ଗ୍ୟାଜେଟ

ଆସନ୍ତାକାଲିଠାରୁ ଜିଓ ଫାଇବର ଯୁଗ ଆରମ୍ଭ, ମିଳିପାରେ ଏହି ସବୁ ସୁବିଧା

ନୂଆଦିଲ୍ଲୀ: ଇଣ୍ଟରନେଟ୍ ଏବଂ ମନୋରଞ୍ଜନ ଦୁନିଆରେ ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୫ରୁ ଆରମ୍ଭ ହେଉଛି ଜିଓ ଫାଇବର ଯୁଗ। ପୂର୍ବରୁ ବହୁ ଲୋଭନୀୟ ଅଫର ଜରିଆରେ ଗ୍ରାହକଙ୍କ ମନ କିଣିପାରିଥିବା ଜିଓ ପ୍ରାଥମିକ ଭାବେ ୧୬୦୦ ସହରରେ ଏହି ସେବା ଆରମ୍ଭ କରିବ। ଯଦିଓ ବିଧିବଦ୍ଧ ଭାବେ ନୂଆ ଟାରିଫ୍ ଏବଂ ସୁବିଧା ବିଷୟରେ ଘୋଷଣା ହୋଇନି, ଆମେ ଶେଷ ଖବର ସୁଦ୍ଧା ପହଞ୍ଚିଥିବା ସୂଚନା ଆପଣଙ୍କୁ ଜଣାଇବୁ।

ଏହି ଯୋଜନା ଅନୁଯାୟୀ, ଲ୍ୟାଣ୍ଡଲାଇନରୁ ସାରାଜୀବନ ଫ୍ରି’ ଭଏସ୍ କଲ୍ ସେବା ମିଳିବ। ସେହିପରି ମାସିକ ୭୦୦ ଟଙ୍କାରୁ ଆରମ୍ଭ ହେବ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ଏବଂ ବାର୍ଷିକ ପ୍ଲାନରେ ୪ କ୍ୱାଲିଟି ଥିବା ଫ୍ରି’ ଏଚଡି ସେଟ୍-ଟପ୍ ବକ୍ସ ଉପଲବ୍ଧ କରାଯିବ। ସର୍ବାଧିକ ୧୦ ହଜାର ଟଙ୍କା ଯାଏ ଟାରିଫ୍ ରହିବ। ୧୦୦ ଏମ୍ବିପିଏସ୍ରୁ ଆରମ୍ଭ କରି ୧ ଜିବିପିଏସ୍ ଯାଏ ଇଣ୍ଟରନେଟ୍ ସ୍ପିଡ୍ ରହିବ। କିନ୍ତୁ ଆରମ୍ଭରେ ୧ ଜିବିପିଏସ୍ ସୁବିଧା ଉପଲବ୍ଧ ରହିବନି।

ଯେକୌଣସି ଭାରତୀୟ ଅପେରଟରଙ୍କ ମୋବାଇଲ୍ ଅଥବା ଫିକ୍ସଡ୍ ଲାଇନକୁ ଭଏସ୍ କଲ୍ ସମ୍ପୂର୍ଣ୍ଣ ମାଗଣା ହେବ। ବ୍ୟାବସାୟିକ ଭିତ୍ତିରେ ଜିଓ ଫାଇବର୍ ସେବା ସେପ୍ଟେମ୍ବର ୫ରୁ ଆରମ୍ଭ ହେବ। ସର୍ବାଧିକ ବିକଶିତ ଅର୍ଥନୀତି ଥିବା ଆମେରିକାରେ ହାରାହାରି ଫିକ୍ସଡ୍ ଲାଇନ୍ ଡାଉନଲୋଡ ସ୍ପିଡ୍ ୯୦ ଏମବିପିଏସ୍ ରହିଛି। ଭାରତରେ ଏହା ସର୍ବନିମ୍ନ।

ଏହି ପ୍ଲାନ୍ ସହିତ ଅଗ୍ରଣୀ ପ୍ରିମିୟମ୍ ଓଭର୍ ଦି ଟପ୍ (ଓଟିଟି) ଆପସ୍ ଏକାଠି ମିଳିବ। ଥିଏଟରରେ ଯେଉଁ ଦିନ ସିନେମା ମୁକ୍ତିଲାଭ କରିବ ସେହି ସମାନ ଦିନରେ ହିଁ ଜିଓ ଗିଗା ଫାଇବର୍ ଉପଭୋକ୍ତାମାନେ ନଜ ଘରେ ବସି ଉକ୍ତ ସେନେମାଙ୍କୁ ଦେଖି ପାରିବେ। ଏହି ଧାରା ଭାରତରେ ପ୍ରଥମ ଥର ପାଇଁ ଆରମ୍ଭ ହେବ। ଏହି ସେବା ‘ଜିଓ ଫାଷ୍ଟ୍ ଡେ ଫାଷ୍ଟ ଶୋ’ ୨୦୨୦ରେ ଉପଲବ୍ଧ ହେବ ବୋଲି ପୂର୍ବରୁ କୁହାଯାଇଥିଲା।

ଆପଣ କମ୍ପାନୀର ୱେବ୍‌ସାଇଟ୍‌ jio.com କିମ୍ବା ମାଇଁ ଜିଓ ଆପ୍‌ ଜରିଆରେ ଏଥିପାଇଁ ଆବେଦନ କରିପାରିବେ। ଆସନ୍ତାକାଲି ବା ଆଜି ଯେକୌଣସି ମୁହୂର୍ତ୍ତରେ ଏହି ୱେବସାଇଟ୍‌ରେ ପୂରା ତଥ୍ୟ ଆସିଯିବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *