ଓଡ଼ିଶା ସ୍ୱତନ୍ତ୍ର

ବାନ୍ଧକଳାରେ ତିଆରି ହେଲା ତ୍ରିରଙ୍ଗା ଶାଢ଼ୀ, ନାଁ ‘ଅତୁଲ୍ୟ ଭାରତ’

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ପାରମ୍ପରିକ ବାନ୍ଧକଳାରେ ଦେଖିବାକୁ ମିଳିଛି ଦେଶାତ୍ମବୋଧର ଛିଟା। ବାନ୍ଧକଳା ମାଧ୍ୟମରେ ଦେଶପ୍ରୀତିକୁ ପ୍ରଦର୍ଶିତ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର କେନ୍ଦୁପାଲି ଗାଁର ଗଣେଶ ମେହେର ଓ ବୁଣିଛନ୍ତି ‘ତ୍ରିରଙ୍ଗା ଶାଢ଼ୀ’। ଆଉ ତା’ର ନାଁ ରଖିଛନ୍ତି ‘ଅତୁଲ୍ୟ ଭାରତ’। ଏବେ ଏହି ଶାଢ଼ୀକୁ ନେଇ ଏ ଅଞ୍ଚଳରେ ଜୋର୍ ଚର୍ଚ୍ଚା ଚାଲିଛି। ବାନ୍ଧକଳା ପାଇଁ ସୁବର୍ଣ୍ଣପୁର ପ୍ରସିଦ୍ଧ। ହଜାର ହଜାର ବର୍ଷରୁ ଏ ମାଟିର ଭୁଲିଆ ସଂପ୍ରଦାୟର ଲୋକେ ଏହାରି ମାଧ୍ୟମରେ ତିଆରି […]

ଅସାଧାରଣ

ବାଟରୁ ପାଇଥିବା ଟଙ୍କା ଭର୍ତ୍ତି ବ୍ୟାଗକୁ ଫେରାଇ ଦେଲେ ଦମ୍ପତି

ସାଲେପୁର : ବଞ୍ଚି ରହିଛି ମଣିଷପଣିଆ ଓ ସାଧୁତା। ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗ ପାଇ ମଧ୍ୟ ଲୋଭର ବଶବର୍ତ୍ତୀ ହୋଇନାହନ୍ତି କଟକ ସାଲେପୁର ଅଂଚଳର ଏକ ଦମ୍ପତି। କଟକ ସାଲେପୁର ରାସ୍ତାରେ ବାଇକ୍‌ରେ ଆସୁଥିବାବେଳେ ସୁନା ଅଳଙ୍କାର ଓ ଟଙ୍କା ଭର୍ତ୍ତି ଥିବା ଏକ ବ୍ୟାଗ୍ ପାଇଥିଲେ ବିଜୟାନନ୍ଦ ମହାନ୍ତି ଓ ତାଙ୍କ ପତ୍ନୀ । ବ୍ୟାଗ ଭିତରେ ଥିବା ଏକ ମୋବାଇଲ୍ ଫୋନରୁ ନମ୍ବର ସଂଗ୍ରହ କରି ବ୍ୟାଗ୍‌ଟି କଟକ […]

ଜାତୀୟ

ସମାଲୋଚନା ପରେ ଗୃହବନ୍ଦୀ ହେଲେ ଶ୍ରୀନଗର ମେୟର

ଶ୍ରୀନଗର: ଜମ୍ମୁ କଶ୍ମୀରରେ ସବୁକିଛି ଠିକଠାକ୍ ନାହିଁ ବୋଲି ମନ୍ତବ୍ୟ ଦେବା ଶ୍ରୀନଗର ମେୟର ଜୁନେଦ୍ ଅଜିମ୍ ମଟ୍ଟୁଙ୍କୁ ମହଙ୍ଗା ପଡ଼ିଛି। ଦିଲ୍ଲୀକୁ ସେ ଚିକିତ୍ସା ପାଇଁ ଆସିଥିବା ବେଳେ ଏହି ମନ୍ତବ୍ୟ ଦେଇଥିଲେ। ଏହାପରେ ଜମ୍ମୁ କଶ୍ମୀରକୁ ଫେରିବା ପରେ ଗୃହବନ୍ଦୀ ହୋଇଛନ୍ତି। ସୋମବାର କିଛି ଗଣମାଧ୍ୟମକୁ ଜମ୍ମୁ କଶ୍ମୀର ବାବଦରେ ନିଜର ମନ୍ତବ୍ୟ ଦେଇଥିଲେ ଜୁନେଦ୍ ଅଜିମ୍ ମଟ୍ଟୁ। ତାଙ୍କ ଦଳ ଜମ୍ମୁ କଶ୍ମୀର ପିପୁଲସ କନଫରେନସ୍ (ଜେକେପିସି)ର ମୁଖ୍ୟ ସଜଦ ଗନ୍ନୀ ଲୋନ୍ […]

ଅନ୍ତର୍ଜାତୀୟ

ଭାରତୀୟ ଦୂତାବାସ ଉପରେ ଆକ୍ରମଣ ଦୁଃଖଦାୟକ: ବ୍ରିଟିଶ୍‌ ବିଦେଶ ମନ୍ତ୍ରୀ

ଲଣ୍ଡନ: ଲଣ୍ଡନରେ ଅବସ୍ଥାପିତ ଭାରତୀୟ ଦୂତାବାସ ଉପରକୁ ଗତକାଲି ଅଣ୍ଡା ଓ ଚପଲ ମାଡ଼ ଘଟଣାରେ ଦୁଇ ଜଣ ଗିରଫ ହୋଇଛନ୍ତି। ଏଭଳି ଘଟଣାକୁ ନିନ୍ଦା କରିବା ସହିତ ଦୁଃଖଦ ବୋଲି ବ୍ରିଟେନର ବୈଦେଶିକ ସଚିବ ଡୋମିନିକ୍ ରଆବ୍ କହିଛନ୍ତି। ବ୍ରିଟେନ ସଂସଦରେ ଉଦବୋଧନ ଦେବା ଅବସରରେ ବୈଦେଶିକ ସଚିବ କହିଛନ୍ତି କୌଣସି ହିଂସା ଘଟଣା ଦୁଃଖଜନକ। ବ୍ରିଟେନ୍ ହେଉ କିମ୍ୱା ଅନ୍ୟ କୌଣସି ଦେଶରେ ଗୋଟିଏ ସମ୍ପ୍ରଦାୟ ବିରୋଧରେ ହିଂସା ଘଟଣା ଘଟିବା ନିନ୍ଦନୀୟ। ଏଥିସହ […]

ରାଜନୀତି ହାଲ୍‌ଚାଲ୍‌

ଟ୍ରାଫିକ୍‌ ନିୟମ ଉଲ୍ଲଂଘନ, ଅଟୋ ଚାଳକ ଗଣିବେ ୪୭ ହଜାର ଜରିମାନା

ଭୁବନେଶ୍ୱର: ନୂଆ ମୋଟରଯାନ ଆଇନ୍‌ ଲାଗୁ ହେବାର ୩ ଦିନ ପରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀ ଭୁବନେଶ୍ୱରର ଜଣେ ଅଟୋ ଚାଳକଙ୍କ ଉପରେ ଲାଗୁ ହୋଇଛି ମୋଟା ଅଙ୍କର ଜରିମାନା । ଗୋଟିଏ କି ଦୁଇଟି ନୁହେଁ, ଏକାଧିକ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ରାଜଧାନୀର ଏହି ଅଟୋ ଚାଳକଙ୍କୁ ଗଣିବାକୁ ପଡ଼ିବ ୪୭ ହଜାର ୫୦୦ ଟଙ୍କା। ଅଟୋଚାଳକ ଜଣକ ଆଚାର୍ଯ୍ୟ ବିହାରର ବୋଲି ଜଣାପଡ଼ିଛି। ସାଧାରଣ ନିୟମ ଭାଙ୍ଗିଥିବାରୁ ୫୦୦ […]

ରାଜନୀତି ହାଲ୍‌ଚାଲ୍‌

ବିଜେଡି ମୁଖପାତ୍ର, ମିଡିଆ ଟିମ୍‌ ଓ ପାନେଲିଷ୍ଟଙ୍କ ସାନି ତାଲିକା, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ଭୁବନେଶ୍ୱର : ବିଜେଡି ପକ୍ଷରୁ ଏହାର ଜାତୀୟ ମୁଖପାତ୍ର, ମିଡିଆ ଟିମ୍‌ ସଦସ୍ୟ ଓ ପାନେଲିଷ୍ଟଙ୍କ ନାଁ ଘୋଷଣା କରାଯାଇଛି। ଦଳର ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତ ହୋଇଛନ୍ତି ଏମ୍‌ପି ପିନାକୀ ମିଶ୍ର, ଅନୁଭବ ମହାନ୍ତି, ଡ. ଅମର ପଟ୍ଟନାୟକ, ଡ. ସସ୍ମିତ ପାତ୍ର ଓ ସତ୍ୟନାରାୟଣ ସାହୁ। ସେହିପରି ଦଳର ନବନିଯୁକ୍ତ ମୁଖପାତ୍ର ଟିମ୍‌ରେ ୧୪ ଜଣ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ଏମ୍‌ପି ସ୍ଥାନ ପାଇଛି। ଏହି ଟିମ୍‌ର ସଦସ୍ୟମାନେ ହେଲେ […]

ପାଗଳା ପାଞ୍ଜି

ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ରଘୁ ମହାନ୍ତି, ବସ୍ତାରୁ ହେବେ ପ୍ରାର୍ଥୀ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ଉପସଭାପତି ରଘୁନାଥ ମହାନ୍ତି ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କୁ ବସ୍ତା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ କରିବାର ସମ୍ଭାବନା ରହିଛି। ଶ୍ରୀ ମହାନ୍ତିଙ୍କ ସମେତ ଅନ୍ୟ ବରିଷ୍ଠ ନେତା ଓ ଶତାଧିକ କର୍ମୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ଓ ରାଷ୍ଟ୍ରୀୟ ପ୍ରବକ୍ତା ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ପୂର୍ବତନ ମନ୍ତ୍ରୀ ରଘୁ ମହାନ୍ତି […]

ପାଗଳା ପାଞ୍ଜି

ବିଜେଡି ବିଧାୟକଙ୍କୁ ଦୁଇ ଦୁଇ ଥର ‘ଗୁରୁମନ୍ତ୍ର’ କାହିଁକି

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବନିର୍ବାଚିତ ଦଳୀୟ ବିଧାୟକମାନଙ୍କୁ ନବୀନ ନିବାସ ଡାକି ‘ବ୍ରେକଫାଷ୍ଟ’ରେ ଆପ୍ୟାୟିତ କରିଛନ୍ତି। ଏହାସହିତ ପୁଣିଥରେ ‘ସରଳ’ ଜୀବନଯାପନର ଗୁରୁମନ୍ତ୍ର ଦେଇଛନ୍ତି। ତେବେ କେବଳ ନବନିର୍ବାଚିତ ବିଧାୟକମାନଙ୍କୁ ନବୀନଙ୍କ ଏଭଳି ଗୁରୁମନ୍ତ୍ର ଦେବା ପଛରେ କ’ଣ କାରଣ ରହିଛି ତାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ବିଜେଡି ସୂତ୍ର ଅନୁସାରେ, ସାଧାରଣତଃ ଅତ୍ୟନ୍ତ ଜରୁରୀ ନଥିଲେ ଦଳୀୟ ବିଧାୟକମାନଙ୍କୁ ନବୀନ ଭେଟନ୍ତି ନାହିଁ। […]

ପଶାପାଲି

ଭଡ଼ାରେ ଲାଗିଛି ‘ଆବାସ’ ଘର, ବାସହୀନଙ୍କ ପାଇଁ ପଲିଥିନ ଚାଳି!

ବିନିକା (ଦିଲୀପ ସାହୁ): ଥିଲାବାଲାଙ୍କୁ ମିଳୁଛି ପକ୍କା ଘର। ଆଉ ସେମାନେ ସେଥିରେ ନରହି ଭଡ଼ା ସୂତ୍ରରେ ଅନ୍ୟମାନଙ୍କ ଦେଉଛନ୍ତି। ହେଲେ ନ ଥିଲାବାଲା ଖୋଲା ଆକାଶ ତଳେ ନଚେତ୍ ପଲିଥିନ୍‌ ତଳେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହେଉଛନ୍ତି। ବାରମ୍ବାର ଆବେଦନ ଓ ଅନୁରୋଧ ସତ୍ତ୍ୱେ ଏପରି ବହୁ ହିତାଧିକାରୀ ଆବାସ ଯୋଜନା ପାଇବାରୁ ବଞ୍ଚିତ ହେଉଛନ୍ତି। ଏଭଳି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବିଜ୍ଞାପିତ ଅଞ୍ଚଳରୁ। କାହାର ଘର ଭାଙ୍ଗି ଯାଇଛି ତ ଆଉ […]

ପଶାପାଲି

‘ପିସି’ କାରବାର ଉପରେ ଅଙ୍କୁଶ ନାହିଁ, ଚାଲିଛି ଭାବମୂର୍ତ୍ତି ସଜାଡ଼ିବା ଉଦ୍ୟମ!

ଭୁବନେଶ୍ୱର : ଦୁର୍ନୀତି ବିରୁଦ୍ଧରେ ‘ଜିରୋ ଟଲେରାନ୍ସ ’ର ଡିଣ୍ଡିମ ପିଟି ଭାବମୂର୍ତ୍ତି ସଜାଡ଼ିବା ନିମନ୍ତେ ରାଜ୍ୟ ସରକାର ଆଜି ପୁଣି ୬ ଜଣ କର୍ମଚାରୀଙ୍କୁ ବରଖାସ୍ତ କରିବା ସହ ୪ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ୍ ବନ୍ଦ କରିଛନ୍ତି। ଚଳିତ ମାସରେ ମୋଟ ୨୧ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଦୁର୍ନୀତି ବିରୋଧୀ ନୀତି’ ଓ ‘ଫାଇଭ-ଟି’ ମନ୍ତ୍ରକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବାର ଉଦ୍ୟମ ହେଉଛି। ମାତ୍ର […]