top1 trending ଜାତୀୟ

ଭାଲେଣ୍ଟାଇନ ଡେ’ରେ ଶପଥ ନେବେ କେଜରିଓ୍ବାଲ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦ୍‌ମୀ ପାର୍ଟି (AAP) ପୁଣିଥରେ ବିଶାଳ ବିଜୟ ହାସଲ କରିଛି। ଦିଲ୍ଲୀ ବିଧାନସଭାର ୭୦ଟି ଆସନ ମଧ୍ୟରୁ ଆମ ଆଦମୀ ପାର୍ଟି ୬୨ଟି ଆସନ ଦଖଲ କରିବା ପରେ ପୁଣିଥରେ ଦିଲ୍ଲୀରେ ସରକାର ଗଠନ କରିବା ପଥ ପରିସ୍କାର ହୋଇଯାଇଛି। ଏହି ବିଜୟ ସହ ପୁଣି ଥରେ ଅରବିନ୍ଦ କେଜରିଓ୍ବାଲ ମୁଖ୍ୟମନ୍ତ୍ରୀ ହେବେ। ମୁଖ୍ୟମନ୍ତ୍ରୀ ଭାବେ ସେ ଫେବ୍ରୁଆରି ୧୪ ତାରିଖ ଅର୍ଥାତ୍‌ ଭାଲେଣ୍ଟାଇନ୍ସ ଡେ’ରେ ଶପଥ ନେବେ ବୋଲି […]

top4-2 trending Uncategorized

ବିଶ୍ୱକୁ ‘କରୋନା’ ଆତଙ୍କ: ଚୀନରେ ମୃତ୍ୟୁ ସଂଖ୍ୟା ଛୁଇଁଲା ୭୨୩

ବେଜିଂ:  ଚୀନରେ କରୋନା ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁସଂଖ୍ୟା ୭୨୩ରେ ପହଞ୍ଚିଛି। ସଂକ୍ରମଣକାରୀଙ୍କ ସଂଖ୍ୟା ୩୪, ୮୦୦କୁ ବୃଦ୍ଧିପାଇଛି। ହୁବେଇ ପ୍ରଦେଶ ପରିସ୍ଥିତି ସାଂଘାତିକ ହୋଇପଡ଼ିଛି। ଏଠାରେ ୮୧ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। କରୋନା ଏବେ ଅଧିକ ଭୟଙ୍କର ହେବାରେ ଲାଗିଛି।  ଏହା ବିଶ୍ୱବାସୀଙ୍କୁ ଆତଙ୍କିତ କରିପକାଇଛି। ବର୍ତ୍ତମାନ ସୁଦ୍ଧା ୨୭ ଦେଶକୁ କରୋନା ଭାଇରସ୍‌ ସଂକ୍ରମଣ ହୋଇସାରିଛି। ଜାପାନର କ୍ରୁସ୍‌ ଲାଇନର ଜାହାଜରେ ଥିବା ୩,୭୦୦ ଯାତ୍ରୀଙ୍କୁ କରୋନା ଭାଇରସ୍‌ […]

trending ନୂଆ ପ୍ରଡକ୍ଟ

ଶାଓମି ଲଞ୍ଚ୍ କଲା Mi A3: ଦାମ୍‌ ୧୨,୯୯୯ ଟଙ୍କା

ନୂଆଦିଲ୍ଲୀ: ଚାଇନିଜ୍‌ ମୋବାଇଲ୍‌ ଫୋନ୍‌ ନିର୍ମାତା କମ୍ପାନୀ ଶାଓମି ଆଜି ଭାରତରେ Mi A3 ଲଞ୍ଚ୍‌ କରିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏହାକୁ ଲଞ୍ଚ୍ କରାଯାଇଛି। ଏହା କମ୍ପାନୀର ଆଣ୍ଡ୍ରଏଡ୍‌ ୱାନ୍‌ ସିରିଜ୍‌ର ସ୍ମାର୍ଟଫୋନ୍‌, ଯାହାକୁ ଗତ ସପ୍ତାହରେ ସ୍ପେନ୍‌ରେ ଲଞ୍ଚ୍‌ କରାଯାଇଥିଲା। ଏହି ସ୍ମାର୍ଟଫୋନ୍‌ଟି ଆସନ୍ତାକାଲିଠୁ ଆମାଜନ୍‌ ଇଣ୍ଡିଆରେ ବିକ୍ରି ପାଇଁ ଉପଲବ୍ଧ ହେବ। ଦାମ୍‌ ୪ଜିବି ରାମ୍ ଓ ୬୪ ଜିବି ଷ୍ଟୋରେଜ୍ ଏବଂ ୬ ଜିବି ରାମ୍‌ ଓ ୧୨୮ ଜିବି […]

trending ମାର୍କେଟ୍

ପୂଜା ସିଜିନରେ କାର୍‌ କିଣିଲେ ଲାଭବାନ ହେବେ, ଲକ୍ଷାଧିକ ଟଙ୍କା ଡିସ୍‌କାଉଣ୍ଟ ଅଛି!

ନୂଆଦିଲ୍ଲୀ: ଦେଶରେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଛି। ଯାହାର ପ୍ରଭାବ ସମସ୍ତ ଶିଳ୍ପ ଉପରେ ପଡ଼ିଛି। ଏହି ମାନ୍ଦାବସ୍ଥାରୁ ବର୍ତ୍ତି ନାହିଁ ଦେଶର ଅଗ୍ରଣୀ କାର୍ ନିର୍ମାତା କମ୍ପାନୀ ମାରୁତି ସୁଜୁକି। ଲଗାତାର କାର୍‌ ବିକ୍ରି କମ୍ ହୋଇ ଚାଲିଛି। ଏଭଳି ସ୍ଥିତିରେ ପୂଜା ସିଜିନରେ ବଡ଼ ଡିସକାଉଣ୍ଟ ଦେଇ ଗ୍ରାହକଙ୍କ ଦୃଷ୍ଚି ଆକର୍ଷଣ କରିବାକୁ କମ୍ପାନୀ ଯୋଜନା କରିଛି। ମାରୁତି ସୁଜୁକିର ମାର୍କେଟିଂ ଡିପାର୍ଟମେଣ୍ଟର ପରିଚାଳନା ନିର୍ଦ୍ଦେଶକ ଶଶାଙ୍କ ବହରହାଲ କହିଛନ୍ତି, ମାରୁତି ସୁଜୁକିର ଏସ-କ୍ରସ(S-Cross) […]

trending ଇନଭେଷ୍ଟମେଣ୍ଟ

ଆଇଡିବିଆଇରେ ୯୨୫୭ କୋଟି ନିବେଶକୁ ମିଳିଲା କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ: ଆଇଡିବିଆଇ ବ୍ୟାଙ୍କରେ ୯୨୫୭ କୋଟି ଟଙ୍କାର ନିବେଶକୁ ଆଜି କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ମିଳିଛି। ଏହି କ୍ରମରେ ସରକାରଙ୍କ ପକ୍ଷରୁ ୪,୫୫୭ କୋଟି ଟଙ୍କାର ନିବେଶ କରାଯିବାକୁ ଥିବାବେଳେ ଏହି ବ୍ୟାଙ୍କରେ ୫୧ ଅଂଶଧନ ରଖିଥିବା ଏଲଆଇସି ୪,୭୦୦ କୋଟି ଟଙ୍କା ନିବେଶ କରିବ। ଆଜି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଏ ପ୍ରସଙ୍ଗରେ କହିଛନ୍ତି, ଉଭୟ ଏଲଆଇସି ଏବଂ କେନ୍ଦ୍ର ସରକାର ଏଥିରେ ପୁଞ୍ଜି ନିବେଶ କରିବେ। ସେ ଆହୁରି ମଧ୍ୟ କହିଛନ୍ତି, ଏହି ବ୍ୟାଙ୍କର […]

trending ଗ୍ୟାଜେଟ

ଭାରତରେ ଲଞ୍ଚ୍‌ ହେଲା Google Nest Hub

ନୂଆଦିଲ୍ଲୀ: ‘ଗୁଗୁଲ୍‌’ ଭାରତରେ ନିଜର ନୂଆ ସ୍ମାର୍ଟ ଡିଭାଇସ୍‌ Google Nest Hub ଲଞ୍ଚ୍ କରିଛି। ଏହା ଏକ ସ୍ମାର୍ଟ ଡିସ୍‌ପ୍ଲେ। ଗୁଗୁଲ୍‌ ଏହି ଡିଭାଇସ୍‌ ସହ ତା’ର Nest ସିରିଜ୍‌ ଆରମ୍ଭ କରିଛି। ଆମେରିକା ସମେତ ଅନେକ ଦେଶରେ ଏହି ଡିଭାଇସ୍‌ ଅନେକ ଦିନରୁ ଉପଲବ୍ଧ ହେଉଛି। ଆଉ ଏବେ ଏହା ଭାରତକୁ ମଧ୍ୟ ଆସିଛି। କେଉଁଠାରୁ କେତେ ଟଙ୍କାରେ କିଣିବେ? ଭାରତରେ ଏହି ଡିଭାଇସ୍‌ର ମୂଲ୍ୟ ୯ ହଜାର ୯୯୯ ଟଙ୍କା ରଖାଯାଇଛି। ଏହକୁ ଫ୍ଲିପ୍‌କାର୍ଟ, କ୍ରୋମା, […]

trending ବିତର୍କ

ଟିକଟକ୍ ଓ ହେଲୋ ହୋଇପାରେ ବ୍ୟାନ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୋଶାଲ ମିଡିଆ ପ୍ଲାଟଫର୍ମ ଟିକଟକ୍ ଏବଂ ହେଲୋକୁ ବ୍ୟାନ କରିପାରନ୍ତି। ଏଥିପାଇଁ ଏହି ଦୁଇ ସଂସ୍ଥା ପାଖରୁ ୨୧ଟି ପ୍ରଶ୍ନର ଜବାବ ମାଗିଛନ୍ତି। ଯଦି ସରକାର ଉତ୍ତରରେ ସନ୍ତୋଷ ନହୁଅନ୍ତି ତାହେଲେ ଏହା ବ୍ୟାନ ହୋଇଯାଇପାରେ।ସୂଚନାଯୋଗ୍ୟ, ଆରଏସଏସ ସହ ଜଡିତ ଥିବା ସ୍ୱଦେଶୀ ଜାଗରଣ ମଞ୍ଚ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ଏକ ଅଭିଯୋଗ କରିଛନ୍ତି। ଯେଉଁଥିରେ ଉଲ୍ଲେଖ ରହିଛି ଯେ ଟିକଟିକ ଏବଂ ସ୍ୱଦେଶୀ ସୋଶାଲ ମିଡିଆ କମ୍ପାନୀ ଦେଶ ବିରୋଧୀ […]

trending ଏକ୍ସକ୍ଲୁସିଭ୍

ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି ପ୍ରାର୍ଥୀ ଦିନ ମଜୁରିଆ ଓଡ଼ିଆ ପୁଅ ଜିତେନ୍ଦ୍ର

ନୂଆଦିଲ୍ଲୀ: ଗାଁ’ର ଝାଟିମାଟି ଘରୁ ଚାକଚକ୍ୟ ଭରା ଦିଲ୍ଲୀ ସହର। ଆଦିବାସୀ ଅଧ୍ୟୁସିତ ଅଞ୍ଚଳରୁ ଜବାହାରଲାଲ୍‌ ନେହରୁ ବିଶ୍ୱବିଦ୍ୟାଳୟ। ଶ୍ରମିକରୁ ଛାତ୍ର। ପାଠପଢ଼ାରୁ ପୋଡିୟମ୍‌। ଦଳିତମାନଙ୍କ ସ୍ୱର ହେବାକୁ ଚାହୁଁଥିବା ଏହି ଯୁବକଙ୍କ ପାଇଁ ଗୋଟିଏ ନାରା ‘ଜିତିବ ଜିତେନ୍ଦ୍ର’। ଏଠି ଆଲୋଚନା ହେଉଛି ଓଡ଼ିଶାର ଜିତେନ୍ଦ୍ର ସୁନା (୨୯)ଙ୍କ ବିଷୟରେ। ଜେଏନ୍‌ୟୁ ଛାତ୍ର ସଂସଦ ନିର୍ବାଚନରେ ଏଥର ସଭାପତି ପ୍ରାର୍ଥୀ ରୂପେ ସେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେପ୍ଟେମ୍ବର ୬ ତାରିଖରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) […]