହି ୱେବ୍‌ ସିରିଜ୍‌ଟି ଦୁଇ ଜଣ ସଫଳ ଶେଫ୍‌ଙ୍କ ଜୀବନକୁ ନେଇ ଆଧାରିତ। ପ୍ରଦୀପ ସରକାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ୱେବ୍‌ ସିରିଜ୍‌ରେ ରାଜୀବ ଖଣ୍ଡେଲୱାଲ୍‌, ପ୍ରିୟାଂଶୁ ଚାଟାର୍ଜୀ, ବରଖା ବିଷ୍ଟ୍‌, ନବନୀତ୍‌ ନିଶାନ୍‌ ଓ ମାନିନୀ ମିଶ୍ରା ଅଭିନୟ କରିଛନ୍ତି। ଏହି ୱେବ୍‌ ସିରିଜ୍ ଗତକାଲି ରିଲିଜ୍ ହୋଇଯାଇଛି।

Leave a Reply

Your email address will not be published. Required fields are marked *