top4-1 Uncategorized ଜାତୀୟ

ଦିଲ୍ଲୀ କଂଗ୍ରେସ ସଭାପତିଙ୍କ ଇସ୍ତଫା

ନୂଆଦିଲ୍ଲୀ:  ଲଗାତର ଭାବେ ୧୫ ବର୍ଷ ସରକାର କରି ମଧ୍ୟ କଂଗ୍ରେସ ପାଇଁ ଦିଲ୍ଲୀ ଦୁରେଇ ଯାଇଛି। ଦିଲ୍ଲୀ ବିଧାନସଭା ଭୋଟରେ ଦ୍ବିତୀୟ ଥର ଲାଗି ଦଳ ଖାତା ଖୋଲି ପାରିନି। ଶୀଲା ଦୀକ୍ଷିତଙ୍କ ନେତୃତ୍ବରେ ଦିଲ୍ଲୀରେ କଂଗ୍ରେସ ଲଗାତର ବିଜୟୀ ହେଉଥିଲା।  ୨୦୧୫ ରେ ଶୀଲାଙ୍କ ପରାଜୟ ପରଠୁ ଆଉ ଅଣ୍ଟା ସଲଖି ଛିଡା ହୋଇପାରୁନି କଂଗ୍ରେସ । ଏ ଥର ଏହି ସ୍ଥିତି ଅଧିକ ଯନ୍ତ୍ରଣାଦାୟକ  ହୋଇଛି  ସବୁଠୁ ପୁରୁଣା ଦଳ ପାଇଁ । […]

top1 trending ଜାତୀୟ

ଭାଲେଣ୍ଟାଇନ ଡେ’ରେ ଶପଥ ନେବେ କେଜରିଓ୍ବାଲ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦ୍‌ମୀ ପାର୍ଟି (AAP) ପୁଣିଥରେ ବିଶାଳ ବିଜୟ ହାସଲ କରିଛି। ଦିଲ୍ଲୀ ବିଧାନସଭାର ୭୦ଟି ଆସନ ମଧ୍ୟରୁ ଆମ ଆଦମୀ ପାର୍ଟି ୬୨ଟି ଆସନ ଦଖଲ କରିବା ପରେ ପୁଣିଥରେ ଦିଲ୍ଲୀରେ ସରକାର ଗଠନ କରିବା ପଥ ପରିସ୍କାର ହୋଇଯାଇଛି। ଏହି ବିଜୟ ସହ ପୁଣି ଥରେ ଅରବିନ୍ଦ କେଜରିଓ୍ବାଲ ମୁଖ୍ୟମନ୍ତ୍ରୀ ହେବେ। ମୁଖ୍ୟମନ୍ତ୍ରୀ ଭାବେ ସେ ଫେବ୍ରୁଆରି ୧୪ ତାରିଖ ଅର୍ଥାତ୍‌ ଭାଲେଣ୍ଟାଇନ୍ସ ଡେ’ରେ ଶପଥ ନେବେ ବୋଲି […]

ଜାତୀୟ

ଉଚ୍ଛେଦ ବନ୍ଦ ଦାବିକୁ ଜିଲ୍ଲାପାଳଙ୍କ ପ୍ରତ୍ୟାଖ୍ୟାନ, ଆଲୋଚନା ବିଫଳ

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳଙ୍କ ସହ ୧୫ ଜଣିଆ ପ୍ରତିନିଧି ଦଳର ଆଲୋଚନା ବିଫଳ ହୋଇଛି। ଉଚ୍ଛେଦ ବନ୍ଦ ପାଇଁ ପ୍ରତିନିଧି ଦଳର ଦାବିକୁ ଅଗ୍ରାହ୍ୟ କରିଛନ୍ତି ଜିଲ୍ଲାପାଳ । ବୈଠକ ପରେ ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂହ କହିଛନ୍ତି,‘ଶ୍ରୀମନ୍ଦିର ମେଘନାଦ ପାଚେରି ସଂଲଗ୍ନ ବ୍ୟାବସାୟିକ ପ୍ରତିଷ୍ଠାନ ଉଚ୍ଛେଦ ଚାଲୁ ରହିବ। ମନ୍ଦିରର ସୁରକ୍ଷା ଓ ଭକ୍ତଙ୍କ ସୁବିଧାକୁ ଗୁରୁତ୍ୱ ଦିଆଯାଉଥିବାରୁ ଉଚ୍ଛେଦ ନେଇ ସଂପୂର୍ଣ୍ଣ ବ୍ଲୁ ପ୍ରିଣ୍ଟ ରହିଛି।’

ଜାତୀୟ

ସମାଲୋଚନା ପରେ ଗୃହବନ୍ଦୀ ହେଲେ ଶ୍ରୀନଗର ମେୟର

ଶ୍ରୀନଗର: ଜମ୍ମୁ କଶ୍ମୀରରେ ସବୁକିଛି ଠିକଠାକ୍ ନାହିଁ ବୋଲି ମନ୍ତବ୍ୟ ଦେବା ଶ୍ରୀନଗର ମେୟର ଜୁନେଦ୍ ଅଜିମ୍ ମଟ୍ଟୁଙ୍କୁ ମହଙ୍ଗା ପଡ଼ିଛି। ଦିଲ୍ଲୀକୁ ସେ ଚିକିତ୍ସା ପାଇଁ ଆସିଥିବା ବେଳେ ଏହି ମନ୍ତବ୍ୟ ଦେଇଥିଲେ। ଏହାପରେ ଜମ୍ମୁ କଶ୍ମୀରକୁ ଫେରିବା ପରେ ଗୃହବନ୍ଦୀ ହୋଇଛନ୍ତି। ସୋମବାର କିଛି ଗଣମାଧ୍ୟମକୁ ଜମ୍ମୁ କଶ୍ମୀର ବାବଦରେ ନିଜର ମନ୍ତବ୍ୟ ଦେଇଥିଲେ ଜୁନେଦ୍ ଅଜିମ୍ ମଟ୍ଟୁ। ତାଙ୍କ ଦଳ ଜମ୍ମୁ କଶ୍ମୀର ପିପୁଲସ କନଫରେନସ୍ (ଜେକେପିସି)ର ମୁଖ୍ୟ ସଜଦ ଗନ୍ନୀ ଲୋନ୍ […]

ଜାତୀୟ

କଶ୍ମୀରରେ ୨ ଆତଙ୍କବାଦୀକୁ ଧରିଲା ସେନା, ଭିଡିଓ ଜାରି

ଶ୍ରୀନଗର: ସୀମାରେ ଭାରତୀୟ ସେନାକୁ ବଡ଼ ସଫଳତା। କଶ୍ମୀରରେ ଅନୁପ୍ରବେଶ କରିଥିବା ଦୁଇ ଆତଙ୍କବାଦୀକୁ ଗିରଫ କରିଛି ଭାରତୀୟ ସେନା। ଗିରଫ ୨ ଜଣ ଆତଙ୍କବାଦୀ ସଂଗଠନ ଲଶ୍କାର-ଇ-ତଇବାର। ଚିନାର ସେନାର କମାଣ୍ଡର ଲେଫ୍ଟନେଣ୍ଟ ଜେନେରାଲ୍ କେଜିଏସ ଧିଲୋନ୍ ଏବଂ ଜମ୍ମୁ କଶ୍ମୀର ପୁଲିସର ଏଡିଜି ମୁନୀର ଖାନ ଆଜି ଏକ ସାମ୍ବାଦିକ ସମ୍ମିଳନରେ ଏହି ସୂଚନା ଦେଇଛନ୍ତି।