ପଶାପାଲି

ଭଡ଼ାରେ ଲାଗିଛି ‘ଆବାସ’ ଘର, ବାସହୀନଙ୍କ ପାଇଁ ପଲିଥିନ ଚାଳି!

ବିନିକା (ଦିଲୀପ ସାହୁ): ଥିଲାବାଲାଙ୍କୁ ମିଳୁଛି ପକ୍କା ଘର। ଆଉ ସେମାନେ ସେଥିରେ ନରହି ଭଡ଼ା ସୂତ୍ରରେ ଅନ୍ୟମାନଙ୍କ ଦେଉଛନ୍ତି। ହେଲେ ନ ଥିଲାବାଲା ଖୋଲା ଆକାଶ ତଳେ ନଚେତ୍ ପଲିଥିନ୍‌ ତଳେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହେଉଛନ୍ତି। ବାରମ୍ବାର ଆବେଦନ ଓ ଅନୁରୋଧ ସତ୍ତ୍ୱେ ଏପରି ବହୁ ହିତାଧିକାରୀ ଆବାସ ଯୋଜନା ପାଇବାରୁ ବଞ୍ଚିତ ହେଉଛନ୍ତି। ଏଭଳି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବିଜ୍ଞାପିତ ଅଞ୍ଚଳରୁ। କାହାର ଘର ଭାଙ୍ଗି ଯାଇଛି ତ ଆଉ […]

ପଶାପାଲି

‘ପିସି’ କାରବାର ଉପରେ ଅଙ୍କୁଶ ନାହିଁ, ଚାଲିଛି ଭାବମୂର୍ତ୍ତି ସଜାଡ଼ିବା ଉଦ୍ୟମ!

ଭୁବନେଶ୍ୱର : ଦୁର୍ନୀତି ବିରୁଦ୍ଧରେ ‘ଜିରୋ ଟଲେରାନ୍ସ ’ର ଡିଣ୍ଡିମ ପିଟି ଭାବମୂର୍ତ୍ତି ସଜାଡ଼ିବା ନିମନ୍ତେ ରାଜ୍ୟ ସରକାର ଆଜି ପୁଣି ୬ ଜଣ କର୍ମଚାରୀଙ୍କୁ ବରଖାସ୍ତ କରିବା ସହ ୪ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ୍ ବନ୍ଦ କରିଛନ୍ତି। ଚଳିତ ମାସରେ ମୋଟ ୨୧ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଦୁର୍ନୀତି ବିରୋଧୀ ନୀତି’ ଓ ‘ଫାଇଭ-ଟି’ ମନ୍ତ୍ରକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବାର ଉଦ୍ୟମ ହେଉଛି। ମାତ୍ର […]