top4-3 ନିଯୁକ୍ତି

ରେଳବାଇ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର : ରେଳବାଇ ନିଯୁକ୍ତି ବୋର୍ଡ ପରୀକ୍ଷାରେ ଅବ୍ୟବସ୍ଥା ଦେଖାଦେଇଛି। ପରୀକ୍ଷା କେନ୍ଦ୍ରରେ ବିଦ୍ୟୁତ୍ ସମସ୍ୟା ଓ ସର୍ଭରରେ ତ୍ରୁଟି ରହିଥିବାରୁ ପରୀକ୍ଷା ଦେଇ ପାରିନାହାନ୍ତି ପରୀକ୍ଷାର୍ଥୀ। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଶେଷରେ ପରୀକ୍ଷା ଘୁଞ୍ଚାଇ ଦେବାକୁ ନିଷ୍ପତ୍ତି ହୋଇଛି। ଆଜି ହେବାକୁ ଥିବା ରେଲୱେର ନିଯୁକ୍ତି ସଂପର୍କିତ ପରୀକ୍ଷା ଘୁଞ୍ଚି ଯାଇଛି। କେବେ ପରୀକ୍ଷା ହେବ, ତାହା ଜଣାପଡ଼ି ନାହିଁ। ପରୀକ୍ଷାର ଦିନ ଧାର୍ଯ୍ୟ ହେବା ପରେ କର୍ତ୍ତୃପକ୍ଷଙ୍କ ତରଫରୁ ଜଣାଇ […]

ନୂଆ ପ୍ରଡକ୍ଟ

ଭାରତରେ ଲଞ୍ଚ୍‌ ହେଲା ସ୍ମାର୍ଟ ଫ୍ୟାନ୍‌

ନୂଆଦିଲ୍ଲୀ: ଭାରତୀୟ କମ୍ପାନୀ Ottomate ଏକ ସ୍ମାର୍ଟ ଫ୍ୟାନ୍‌ ଲଞ୍ଚ କରିଛି। ଏହାର ଏକ ବିଶେଷ କଥା ହେଉଛି, ଆପଣ ଏହାକୁ ଏକ ଆପ୍‌ ଯୋଗେ କଣ୍ଟ୍ରୋଲ୍‌ କରିପାରିବେ। ଏହି ଫ୍ୟାନ୍‌କୁ ସ୍ମାର୍ଟ ହୋମ୍‌ ସଲ୍ୟୁସନ୍‌ ପାଇଁ ଡେଟିକେଟ୍‌ କରାଯାଇଛି। Ottomate କମ୍ପାନୀ ଏହି ସ୍ମାର୍ଟ ଫ୍ୟାନ୍‌ର ମୂଲ୍ୟ ୩୯୯୯ ଟଙ୍କା ରଖିଛି। ଏହାର ବିକ୍ରି ୨୦ ମାର୍ଚ୍ଚରୁ ଆରମ୍ଭ ହେବ ଏବଂ ପରେ ଆପଣ Ottomate ୱେବ୍‌ସାଇଟ୍‌ରୁ ଏହାକୁ ପାଇପାରିବେ। ଏହା ବ୍ୟତୀତ ୨ ଏପ୍ରିଲ୍‌ରୁ […]

trending ନୂଆ ପ୍ରଡକ୍ଟ

ଶାଓମି ଲଞ୍ଚ୍ କଲା Mi A3: ଦାମ୍‌ ୧୨,୯୯୯ ଟଙ୍କା

ନୂଆଦିଲ୍ଲୀ: ଚାଇନିଜ୍‌ ମୋବାଇଲ୍‌ ଫୋନ୍‌ ନିର୍ମାତା କମ୍ପାନୀ ଶାଓମି ଆଜି ଭାରତରେ Mi A3 ଲଞ୍ଚ୍‌ କରିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏହାକୁ ଲଞ୍ଚ୍ କରାଯାଇଛି। ଏହା କମ୍ପାନୀର ଆଣ୍ଡ୍ରଏଡ୍‌ ୱାନ୍‌ ସିରିଜ୍‌ର ସ୍ମାର୍ଟଫୋନ୍‌, ଯାହାକୁ ଗତ ସପ୍ତାହରେ ସ୍ପେନ୍‌ରେ ଲଞ୍ଚ୍‌ କରାଯାଇଥିଲା। ଏହି ସ୍ମାର୍ଟଫୋନ୍‌ଟି ଆସନ୍ତାକାଲିଠୁ ଆମାଜନ୍‌ ଇଣ୍ଡିଆରେ ବିକ୍ରି ପାଇଁ ଉପଲବ୍ଧ ହେବ। ଦାମ୍‌ ୪ଜିବି ରାମ୍ ଓ ୬୪ ଜିବି ଷ୍ଟୋରେଜ୍ ଏବଂ ୬ ଜିବି ରାମ୍‌ ଓ ୧୨୮ ଜିବି […]

ମାର୍କେଟ୍

ନିବେଶକ ନିରାଶ, ଗୋଟିଏ ଦିନରେ ହରାଇଲେ ୨.୫୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ: ଉତ୍କଟ ସ୍ଥିତିରେ ପହଞ୍ଚିବାରେ ଲାଗିଛି ଅର୍ଥନୀତିକ ମାନ୍ଦାବସ୍ଥା ଏବଂ ବାଣିଜ୍ୟିକ ସମସ୍ୟାର ପ୍ରଭାବ। ମଙ୍ଗଳବାର ଗୋଟିଏ ଦିନରେ ଇକ୍ୱିଟି ମାର୍କେଟ୍‌ର ନିବେଶକମାନେ ୨.୫୫ ଲକ୍ଷ କୋଟି ଟଙ୍କା ହରାଇଥିବା ଜଣାପଡ଼ିଛି। ସେହିଭଳି ବିଏସ୍‌ଇର ସୂଚକାଙ୍କ ସେନ୍‌ସେକ୍ସରେ ୭୬୯.୮୮ ପଏଣ୍ଟ ବା ୨.୦୬% ହ୍ରାସ ହୋଇଛି। ଏହା ବର୍ତ୍ତମାନ ୩୬,୫୬୨.୯୧ ପଏଣ୍ଟରେ ପହଞ୍ଚିଛି। ମିଳିଥିବା ସୂଚନା ଅନୁଯାୟୀ, ଅଟୋମୋବାଇଲ ସେକ୍ଟରରେ ବିକ୍ରି ମାନ୍ଦା ଚାଲିଛି। ଏତଦ୍‌ବ୍ୟତୀତ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକରେ ଜିଡିପି ଗତ ୬ […]

trending ମାର୍କେଟ୍

ପୂଜା ସିଜିନରେ କାର୍‌ କିଣିଲେ ଲାଭବାନ ହେବେ, ଲକ୍ଷାଧିକ ଟଙ୍କା ଡିସ୍‌କାଉଣ୍ଟ ଅଛି!

ନୂଆଦିଲ୍ଲୀ: ଦେଶରେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଛି। ଯାହାର ପ୍ରଭାବ ସମସ୍ତ ଶିଳ୍ପ ଉପରେ ପଡ଼ିଛି। ଏହି ମାନ୍ଦାବସ୍ଥାରୁ ବର୍ତ୍ତି ନାହିଁ ଦେଶର ଅଗ୍ରଣୀ କାର୍ ନିର୍ମାତା କମ୍ପାନୀ ମାରୁତି ସୁଜୁକି। ଲଗାତାର କାର୍‌ ବିକ୍ରି କମ୍ ହୋଇ ଚାଲିଛି। ଏଭଳି ସ୍ଥିତିରେ ପୂଜା ସିଜିନରେ ବଡ଼ ଡିସକାଉଣ୍ଟ ଦେଇ ଗ୍ରାହକଙ୍କ ଦୃଷ୍ଚି ଆକର୍ଷଣ କରିବାକୁ କମ୍ପାନୀ ଯୋଜନା କରିଛି। ମାରୁତି ସୁଜୁକିର ମାର୍କେଟିଂ ଡିପାର୍ଟମେଣ୍ଟର ପରିଚାଳନା ନିର୍ଦ୍ଦେଶକ ଶଶାଙ୍କ ବହରହାଲ କହିଛନ୍ତି, ମାରୁତି ସୁଜୁକିର ଏସ-କ୍ରସ(S-Cross) […]

top4-4 Uncategorized

୭୦ ବର୍ଷରେ ସବୁଠୁ ଖରାପ ଅର୍ଥବ୍ୟବସ୍ଥାରେ ଦେଶ: ନୀତି ଆୟୋଗ ଉପାଧ୍ୟକ୍ଷ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଥିଙ୍କ୍ ଟ୍ୟାଙ୍କ୍ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଦେଶର ଅର୍ଥବ୍ୟବସ୍ଥାକୁ ନେଇ ନିଜର ମତ ରଖିଛନ୍ତି। ଦୀର୍ଘ ୭୦ ବର୍ଷ ଭିତରେ ସବୁଠାରୁ ଖରାପ ସ୍ଥିତି ଦେଇ ଦେଶର ଅର୍ଥ ବ୍ୟବସ୍ଥା ଗତି କରୁଛି ବୋଲି ସେ କହିଛନ୍ତି। ଦେଶର ଅର୍ଥବ୍ୟବସ୍ଥା ଆଗକୁ ନେବାକୁ ହେଲେ ପୁଞ୍ଜି ନିବେଶ ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଦେଶରେ ଦେଖାଦେଇଥିବା ଆର୍ଥିକ ସଙ୍କଟର ପ୍ରଭାବ ଆର୍ଥିକ ବିକାଶରେ ବାଧକ […]

trending ଇନଭେଷ୍ଟମେଣ୍ଟ

ଆଇଡିବିଆଇରେ ୯୨୫୭ କୋଟି ନିବେଶକୁ ମିଳିଲା କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ: ଆଇଡିବିଆଇ ବ୍ୟାଙ୍କରେ ୯୨୫୭ କୋଟି ଟଙ୍କାର ନିବେଶକୁ ଆଜି କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ମିଳିଛି। ଏହି କ୍ରମରେ ସରକାରଙ୍କ ପକ୍ଷରୁ ୪,୫୫୭ କୋଟି ଟଙ୍କାର ନିବେଶ କରାଯିବାକୁ ଥିବାବେଳେ ଏହି ବ୍ୟାଙ୍କରେ ୫୧ ଅଂଶଧନ ରଖିଥିବା ଏଲଆଇସି ୪,୭୦୦ କୋଟି ଟଙ୍କା ନିବେଶ କରିବ। ଆଜି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଏ ପ୍ରସଙ୍ଗରେ କହିଛନ୍ତି, ଉଭୟ ଏଲଆଇସି ଏବଂ କେନ୍ଦ୍ର ସରକାର ଏଥିରେ ପୁଞ୍ଜି ନିବେଶ କରିବେ। ସେ ଆହୁରି ମଧ୍ୟ କହିଛନ୍ତି, ଏହି ବ୍ୟାଙ୍କର […]

trending ଗ୍ୟାଜେଟ

ଭାରତରେ ଲଞ୍ଚ୍‌ ହେଲା Google Nest Hub

ନୂଆଦିଲ୍ଲୀ: ‘ଗୁଗୁଲ୍‌’ ଭାରତରେ ନିଜର ନୂଆ ସ୍ମାର୍ଟ ଡିଭାଇସ୍‌ Google Nest Hub ଲଞ୍ଚ୍ କରିଛି। ଏହା ଏକ ସ୍ମାର୍ଟ ଡିସ୍‌ପ୍ଲେ। ଗୁଗୁଲ୍‌ ଏହି ଡିଭାଇସ୍‌ ସହ ତା’ର Nest ସିରିଜ୍‌ ଆରମ୍ଭ କରିଛି। ଆମେରିକା ସମେତ ଅନେକ ଦେଶରେ ଏହି ଡିଭାଇସ୍‌ ଅନେକ ଦିନରୁ ଉପଲବ୍ଧ ହେଉଛି। ଆଉ ଏବେ ଏହା ଭାରତକୁ ମଧ୍ୟ ଆସିଛି। କେଉଁଠାରୁ କେତେ ଟଙ୍କାରେ କିଣିବେ? ଭାରତରେ ଏହି ଡିଭାଇସ୍‌ର ମୂଲ୍ୟ ୯ ହଜାର ୯୯୯ ଟଙ୍କା ରଖାଯାଇଛି। ଏହକୁ ଫ୍ଲିପ୍‌କାର୍ଟ, କ୍ରୋମା, […]

ଗ୍ୟାଜେଟ

ଆସନ୍ତାକାଲିଠାରୁ ଜିଓ ଫାଇବର ଯୁଗ ଆରମ୍ଭ, ମିଳିପାରେ ଏହି ସବୁ ସୁବିଧା

ନୂଆଦିଲ୍ଲୀ: ଇଣ୍ଟରନେଟ୍ ଏବଂ ମନୋରଞ୍ଜନ ଦୁନିଆରେ ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୫ରୁ ଆରମ୍ଭ ହେଉଛି ଜିଓ ଫାଇବର ଯୁଗ। ପୂର୍ବରୁ ବହୁ ଲୋଭନୀୟ ଅଫର ଜରିଆରେ ଗ୍ରାହକଙ୍କ ମନ କିଣିପାରିଥିବା ଜିଓ ପ୍ରାଥମିକ ଭାବେ ୧୬୦୦ ସହରରେ ଏହି ସେବା ଆରମ୍ଭ କରିବ। ଯଦିଓ ବିଧିବଦ୍ଧ ଭାବେ ନୂଆ ଟାରିଫ୍ ଏବଂ ସୁବିଧା ବିଷୟରେ ଘୋଷଣା ହୋଇନି, ଆମେ ଶେଷ ଖବର ସୁଦ୍ଧା ପହଞ୍ଚିଥିବା ସୂଚନା ଆପଣଙ୍କୁ ଜଣାଇବୁ। ଏହି ଯୋଜନା ଅନୁଯାୟୀ, ଲ୍ୟାଣ୍ଡଲାଇନରୁ ସାରାଜୀବନ ଫ୍ରି’ […]

ହସକଥା

ଭିକାରି ଦେଲେ ବହି

ପତ୍ନୀ- ବୁଝିଲ କାଲି ଯେଉଁ ଭିକାରିକୁ ମୁଁ ଖାଇବାକୁ ଦେଇଥିଲି, ସେଇଟା ଭାରି ଫୁଟାଣିଆ। ପତି- କାଇଁ, ଏମିତି କ’ଣ କଲା କି? ପତ୍ନୀ- ସେ ଆସି ଆଜି ମୋତେ ଗୋଟେ ଚଟିବହି ଧରେଇ ଦେଇ ଯାଇଛି। ପତି- କି ବହି? ପତ୍ନୀ- ‘ରୋଷେଇ କରିବା ଶିଖ।’ ପତି କିଛି କହିଲେନି, ହେଲେ ମନେ ମନେ ଭାରି ଖୁସି ହୋଇ କହୁଥିଲେ- ଯାହା ହେଉ କିଏ ତ ସାହସ କଲା।