ପାଗଳା ପାଞ୍ଜି

ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ରଘୁ ମହାନ୍ତି, ବସ୍ତାରୁ ହେବେ ପ୍ରାର୍ଥୀ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ଉପସଭାପତି ରଘୁନାଥ ମହାନ୍ତି ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କୁ ବସ୍ତା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ କରିବାର ସମ୍ଭାବନା ରହିଛି। ଶ୍ରୀ ମହାନ୍ତିଙ୍କ ସମେତ ଅନ୍ୟ ବରିଷ୍ଠ ନେତା ଓ ଶତାଧିକ କର୍ମୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ଓ ରାଷ୍ଟ୍ରୀୟ ପ୍ରବକ୍ତା ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ପୂର୍ବତନ ମନ୍ତ୍ରୀ ରଘୁ ମହାନ୍ତି […]

ପାଗଳା ପାଞ୍ଜି

ବିଜେଡି ବିଧାୟକଙ୍କୁ ଦୁଇ ଦୁଇ ଥର ‘ଗୁରୁମନ୍ତ୍ର’ କାହିଁକି

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବନିର୍ବାଚିତ ଦଳୀୟ ବିଧାୟକମାନଙ୍କୁ ନବୀନ ନିବାସ ଡାକି ‘ବ୍ରେକଫାଷ୍ଟ’ରେ ଆପ୍ୟାୟିତ କରିଛନ୍ତି। ଏହାସହିତ ପୁଣିଥରେ ‘ସରଳ’ ଜୀବନଯାପନର ଗୁରୁମନ୍ତ୍ର ଦେଇଛନ୍ତି। ତେବେ କେବଳ ନବନିର୍ବାଚିତ ବିଧାୟକମାନଙ୍କୁ ନବୀନଙ୍କ ଏଭଳି ଗୁରୁମନ୍ତ୍ର ଦେବା ପଛରେ କ’ଣ କାରଣ ରହିଛି ତାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ବିଜେଡି ସୂତ୍ର ଅନୁସାରେ, ସାଧାରଣତଃ ଅତ୍ୟନ୍ତ ଜରୁରୀ ନଥିଲେ ଦଳୀୟ ବିଧାୟକମାନଙ୍କୁ ନବୀନ ଭେଟନ୍ତି ନାହିଁ। […]