ବାସ୍ତୁଶାସ୍ତ୍ର

ଅଟକିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରେ ମୟୂର ପର

ଭୁବନେଶ୍ୱର : ଘରୁ ବାସ୍ତୁଦୋଷ ଦୂର କରିବା ପାଇଁ ବିଭିନ୍ନ ପ୍ରକାରର ଜିନିଷର ବ୍ୟବହାର କରିବାକୁ କୁହାଯାଏ। ତା’ ମଧ୍ୟରୁ ଗୋଟିଏ ହେଉଛି  ମୟୂର ପର। ତା’ହେଲେ ଆସନ୍ତୁ ଜାଣିବା ଘରେ ମୟୂର ପର ରଖିଲେ କ’ଣ ସବୁ ଫାଇଦା ମିଳେ।

୧. ବାସ୍ତୁ ଅନୁସାରେ ଘରେ ମୟୂର ପର ରଖିଲେ ବାସ୍ତୁ ଦୋଷ ଦୂର ହୋଇଥାଏ। ଏହା ସହିତ ଘରେ ସକାରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ।

୨. ମୟୂର ପର ବ୍ୟବହାର କଲେ ଅମଙ୍ଗଳ ଟଳି ଯାଇଥାଏ। ବିଶେଷ କରି ଖରାପ ଆତ୍ମାଙ୍କ ପ୍ରଭାବ କମିଥାଏ।

୩. ମୟୂର ପରକୁ କୌଣସି ମନ୍ଦିର କିମ୍ୱା ରାଧା-କୃଷ୍ଣ ମୂର୍ତ୍ତିଙ୍କ ମୁକୁଟରେ ୪୦ ଦିନ ପର୍ଯ୍ୟନ୍ତ ସ୍ଥାପନା କରି ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଲହୁଣି ଓ ମିଶିରି ଲାଗି କରନ୍ତୁ। ପରେ ଏହାକୁ ଆଣି ଘରେ ଆଲମାରୀରେ ରଖନ୍ତୁ। ଏପରି କରିବା ଦ୍ୱାରା ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ବିରାଜମାନ କରିଥାଏ ବୋଲି କୁହାଯାଏ। ଏହା ସହିତ ଅଟକି ରହିଥିବା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇଥାଏ।

୪. ବାସ୍ତୁ ଅନୁସାରେ ମୟୂର ପର କାଳ ସର୍ପ ଦୋଷ ଦୂର କରିଥାଏ। ଯଦି କେହି କାଳ ସର୍ପ ଦୋଷ ଭୋଗ କରୁଥା’ନ୍ତି, ତା’ହେଲେ ସୋମବାର ରାତିରେ ଏକ ତକିଆ ଖୋଳରେ ୭ଟି ମୟୂର ପରକୁ ରଖନ୍ତୁ ଏବଂ ଶୋଇବା ସମୟରେ ଏହି ତକିଆକୁ ବ୍ୟବହାର କରନ୍ତୁ

Leave a Reply

Your email address will not be published. Required fields are marked *