grossing ଟେଲି ଦୁନିଆ

ଅଟୋ ଚଲାଉଛନ୍ତି ଏହି ଟେଲି ଅଭିନେତ୍ରୀ

ମୁମ୍ୱାଇ: ଦାମୀ ଗାଡ଼ି କିଣିବାକୁ ପ୍ରାୟ ସମସ୍ତ ବଲିଉଡ୍ ଓ ଟେଲିଭିଜନ୍‌ ଷ୍ଟାର୍ ପସନ୍ଦ କରନ୍ତି। ଅନେକ ତ ସେମାନଙ୍କ ମନପସନ୍ଦ କାର୍‌ର କଲେକ୍ସନ ବି ରଖିଛନ୍ତି। ହେଲେ ଏହି ଟେଲିଭିଜନ୍ ଅଭିନେତ୍ରୀଙ୍କ ପସନ୍ଦ ପୂରା ଅଲଗା। ସେ ଅଟୋରେ ଯିବାଆସିବା କରିବାକୁ ଭଲ ପା’ନ୍ତି। ଖାଲି ସେତିକି ନୁହେଁ, ସେ ଏକ ଅଟୋ କିଣି ତାକୁ ନିଜେ ଚଲାଉଛନ୍ତି। ସେ ହେଉଛନ୍ତି, ଧାରାବାହିକ ‘ଚନ୍ଦ୍ରଗୁପ୍ତ ମୌର୍ଯ୍ୟ’ ଓ ‘ରଙ୍ଗ୍ ବଦଲତି ଓଢ଼୍‌ନୀ’ର ନାୟିକା ଯଶଶ୍ରୀ ମସୁରକର୍। […]

ଟେଲି ଦୁନିଆ

‘ସ୍ୱାମୀଙ୍କୁ ଇମ୍ପ୍ରେସ୍‌ କରିବା ପାଇଁ ରୋଷେଇ କରିଥାଏ’

ମୁମ୍ୱାଇ : ଟେଲିଭିଜନ୍‌ ଶୋ ‘ୟେ ହୈ ମୋହବତେଁ’ର ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ୱେବ୍‌ ସିରିଜ୍‌ ‘କୋଲ୍ଡ୍‌ ଲସି ଓ ଚିକେନ୍‌ ମସାଲା’ ସହିତ ଡିଜିଟାଲ୍‌ ସ୍ପେସ୍‌ରେ ଡେବ୍ୟୁ କରିଛନ୍ତି। ଏହି ଡେବ୍ୟୁକୁ ନେଇ ଦିବ୍ୟଙ୍କା ଖୁବ୍‌ ଖୁସି ଅଛନ୍ତି। ଏହି ୱେବ୍‌ ସିରିଜ୍‌ରେ ସେ ଶେଫ୍‌ ଭୂମିକାରେ ଅଭିନୟ କରିଛନ୍ତି। କିନ୍ତୁ ଅସଲ ଜୀବନରେ ଦିବ୍ୟଙ୍କା ବିଲକୁଲ୍‌ ଅଲଗା। ସେ ରୋଷେଇ କରିବାକୁ ପସନ୍ଦ କରନ୍ତି ନାହିଁ। ଦିବ୍ୟଙ୍କାଙ୍କ କହିବା ଅନୁସାରେ, ଏହି ୱେବ୍‌ସିରିଜ୍ […]