ବାସ୍ତୁଶାସ୍ତ୍ର

ଘରେ ଗଣେଶଙ୍କ ମୂର୍ତ୍ତି ରଖିବା ନେଇ ୫ଟି ଟିପ୍ସ

ଭୁବନେଶ୍ୱର : ହିନ୍ଦୁ ଶାସ୍ତ୍ର ଅନୁସାରେ, ମହାପ୍ରଭୁ ଶ୍ରୀ ଗଣେଶ ହେଉଛି ଦେବତାଙ୍କ ମଧ୍ୟରେ ଅଗ୍ରପୂଜ୍ୟ। ଘରେ ଶ୍ରୀ ଗଣେଶଙ୍କ ମୂର୍ତ୍ତି କିମ୍ୱା ଫଟୋ ରହିଲେ, ଶୁଭ ଫଳ ମିଳିଥାଏ। ତେବେ ଘରେ ଶ୍ରୀ ଗଣେଶଙ୍କ ମୂର୍ତ୍ତି ରଖିବାବେଳେ ଆମେ କିଛିଟା ଭୁଲ୍ କରିଥାଉ, ଯାହାଦ୍ୱାରା ନକାରାତ୍ମକ ଫଳ ମିଳିଥାଏ। ତେଣୁ ଘରେ ଶ୍ରୀ ଗଣେଶଙ୍କ ମୂର୍ତ୍ତି ରଖିବା ପୂର୍ବରୁ ନିମ୍ନଲିଖିତ କଥାଗୁଡ଼ିକୁ ଧ୍ୟାନ ଦିଅନ୍ତୁ, ନିଶ୍ଚୟ ଶୁଭଫଳ ପ୍ରାପ୍ତି ହେବ।

୧- ଠାକୁର ଘରେ ଶ୍ରୀ ଗଣେଶଙ୍କର କେବଳ ଗୋଟିଏ ମୂର୍ତ୍ତି ରଖନ୍ତୁ। ଏକରୁ ଅଧିକ ଗଣେଶ ମୂର୍ତ୍ତି ରଖିଲେ, ତାଙ୍କ ପତ୍ନୀ ରିଦ୍ଧି-ସିଦ୍ଧି ରାଗି ଯା’ନ୍ତି ବୋଲି କୁହାଯାଏ।

୨- ଯେଉଁ ଗଣେଶ ମୂର୍ତ୍ତିଙ୍କ ଶୁଣ୍ଢ ବାମ ପାର୍ଶ୍ୱକୁ ଢଳି ରହିଥିବ, ସେହି ମୂର୍ତ୍ତିକୁ ହିଁ ଘରେ ରଖନ୍ତୁ।

୩- ଘରେ ଶ୍ରୀ ଗଣେଶଙ୍କ ମୂର୍ତ୍ତି ସ୍ଥାପନା କରିବାକୁ ଚାହୁଁଥିଲେ, ବସିଥିବା ମୁଦ୍ରାର ମୂର୍ତ୍ତିକୁ ହିଁ ରଖନ୍ତୁ। ତେବେ ଅଫିସ୍‌ରେ ଶ୍ରୀ ଗଣେଶଙ୍କ ଠିଆ ହୋଇଥିବା ମୂର୍ତ୍ତି ରଖିଲେ, ଶୁଭ ବୋଲି କୁହାଯାଏ।

୪- ଘରର ଦକ୍ଷିଣ ପାର୍ଶ୍ୱରେ କେବେ ହେଲେ ଶ୍ରୀଗଣେଶଙ୍କ ମୂର୍ତ୍ତି ରଖନ୍ତୁ ନାହିଁ। ସେହିପରି ସିଡ଼ି ଅବା ଶୋଇବା ଘରେ ଗଣେଶ ମୂର୍ତ୍ତି ରଖନ୍ତୁ ନାହିଁ। ଏହାଦ୍ୱାରା ଧନକ୍ଷୟ ହୋଇଥାଏ ବୋଲି କୁହାଯାଏ।

୫- ବାସ୍ତୁ ଅନୁସାରେ ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ୱାର, ଦକ୍ଷିଣ କିମ୍ୱା ଉତ୍ତର ପାର୍ଶ୍ୱରେ ରହିଥାଏ, ତା’ହେଲେ ମୁଖ୍ୟ ଦ୍ୱାରରେ ଗଣେଶଙ୍କ ମୂର୍ତ୍ତି ରଖନ୍ତୁ କିମ୍ୱା ଫଟୋ ଲଗାନ୍ତୁ।

Leave a Reply

Your email address will not be published. Required fields are marked *